ଭାରତର ଜଣେ ଲୋକ ଏମିତି ଏକ ପ୍ରଜାତିର କୁକୁର ରଖିଛନ୍ତି ଯାହାର ଦାମ୍ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ। ଆପଣ ହୁଏତ ଭାବୁଥିବେ, ହଁ… ହେଇ ହେଇ ଆଉ କେତେ ହେବ ୧୦ ଲକ୍ଷ କି ୨୦ ଲକ୍ଷ। ଆପଣ ଯଦି ଏମିତି ଭାବୁଥାନ୍ତି ତେବେ ଏହା ଭୁଲ୍। ଏହି କୁକୁରର ଦାମ ହେଉଛି ୨୦ କୋଟି ଟଙ୍କା।
ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତର ପ୍ରକୋପ । ଆଉ ଶୀତଲହରୀକୁ ନଜରରେ ରଖି କଟକରେ ଖୋଲିଲାଣି ଶୀତବସ୍ତ୍ର ବଜାର । ତିବ୍ଦତିଆନ୍ ରିଫ୍ୟୁଜି ଓ ରାଜସ୍ଥାନ ବ୍ୟବସାୟୀ ମାନେ କଟକ ହାଡିଆପଠାରେ ଶୀତବସ୍ତ୍ର ବଜାର ଖୋଲିଥିବା ବେଳେ, କିଣାକିଣି କରିବାକୁ ଜମୁଛି ଗ୍ରାହକଙ୍କ ଭିଡ଼ ।
ଖୋର୍ଦ୍ଧା ପୌରପରିଷଦରେ ନିର୍ମିତ ଅନେକ ପ୍ରକଳ୍ପ ଏବେ ବ୍ୟବହାର ଅନୁପଯୋଗୀ । କିଛି ଅବହେଳିତ ଅବସ୍ଥାରେ ରହିଛି, ଆଉ କିଛି ଭାଙ୍ଗିରୁଜି ଗଲାଣି ।
ରାଉରକେଲା ସରକାରୀ ହସପିଟାଲ ଭିତରରେ ଝାଡ଼ାବାନ୍ତି ରୋଗୀ ହାଉଜାଉ । ୱାର୍ଡରେ ଆଉ ଯାଗା ନାହିଁ । ଗୁରୁତରଙ୍କୁ ଆରଜିଏଚ୍ ନହେଲେ ହାଇଟେକ୍ ମେଡିକାଲ ପଠାଯାଉଛି ।
ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି କୁଳଡିହା ଅଭୟାରଣ୍ୟ । ହେଲେ ଆଖିଦୃଶିଆ ବିକାଶ ହୋଇନଥିବାରୁ ବାଧ୍ୟହୋଇ ମନଉଣା କରି ଫେରୁଛନ୍ତି । ପର୍ଯ୍ୟଟନ ମନ୍ତ୍ରୀଙ୍କ ଜିଲ୍ଲା ହୋଇଥିଲେ ବି ପର୍ଯ୍ୟଟନସ୍ଥଳୀରେ ଏବେବି ଅନେକ ସମସ୍ୟା ।
ନା କୌଣସ ପ୍ରଶିକ୍ଷଣ ନା କିଛି ପ୍ରେରଣା । ବିନା ଗୁରୁରେ ଜଗନ୍ନାଥଙ୍କୁ ସ୍ମରଣ କରି ଜୀବନ୍ତ ପ୍ରତିଛବି ଆଙ୍କୁଛନ୍ତି ଅବିନାଶ । କେହି କେହି ଏହାକୁ ଚମତ୍କାର କହୁଥିବବେଳେ, ଅବିନାଶଙ୍କ ମା କହିଛନ୍ତି, ଜଗନ୍ନାଥଙ୍କ କୃପା ବିନା କେବେ ଏମିତି ସମ୍ଭବ ନୁହେଁ ।
ଚାଳ ଛପର ଉଠି ଗଲାଣି । ଘର ଭିତରୁ ସୂର୍ଯ୍ୟ ଦିଶୁଛନ୍ତି । କାନ୍ଥରେ ମୂଷା ଗାତ ଆଉ ଉଇହୁଙ୍ଗା ଉଠିଲାଣି । ଏମିତି ଘରେ ପାଠ ପଢ଼ୁଛନ୍ତି ଅଙ୍ଗନବାଡ଼ି ପିଲାଏ । ଅନ୍ୟ କେଉଁଠି ନୁହେଁ, ଯାଜପୁର ଜିଲ୍ଲାର କୋରେଇ ବ୍ଲକ ସାଦକପୁର ପଞ୍ଚାୟତର ଏ ଦୃଶ୍ୟ । ଅଙ୍ଗନୱାଡି ଗୃହ ନଥିବାରୁ ବାରଣ୍ଡାରେ ଆଉ ଭଙ୍ଗା ଘରେ ପାଠ ପଢୁଛନ୍ତି ପିଲାଏ । ପଞ୍ଚାୟତରେ ୯ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୭ଟିର ନିଜସ୍ୱ ଘର ନାହିଁ l
ଶୁଭ ବିବାହ...ଆୟୁଷ୍ମାନ ମନୋଜଙ୍କ ସହିତ ଆୟୁଷ୍ମତୀ ନନ୍ଦିତା । ନନ୍ଦିତାଙ୍କ ମଥାରେ ଲାଗିଲା ମନୋଜଙ୍କ ସିନ୍ଦୁର । ସାକ୍ଷୀ ରହିଲେ ଦଧିବାମନ । ଭଦ୍ରକ ଦଧିବାମନ ମନ୍ଦିରରେ ହୋଇଥିବା ଏହି ବାହାଘର ଏବେ ବେଶ୍ ଚର୍ଚ୍ଚାରେ ।
ବିଭିନ୍ନ ରାଜ୍ୟ ନିଜ ନିଜ ରାଜ୍ୟରେ ରାଜ୍ୟ ସଂଖ୍ୟାଲଘୁ କମିଶନ ଗଠନ କରିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟର ଯେକୌଣସି ପିଡ଼ିତ ବ୍ୟକ୍ତି ନିଜ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ରାଜ୍ୟ ସଂଖ୍ୟାଲଘୁ ଆୟୋଗଙ୍କ ନିକଟକୁ ଯାଇପାରିବେ।
ଅତିଥି ହେବେ ବହୁ ମାନ୍ୟଗଣ୍ୟ । ୮୫୭ ମନ୍ଦିରକୁ ବି ହେବ ସାଦର ନିମନ୍ତ୍ରଣ । ଜାନୁଆରୀ ୧୭, ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ବିଶ୍ୱ ଦେଖିବ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ୱର ଆଖିଝଲସା ସୌନ୍ଦର୍ଯ୍ୟ ।
ପୂରା ଇସ୍ପାତ ନଗରୀକୁ ମାଡ଼ି ବସିଲାଣି ଅଦିନିଆ ରୋଗ । ୫ ଜଣଙ୍କ ଜୀବନ ବି ଗଲାଣି । ଡେଲି ମାର୍କେଟ, ନାଲାରୋଡ୍, କିସାନଟୋଲା, ବାସନ୍ତୀ କଲୋନୀ, ଉଦିତ ନଗର ଓ ପାନପୋଷ ଅଞ୍ଚଳ ଡାଇରିଆ ହଟସ୍ପଟ ପାଲଟିଛି ।
ହଠାତ ରୋଗ ବ୍ୟାପିବାରୁ ପ୍ରଶାସନ ବି ଅକଳରେ । ହସପିଟାଲରେ ବେଡ୍ ମିଳୁନଥିବାରୁ ରୋଗୀଙ୍କୁ ତଳେ ରଖି ଚିକିତ୍ସା କରାଯାଉଥିବା ଅଭିଯୋଗ ବି ଉଠିଛି । ସ୍ମାର୍ଟସିଟି କାମବେଳେ ଫାଟିଥିବା ପାଣି ପାଇପର ଠିକ୍ରେ ମରାମତି ହୋଇନଥିବାରୁ ଏଥିରେ ଡ୍ରେନ୍ ପାଣି ମିଶି ପିଇବା ପାଣି ଦୂଷିତ ହୋଇଥିବା କୁହାଯାଉଛି ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବି ହାତକୁ ନେଇଛନ୍ତି ଉଭୟ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ- ବାହାରୁ ଭକ୍ତମାନେ ଆସି ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବା ପରେ ସେଠି ଏକ ଅଭ୍ୟର୍ଥନା କକ୍ଷ ସହ ପ୍ରଦର୍ଶନୀ ମଣ୍ଡପ ନିର୍ମାଣ ହେବ ।
ଏନେଇ ଡିଲରଙ୍କ ବଡ଼ ଭାଇ କଟକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ତଦନ୍ତ ହୋଇଛି। କାର୍ଯ୍ୟନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପଠାଯାଇଥିବା ସ୍ଥାନୀୟ ବିଡିଓ କହିଛନ୍ତି ।
ଧାନ ଅମଳ ସରିଲାଣି, କିନ୍ତୁ ରାଜ୍ୟର ଅଧିକାଂଶ ସ୍ଥାନରେ ଏଯାଏଁ ଖୋଲିନି ମଣ୍ଡି । ତାଛଡ଼ା ସରକାରୀ ବ୍ୟବସ୍ଥା ଓ ମଣ୍ଡିର ସ୍ୱଚ୍ଛତା ଉପରେ ମଧ୍ୟ ଚାଷୀ ଭରସା କରିପାରୁନି ।
ଶ୍ରୀକ୍ଷେତ୍ରରେ ମଠ ମନ୍ଦିରର ଐତିହ୍ୟ କୀର୍ତ୍ତିରାଜିକୁ ନଭାଙ୍ଗିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସୁଦର୍ଶନ । ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ପିଢ଼ି ପାଇଁ ଇତିହାସ ହୋଇ ରହିବ ।
ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକରେ ଏବେ ଏଭଳି ଅବସ୍ଥା । ମଣ୍ଡି ଖୋଲିବାରେ ବିଳମ୍ବ, ଦିନ ଦିନ ଧରି ଖଳାରେ ପଡି ରହିବାର ଭୟ ଏବଂ ଅଭାବୀ ବିକ୍ରି ଆଶଙ୍କାରେ କମ୍ ଦାମରେ ଆନ୍ଧ୍ର ବେପାରୀଙ୍କୁ ଧାନ ଟେକି ଦେଉଛନ୍ତି ଚାଷୀ ।
ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି । ଏଥିରେ ଶତାଧିକ ଲୋକ ଅକ୍ରାନ୍ତ ହେଉଥିବା ବେଳେ ୨ ଦିନରେ ୪ ଜଣ ଆଖି ବୁଜିଲେଣି ।
ଭୁବନେଶ୍ୱର ବାସୀଙ୍କୁ ଘାରିଛି ବୁଲା କୁକୁର ଭୟ । ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା ଆସ କଲାବେଳେ କୁକୁର କାମୁଡା ଓ ଆକ୍ରମଣର ଶିକାର ହେଉଛନ୍ତି ।
ପୁରୀ ପ୍ରଶାସନର ଯୁକ୍ତି- ଏବେ ପର୍ଯ୍ୟଟକ ଓ ଭକ୍ତମାନେ ଶ୍ରୀମନ୍ଦିରକୁ କେବଳ ବଡ଼ଦାଣ୍ଡ ଦେଇ ଯାଉଛନ୍ତି। ସେଥିପାଇଁ ପ୍ରବଳ ଗହଳି ହେଉଛି ଓ ଗୁରୁତର ଟ୍ରାଫିକ୍ ସମସ୍ୟା ଉପୁଜୁଛି । ତେଣୁ ସେଥିରୁ ମୁକ୍ତି ପାଇଁ ବଡ଼ଦାଣ୍ଡ ଭଳି ଆଉ ଏକ ସମାନ୍ତରାଳ ରାସ୍ତା ଜରୁରୀ ଥିଲା।
ନୂଆବର୍ଷ ଆରମ୍ଭରୁ ଏହାକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀମନ୍ଦିର ଭିତରେ ପରିଷ୍କାର ଓ ସ୍ୱଚ୍ଛତା ଆଣିବାକୁ ଏହି ପ୍ରୟାସ ପୁର୍ନବାର ଆରମ୍ଭ ହୋଇଛି।
ବିଧିବଦ୍ଧ ଭାବେ ନାମକରଣ ହୋଇନଥିଲେ ବି ଏହାକୁ କୁହାଯାଉଛି ଶ୍ରୀଦାଣ୍ଡ। ୭୫୦ ମିଟର ଲମ୍ବ ଓ ୪୦ ଫୁଟ ଚଉଡ଼ାର ଏ ରାସ୍ତା ପାଇଁ ଆବଶ୍ୟକ ହେଉଥିବା ମୋଟ୍ ଜମିରୁ ୬୮ ପ୍ରତିଶତ ଜଗନ୍ନାଥ ମନ୍ଦିର ଓ ସରକାରୀ ଏବଂ ବାକି ୩୨ ପ୍ରତିଶତ ଘରୋଇ ଜମି।
କଟକ ସହରର ବିଭିନ୍ନ ମାଂସ ଦୋକାନରେ ଚଢାଉ । ପ୍ରତି ସପ୍ତାହରେ ୩ ଦିନ କରାଯିବ ଏହି ଚଢାଉ । ରାସ୍ତାକଡ଼ରେ ଦୋକାନ ନେଇ ସିଏମସିକୁ ତାଗିଦ କରିଥିଲେ ହାଇକୋର୍ଟ ।
ଗରିବ ରୋଗୀଙ୍କ ପାଇଁ ସରକାରଙ୍କ କାହିଁରେ କେତେ ଯୋଜନା । ମେଡିକାଲରୁ ମୃତଦେହ ନେବା ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଯୋଜନା ଆରମ୍ଭ କରିଥିଲେ । ହେଲେ କଟକ ସହରରେ ଏହି ଯୋଜନା ଏବେ କୋମା ଅବସ୍ଥାରେ ।
ସମଗ୍ର ଦେଶର ସାମ୍ବାଦିକଙ୍କ ଅର୍ଥନୈତିକ, ସାମାଜିକ ଓ ବୃତ୍ତିଗତ କଲ୍ୟାଣ ଉଦ୍ଦେଶ୍ୟରେ ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ।