/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702742012.jpg)
sudarsan pattnaik
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକଙ୍କ ଚିଠି ଲେଖିଛନ୍ତି । ଶ୍ରୀକ୍ଷେତ୍ରରେ ମଠ ମନ୍ଦିରର ଐତିହ୍ୟ କୀର୍ତ୍ତିରାଜିକୁ ନଭାଙ୍ଗିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସୁଦର୍ଶନ । ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ପିଢ଼ି ପାଇଁ ଇତିହାସ ହୋଇ ରହିବ ।
ହେଲେ ଦୁଃଖ ଓ ପରିତାପର ବିଷୟ, ପ୍ରକଳ୍ପ ଭିତରେ ଓ ଚାରିପଟେ ଥିବା ମଠ ଗୁଡ଼ିକର ଉତ୍କଳୀୟ କଳା ସ୍ଥାପତ୍ୟ ଐତିହ୍ୟ କୀର୍ତ୍ତିରାଜି ଗୁଡ଼ିକୁ ଭାଙ୍ଗି ଚୁରମାର କରିଦେଉଛନ୍ତି । ଏହା ଦ୍ୱାରା ଆମର କଳା ସଂସ୍କୃତି, ସ୍ଥାପତ୍ୟକୁ ହଜେଇ ଦେବା ପାଇଁ ବଡ଼ ପ୍ରୟାସ କରାଯାଉଥିବା ଲେଖିଛନ୍ତି ସୁଦର୍ଶନ ପଟ୍ଟନାୟକ ।
ସେପଟେ ଶ୍ରୀମନ୍ଦିର ଚାରିପଟେ ଥିବା ୨୨ଟି ମଠର ରକ୍ଷଣାବେକ୍ଷଣ କରାଯିବ । ଯାହା ଗାଇଡଲାଇନ୍ ଅଛି ସେହି ଅନୁସାରେ କରାଯାଉଛି ବୋଲି ଓବିସିସି ପକ୍ଷରୁ କୁହାଯାଇଛି ।
ବିଗତ ଦିନମାନଙ୍କରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା । ବିରୋଧୀ ବିଜେପି ଶ୍ରୀକ୍ଷେତ୍ରରେ ଐତିହ୍ୟ କରିଡ଼ରକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଇଥିଲା । ଏମିତିକି ଆଇନ୍ ଅନୁସାରେ ନିର୍ମାଣ କରାଯାଇ ବୋଲି କହିବା ସହ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ଥିବା ମଠ ମନ୍ଦିରର ଐତିହ୍ୟ କୀର୍ତ୍ତିରାଜିକୁ ନଭାଙ୍ଗିବାକୁ କହିଥିଲା ।
ଖାଲି ସେତିକି ଯେ ତାହା ନୁହେଁ, ଶ୍ରୀମନ୍ଦିର ୪ ଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ମଧ୍ୟ ହୋଇଥିଲା । ୪ ଦ୍ୱାର ଖୋଲିବା ପ୍ରସଙ୍ଗରେ ମଧ୍ୟ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ମୁହଁ ଖଲିବା ସହ ପ୍ରତିବାଦ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)