Advertisment

ପ୍ରଶସ୍ତ ବଡ଼ଦାଣ୍ଡ ଥାଇ ପୁଣି କାହିଁକି ତିଆରି ହେଉଛି ଶ୍ରୀଦାଣ୍ଡ ?

ପୁରୀ ପ୍ରଶାସନର ଯୁକ୍ତି- ଏବେ ପର୍ଯ୍ୟଟକ ଓ ଭକ୍ତମାନେ ଶ୍ରୀମନ୍ଦିରକୁ କେବଳ ବଡ଼ଦାଣ୍ଡ ଦେଇ ଯାଉଛନ୍ତି। ସେଥିପାଇଁ ପ୍ରବଳ ଗହଳି ହେଉଛି ଓ ଗୁରୁତର ଟ୍ରାଫିକ୍ ସମସ୍ୟା ଉପୁଜୁଛି । ତେଣୁ ସେଥିରୁ ମୁକ୍ତି ପାଇଁ ବଡ଼ଦାଣ୍ଡ ଭଳି ଆଉ ଏକ ସମାନ୍ତରାଳ ରାସ୍ତା ଜରୁରୀ ଥିଲା।

author-image
Santosh Kumar Sahoo

ପ୍ରଶସ୍ତ ବଡ଼ଦାଣ୍ଡ ଥାଉ ଥାଉ ପୁଣି କାହିଁକି ତିଆରି ହେଉଛି ଶ୍ରୀଦାଣ୍ଡ ? ଭିଆଇପିଙ୍କ ସ୍ୱାର୍ଥକୁ ସୁରକ୍ଷା ? ନା ଭିଡ଼ କମାଇବା ଆଳରେ ଭକ୍ତଙ୍କ ଆସ୍ଥାକୁ ଉପେକ୍ଷା ? ଜାନୁଆରୀ ୧୭ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଜଗନ୍ନାଥ ବଲ୍ଳଭ ପାର୍କିଂରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ଏକ ବିକଳ୍ପ ଚଲାପଥ ପାଇଁ ଦୃତ ଗତିରେ ନିର୍ମାଣ ଚାଲିଥିବା ଏ ରାସ୍ତାକୁ ନେଇ ଉଠିଛି ପ୍ରଶ୍ନ । ପୁରୀ ପ୍ରଶାସନର ଯୁକ୍ତି- ଏବେ ପର୍ଯ୍ୟଟକ ଓ ଭକ୍ତମାନେ ଶ୍ରୀମନ୍ଦିରକୁ କେବଳ ବଡ଼ଦାଣ୍ଡ ଦେଇ ଯାଉଛନ୍ତି। ସେଥିପାଇଁ ପ୍ରବଳ ଗହଳି ହେଉଛି ଓ ଗୁରୁତର ଟ୍ରାଫିକ୍ ସମସ୍ୟା ଉପୁଜୁଛି । ତେଣୁ ସେଥିରୁ ମୁକ୍ତି ପାଇଁ ବଡ଼ଦାଣ୍ଡ ଭଳି ଆଉ ଏକ ସମାନ୍ତରାଳ ରାସ୍ତା ଜରୁରୀ ଥିଲା। ଏହା ହେଲେ ଭୁବନେଶ୍ୱର ଓ ବ୍ରହ୍ମଗିରି ପଟୁ ଆସୁଥିବା ଭକ୍ତମାନେ ଆଉ ସହର ଭିତରେ ନ ପଶି ବାଇପାସ୍ ରାସ୍ତାରେ ମଙ୍ଗଳାଘାଟ ପାଖ ଟ୍ରଂପେଟ୍ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂକୁ ଆସି ଗାଡ଼ି ରଖିବେ। ଆଉ ସେଠୁ ଶ୍ରୀଦାଣ୍ଡ ଦେଇ ସିଧାସଳଖ ଶ୍ରୀମନ୍ଦିର ପାଖରେ ପହଞ୍ଚିବେ। ହେଲେ ଶ୍ରୀଦାଣ୍ଡକୁ ନେଇ ଉଠିଲାଣି ଆପତ୍ତି। ଏହା ସାଧାରଣ ଭକ୍ତଙ୍କ ପାଇଁ ନୁହେଁ ବରଂ ଭିଭିଆଇପି ସ୍ୱାର୍ଥରେ ବୋଲି କହିଛି ଜଗନ୍ନାଥ ସେନା।

Advertisment
Odisha Puri Srimandir
Advertisment
Advertisment