/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704082289.jpg)
Road problem
ଦୁଇ ଜିଲ୍ଲାର ଜୀବନରେଖା ପାଲଟିଥିବା ରାଜ୍ୟ ରାଜପଥ ଏବେ ଜୀବନ ନେବାର ପଥ ପାଲଟି ଯାଇଛି । ଅନିମିୟତା ଆଣି ପୂର୍ତ୍ତ ବିଭାଗର କାମକୁ ଅଟକାଇ ଦେଇଛି ବନ ବିଭାଗ । ଗୋଟିଏ ରାସ୍ତାର ବାମ ପଟ କୁଳଡିହା ବନ ବିଭାଗ ଅଧିନରେ ଥିବା ବେଳେ କାମ ଚକାଚକ ହୋଇଛି ।
ଅନ୍ୟପଟେ, ଅନୁମତି ମିଳିନଥିବା କହି ରାସ୍ତା କାମ ଅଟକାଇ ଦେଇଛି ନୀଳଗିରି ବନ ବିଭାଗ । ଏସବୁ ଭିତରେ ଯାତାୟତ ପାଇଁ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଲୋକେ । ବାଲେଶ୍ବର ଓ ମୟୁରଭଞ୍ଜର ଜୀବନରେଖା ସେରଗଡ଼ରୁ ଝରଣାଘାଟିକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ।
ରାସ୍ତାସାରା ଖାଲଢିପ । ଚାରି ଚକିଆ ତ ଦୂର କଥା ବାଇକ ଯିବା ବି କଷ୍ଟକର । ବାଲେଶ୍ବର ଓ ମୟୁରଭଞ୍ଜର ସେରଗଡ଼ରୁ ଝରଣାଘାଟିକୁ ସଂଯୋଗ କରୁଥିବା ରାସ୍ତାର ଶୋଚନୀୟ ଅବସ୍ଥା । ଦୀର୍ଘ ୩୫କିମିରୁ ଅଧିକ ଥିବା ରାଜ୍ୟ ରାଜପଥ ୧୯ ଏଭଳି ଖାଲଖମାରେ ଭର୍ତ୍ତି ହୋଇ ଯାଇଛି ।
ଏ ରାସ୍ତାର ପ୍ରଶସ୍ତିକରଣ ସହ ମରାମତି ପାଇଁ ଗତ ଜୁଲାଇ ମାସରେ ୭୨କୋଟି ୪୭ଲକ୍ଷ ୪୨ହଜାର ଟଙ୍କାର ଏକ ବୃହତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଏହି ରାସ୍ତା ମରାମତି କାମ ପୂର୍ତ୍ତ ବିଭାଗ କରୁଥିବା ବେଳେ କାର୍ଯ୍ୟରେ ବିଳମ୍ବ ସହ ବହୁ ଜାଗାରେ ଅଧାପନ୍ତରିଆ କାମ ହୋଇ ପଡି ରହିଛି ।
ଫଳରେ ପ୍ରତିଦିନ ଏହି ରାସ୍ତା ଉପରେ ଯାତାୟତ କରୁଥିବା ଲୋକେ ହନ୍ତସନ୍ତ ହେଉଛନ୍ତି । ଏପରିକି ବିଭିନ୍ନ ସମୟରେ ଛୋଟବଡ ଦୁର୍ଘଟଣାର ଖବର ନଜର ରହୁଛି ।
ଏପରିକି ସଜନାଗଡ଼-ଭାଲୁକାଶୁଣି ରାସ୍ତାର ଗୋଟିଏ ପାର୍ଶ୍ବରେ ପିଚୁ ପଡି ଚକାଚକ ଥିବାବେଳେ ଅନ୍ୟପଟେ, ଗାତ ଖାଲରେ ଭର୍ତ୍ତି ହୋଇଛି । ନା କାମ ଆଗକୁ ବଢୁଛି ନା କର୍ମଚାରୀଙ୍କ ଦେଖା ମିଳୁଛି । ରାସ୍ତାର ଶୌଚନୀୟ ସ୍ଥିତିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ରାସ୍ତାର ଦୁରାବସ୍ଥା ଦେଖି ନିଜ ଉଦ୍ୟମରେ ଗାତକୁ ପୋତି ମରାମତି କରୁଛନ୍ତି ସ୍ଥାନୀୟ ଲୋକେ । ସେପଟେ, ଗାଇଡ ଲାଇନ ନଭାଙ୍ଗି କାମ ଚାଲିଥିଲେ ବି ନୀଳଗିରି ରେଞ୍ଜର କାମ ଅଟକାଇ ଦେଇଥିବା ଅଭିଯୋଗ କରିଛନ୍ତି ପୂର୍ତ୍ତ ବିଭାଗ କନିଷ୍ଠ ଜେଇ । ଅନ୍ୟପଟେ, ଅନୁମତି ପ୍ରଦାନ କଲେ କାମ କରିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ନୀଳଗିରି ରେଞ୍ଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)