• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗଛମୂଳେ ଗଢା ଚାଲିଛି ଦେଶର ସୁନେଲି ଭବିଷ୍ୟତ । ନାହିଁ ନାହିଁରେ ଚାଲିଛି ଅଙ୍ଗନବାଡି ଶିକ୍ଷା । ଅଙ୍ଗନବାଡି ଘର ନଥିବାରୁ କେଉଁଠି ଗଛମୂଳେ ତ ଆଉ କେଉଁଠି ଝାଟିମାଟି ଘରେ ଚାଲିଛି ଶିକ୍ଷାଦାନ । ପୁଣି କେଉଁଠି ଟିଣ ଆଜବେଷ୍ଟ ଘରେ ଚାଲିଛି ପ୍ରାଥମିକ ଶିକ୍ଷାଦାନ ।

ସ୍ୱାଭିମାନ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତର ଦଣ୍ଡାଲଗନ୍ଧି ପ୍ରାଥମିକ ବିଦ୍ୟାଳୟର କଥା ଅଲଗା । ଏହା ବିଦ୍ୟାଳୟ ତ ନୁହେଁ ଝାଟିମାଟିରେ ନିର୍ମିତ ଏକ କୁଡିଆ । ଆଉ ଏହା ସାହାରାରେ ଗଢା ହେଉଛି କୁନି କୁନି ପିଲାଙ୍କ ସୁନେଲି ଭବିଷ୍ୟତ ।

ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୫୨ ଜଣ ପିଲାଙ୍କ ପାଇଁ ରହିଛନ୍ତି ୨ ଜଣ ଶିକ୍ଷକ । ଗ୍ରାମବାସୀ ଓ ଶିକ୍ଷକଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ତିନି ବର୍ଷ ହେବ ବିଦ୍ୟାଳୟ ନିର୍ମାଣ ଚାଲିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ଶେଷ ହୋଇ ପାରୁନଥିବା ନେଇ ହୋଇଛି ଅଭିଯୋଗ । ତେଣୁ ତୁରନ୍ତ ଏହା ନିର୍ମାଣ ହେଲେ ପିଲାମାନଙ୍କ ଶିକ୍ଷାଦାନରେ ବାଧାପ୍ରାପ୍ତ ହେବ ନାହିଁ ବୋଲି କହିଛନ୍ତି ପ୍ରଧାନଶିକ୍ଷକ ।

ଅନ୍ୟପଟେ ଖୋଲା ଆକାଶ ତଳେ ଗଛ ମୂଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଗଢାଚାଲିଛି କୁନି କୁନି ପିଲାଙ୍କ ଭବିଷ୍ୟତ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ତେଲିପାଳ ପଂଚାୟତର ତସରଡ଼ା ଅଙ୍ଗନବାଡି କେନ୍ଦ୍ରରେ । ୨୦୦୦ ମସିହାରେ ନିର୍ମିତ ହୋଇଥିବା ଏହି ଅଙ୍ଗନବାଡି କେନ୍ଦ୍ର ଏବେ ଜରାଜୀର୍ଣ୍ଣ ହୋଇପଡିଛି । କେଉଁଠି ଛାତରୁ କଂକ୍ରିଟ୍ ଖସିଲାଣି ତ ଆଉ କେଉଁଠି କାନ୍ଥ ଫାଟି ଆଁ କରିଛି ।

ଫଳରେ ପିଲାମାନଙ୍କ ସୁରକ୍ଷା ପାଇଁ ଗଛମୂଳକୁ ସାହାରା କରିଛନ୍ତି ଅଙ୍ଗନବାଡି ଦିଦି । ସମାନସ୍ଥିତି ଦେଖିବାକୁ ମିଳିଛି ଜଡିଦା ଅଙ୍ଗନବାଡି କେନ୍ଦ୍ରରେ । ଘରଟିଏ ନଥିବାରୁ ଅଙ୍ଗନବାଡି ଦିଦି ନିଜ ଜାଗାରେ ଝାଟିମାଟି ଆଜବେଷ୍ଟ୍ ଘର ତିଆରି କରି ଅଙ୍ଗନବାଡି କେନ୍ଦ୍ର ଚଳାଉଛନ୍ତି ।