/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704039416.jpg)
Happy New Year 2024
ସବୁଠି ଖୁସି । ସବୁଠି ଉତ୍ସାହ । ୨୦୨୩କୁ ବିଦାୟ ଦେଇ ସମସ୍ତେ କରୁଛନ୍ତି ୨୦୨୪କୁ ସ୍ୱାଗତ । ରାଜରାସ୍ତାରେ ଲେଖା ହୋଇଛି Welcome ୨୦୨୪ । ଆଉ ସବୁଠି ଶୁଭୁଛି ଆତସବାଜିର ଶବ୍ଦ । ବିଦାୟ ନେଇଛି ୨୦୨୩, ଆସିଛି ୨୦୨୪ । ନବାଗତ ବର୍ଷର ଆଗମନରେ ବିଭୋର ବିଶ୍ୱବାସୀ । ଏହି ଖୁସିଭରା ନୂଆବର୍ଷରେ ସମସ୍ତ ଦର୍ଶକଙ୍କୁ OTV ଶୁଭକାମନା ଜଣାଉଛି । ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ୨୦୨୪ ।
ରଙ୍ଗାରଙ୍ଗ ଆତସବାଜି ସହ ଖୁସିରେ ଝୁମୁଛନ୍ତି ଲୋକେ । ବିଶେଷ କରି ନୂଆବର୍ଷର ଆଗମନରେ ଯୁବପିଢ଼ି ଓ ଛୋଟଛୋଟ ପିଲାଙ୍କ ନିକଟରେ ଦେଖିବାକୁ ମିଳିଛି ଉତ୍ସାହ । ପ୍ରଥମେ ଧୁମ୍ଧାମ୍ରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ନ୍ୟୁଜିଲାଣ୍ଡବାସୀ । ଏହି ଅବସରରେ ଅକ୍ଲାଣ୍ଡର ପ୍ରସିଦ୍ଧ ସ୍କାଏ ଟାଓ୍ୱାରରେ ରଙ୍ଗାରଙ୍ଗ ଆଲୋକମାଳା ସହ ଆତସବାଜିର ଆୟୋଜନ ହୋଇଛି ।
ଏହାପରେ ଅଷ୍ଟ୍ରେଲିଆରେ ମଧ୍ୟ ନୂଆବର୍ଷ ପହଞ୍ଚିସାରିଛି । ସିଡନୀର ପ୍ରସିଦ୍ଧ ସିଡନୀ ହାର୍ବରରେ ଆକର୍ଷଣୀୟ ଆଲୋକସଜ୍ଜା ଓ ଆତସବାଜି ଦେଖିବାକୁ ମିଳିଛି । କେବଳ ନ୍ୟୁଜିଲାଣ୍ଡ କି ଅଷ୍ଟ୍ରେଲିଆ ନୁହେଁ, ପ୍ରଶାନ୍ତ ମହାସାଗର ଭିତରେ ଥିବା ସାମୋଆ, କିରିବାଟି ଓ ନାଉରୁ ଭଳି ଛୋଟ ଦ୍ୱୀପ ରାଷ୍ଟ୍ରରେ ନୂଆବର୍ଷ ଆସିସାରିଛି ।
ନୂଆବର୍ଷକୁ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟପକବ୍ୟବସ୍ଥା ହୋଇଛି । ଭୁବନେଶ୍ୱରର ଛକ ଗୁଡ଼ିକରେ କଡ଼ା ଚେକିଂ କରାଯାଉଛି । ସେହିପରି ଖୋଲାସ୍ଥାନରେ ଜିରୋ ନାଇଟ୍ ପାଇଁ ବାରଣ କରାଯାଇଛି । ବଡ଼ଗଡ଼, ଲକ୍ଷ୍ମୀ ସାଗର, ଚନ୍ଦ୍ରଶେଖରପୁର, ଇନଫୋସିଟି, ଖଣ୍ଡଗିରି, ନୟାପଲ୍ଲୀ ପୋଲିସ ସହରର ପ୍ରମୁଖ ଛକରେ ସାରା ରାତି ବ୍ଲକିଂ ଓ ଚେକିଂ ହୋଇଛି । ଯାନ ବାହନ ଯାଞ୍ଚ କରିବ ସହିତ କିଏ ମଦ ପିଇ ଗାଡ଼ି ଚଳାଇଥିଲା, ତାର ଯାଞ୍ଚ କରିଛନ୍ତି। ବ୍ରେଥ୍ ଆନାଲାଇଜର୍ ବ୍ୟବହାର କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)