• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Russia-Ukraine War
Russia-Ukraine War: ଯୁଦ୍ଧ ବିରତି ପାଇଁ ଦାବି କଲା ଭାରତ

ଯୁଦ୍ଧଭୂମିରୁ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ  ଭାରତ କୂଟନୈତିକ ଚାପ ପକାଉଛି। ଯୁଦ୍ଧ ବିରତି ପାଇଁ ୟୁକ୍ରେନ ଏବଂ ଋଷିଆ ନିକଟରେ ଭାରତ ଦାବି ଉପସ୍ଥାପନ କରିଛି।

Ukraine soldiers win heart feeding Russian-prisoners
ହୃଦୟ ଜିତିଲେ ୟୁକ୍ରେନ୍ ସେନା; ଶତ୍ରୁଙ୍କୁ ଖାଇବାକୁ ଦେଲେ, ମା’ଙ୍କ ସହ କଥା କରେଇଲେ

ଋଷ୍ ୟୁକ୍ରେନ୍ ଉପରେ ଉଗ୍ର ହେବାରେ ଲାଗିଛି। ୟୁକ୍ରେନର ଅନେକ ସହର ସମେତ ମାନବ ସମ୍ବଳକୁ ନଷ୍ଟ କରିସାରିଲାଣି। କିନ୍ତୁ ଏହାରି ଭିତରେ ୟୁକ୍ରେନ ସେନାର ଶତ୍ରୁ ପ୍ରତି ଦରଦକୁ ଦେଖି ସମସ୍ତଙ୍କ ହୃଦୟ ତରଳି ଯାଉଛି।

ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି
ୟୁକ୍ରେନ ଛାଡ଼ି ପଳାଇଲେ ରାଷ୍ଟ୍ରପତି ଜେଲେନସ୍କି !

ନିକଟରେ ଋଷ ସରକାର ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଥିବା ଜେଲେନସ୍କି କହିଥିଲେ।

Ukraine Crisis
ୟୁକ୍ରେନ୍‌ରେ ଋଷିଆର ହମଲା ଜାରି: ପାୱାରପ୍ଲାଣ୍ଟ ପରିସରରେ ଅଗ୍ନିକାଣ୍ତ ଦେଖି ବିଶ୍ୱବାସୀ ଛାନିଆ

ରାଜଧାନୀ କିଭ୍ ଉପକଣ୍ଠରେ ଏକ ଜନବସତି ଉପରେ ବୋମାବର୍ଷିବା ପରେ ବାହାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି । ଘର ଆଉ ଘର ହୋଇ ନାହିଁ, ଭୂତକୋଠି ଭଳି ଲାଗୁଛି ।

Zaporizhzhia Nuclear Plant
ଋଷ ଟାର୍ଗେଟରେ ୟୁକ୍ରେନର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ

ପ୍ରଥମେ ଚନବିଲ୍, ଆଉ ଏବେ ଜୋପାର୍ଜିଆ । ଋଷ ଟାର୍ଗେଟ୍‌ରେ ୟୁକ୍ରେନ୍‌ର ନ୍ୟୁକ୍ଲିୟର୍ ପାୱାରପ୍ଲାଣ୍ଟ୍ । ଗତରାତିରେ ଦେଶର ଦକ୍ଷିଣ ପୂର୍ବରେ ଥିବା ଜୋପାର୍ଜିଆ ନ୍ୟୁକ୍ଲିୟର୍ ପାୱାରପ୍ଲାଣ୍ଟକୁ ଆକ୍ରମଣ କରି କବ୍ଜା କରିଛି ଋଷୀୟ ସେନା ।

Indian Student Shot
ୟୁକ୍ରେନ ଛାଡ଼ିବା ପାଇଁ ପ୍ରୟାସ କରୁଥିଲେ ଭାରତୀୟ ଛାତ୍ର, ହେଲେ ଗୁଳିମାଡ଼ ଖାଇଲେ...

ୟୁକ୍ରେନ ରାଜଧାନୀ କିଭ୍‌ରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପୋଲାଣ୍ଡ ଯାଇଥିବା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

Blast In Pakistan
ବଡ଼ ଧରଣର ଆତଙ୍କବାଦୀ ବିସ୍ଫୋରଣ, ୩୦ ପାକିସ୍ତାନୀ ମୃତ

ମସଜିଦରେ ନମାଜ ପାଠ ବେଳେ ବିସ୍ଫୋରଣ ଘଟିଥିଲା।

  • Friday, 04 March 2022
Ukraine
ପୁଣି ଭାରତ ବଢ଼ାଇଲା ସହଯୋଗର ହାତ; ୟୁକ୍ରେନ୍‌କୁ ଦେଲା ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ

୬ ଟନ ରିଲିଫ ସାମଗ୍ରୀ ନେଇ ହିଣ୍ଡନ ଏୟାରବେସରୁ ରୋମାନିଆ ଅଭିମୁଖେ ବାହାରିଛି ବାୟୁସେନାର ସ୍ୱତନ୍ତ୍ର ବିମାନ ।

Russia captured Ukraine Zaporizhzhia nuclear power plant
ୟୁକ୍ରେନ୍‌ରେ ଥିବା ୟୁରୋପର ସବୁଠାରୁ ବଡ ଆଣବିକ ଶକ୍ତି କେନ୍ଦ୍ରକୁ ଦଖଲ କଲା ଋଷ୍

ଋଷ୍‌ ଶୁକ୍ରବାର ୟୁକ୍ରେନ୍‌ର ୟୁରୋପର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର (ଜାପୋରିଜିଆ) ଉପରେ ଆକ୍ରମଣ କରିଛି। ଜାପୋରିଜିଆ ପରମାଣୁ କାରଖାନା ବର୍ତ୍ତମାନ ଋଷ୍‌ର ସେନା ଦ୍ୱାରା ଦଖଲ କରାଯାଇଛି। ଏହାପୂର୍ବରୁ ଋଷ୍‌ ସେନା ଏହା ଉପରେ ବୋମାମାଡ଼ କରିଥିଲା।

130 Russian buses ready to evacuate Indians
୧୩୦ ଋଷିଆ ବସ୍ ଭାରତୀୟଙ୍କୁ ଖାର୍‌କିଭ୍ ଏବଂ ସୁମିରୁ ନେବାକୁ ପ୍ରସ୍ତୁତ

ଋଷ୍‌-ୟୁକ୍ରେନ ଯୁଦ୍ଧ ବିଭିଷିକା ବଢିବାରେ ଲାଗିଛି। ଋଷ୍ ଏଠାରେ ଯେକୌଣସି ସମୟରେ ମାଇକୋଲିଭ୍‌ କୋଷ୍ଟ୍‌ଗାର୍ଡ ଉପରେ ଆକ୍ରମଣ କରିପାରେ। ପ୍ରାୟ ୧.୫ ଲକ୍ଷ ଋଷ୍‌ ସୈନିକ ମଧ୍ୟ କିଭ୍ ଓ ଖାର୍‌କିଭକୁ ଘେରି ରହିଛନ୍ତି। ତେବେ ସ୍ଥାନାନ୍ତର ପାଇଁ ୧୩୦ ଋଷୀୟ ବସ୍‌ ଭାରତୀୟଙ୍କ ସେବାରେ ଥିବା କୁହାଯାଇଛି।

Nuclear Power Plant
ସକାଳେ ଆକ୍ରମଣ, ଏବେ ଅକ୍ତିଆର କଲା; ୟୁରୋପ୍‌ର ସବୁଠୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଏବେ ଋଷ କବ୍‌ଜାରେ

ୟୁକ୍ରେନ୍‌ର ଜାପୋରିଝଝିଆ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଏବେ ଋଷ ନିୟନ୍ତ୍ରଣରେ । ରୁଷ ସେନା ବାହିନୀ ଏହାକୁ ନିଜ ଅକ୍ତିଆର୍‌କୁ ନେଇସାରିଥିବା ସ୍ୱୀକାର କରିଛି ୟୁକ୍ରେନ୍ ।

US senator Lindsey Graham calls for president Putin’s assassination
‘ଋଷ୍‌ରେ ପୁଟିନଙ୍କୁ କେହି ହତ୍ୟା କରିବା ଉଚିତ, ଏହା ପରେ ହିଁ ଯୁଦ୍ଧ ଶେଷ ହେବ’

ଆମେରିକାର ସିନେଟର୍‌ ଲିଣ୍ଡ୍‌ସେ ଗ୍ରାହାମ କହିଛନ୍ତି ଯେ ଋଷ୍‌ରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କେହି ହତ୍ୟା କରିବା ଉଚିତ। ତାଙ୍କ କହିବାନୁସାରେ, ଏହା ପରେ ହିଁ ଏହି ଯୁଦ୍ଧ ଶେଷ ହୋଇପାରିବ।

War Zone
ବିଗୁଡ଼ୁଛି ୱାର୍‌ ଜୋନ୍‌ ସ୍ଥିତି ! ୟୁକ୍ରେନ୍‌ରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼

ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପୋଲାଣ୍ଡ ଯାଇଥିବା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଆହତ ହୋଇଥିବା ଭାରତୀୟ ଛାତ୍ରଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନି ।

Vladimir Putin
ଋଷ ସେନା ଆକ୍ରୋଶରୁ ବର୍ତ୍ତିବା ପାଇଁ ଭାରତୀୟଙ୍କୁ ବନ୍ଧକ ରଖୁଛି ୟୁକ୍ରେନ୍‌ !

ଭାରତ ସମେତ ଚୀନ୍ ଏବଂ ଅନ୍ୟ କିଛି ବିଦେଶୀ ରାଷ୍ଟ୍ରର ନାଗରିକକୁ ୟୁକ୍ରେନ୍ ସେନା ବନ୍ଧକ ରଖିଥିବା ପୁଟିନ କହିଛନ୍ତି । ସୁରକ୍ଷା ପରିଷଦ ବୈଠକ ପରେ ପୁଟିନ ଏନେଇ ସୂଚନା ଦେଇଛନ୍ତି । ଯାହାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

Nuclear Power Plant Blast
ଭୟଙ୍କର ହେଲାଣି ଯୁଦ୍ଧ ! ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିୟର ପ୍ଲାଣ୍ଟରେ ବିସ୍ଫୋରଣ, ସ୍ଥିତି ହୋଇପାରେ ସାଂଘାତିକ

ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ତୁରନ୍ତ ଆକ୍ରମଣ ବନ୍ଦ ପାଇଁ ଅପିଲ୍ କରାଯାଇଛି । ଏହା ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ବୋଲି କୁହାଯାଉଛି ।

 Russia-Ukraine
ଯୁଦ୍ଧ ଟାଳିବାକୁ ପୁଣି ପ୍ରୟାସ, ଋଷ-ୟୁକ୍ରେନ୍ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା 

ଯୁଦ୍ଧ ଟାଳିବାକୁ ପୁଣି ପ୍ରୟାସ । ବେଲାରୁଷ୍-ପୋଲାଣ୍ଡ ସୀମାରେ ଋଷ-ୟୁକ୍ରେନ୍ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କରାଯାଇଛି । ତେବେ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଦୁଇ ଦେଶ ସହମତି ପ୍ରଦାନ କରିଛନ୍ତି । ଲୋକଙ୍କୁ ଖାଦ୍ୟ ଓ ମେଡିସିନ୍ ପହଞ୍ଚାଇବାକୁ ଆଲୋଚନାରେ ପ୍ରାଥମିକତା ଦିଆଯାଇଛି ।

Russia Ukraine War
ସାତ ଦରିଆ ପାରରେ ଯୁଦ୍ଧ ଚାଲିଛି, ହେଲେ ଏଠି ଆଖିରୁ ଲୁହ ଶୁଖୁନି

ପ୍ରତି ମୁହୂର୍ତ୍ତରେ ଆଶଙ୍କା ଅଜଣା ଭୟରେ ଭୟଭୀତ ପୁରୀର ଆଉ ଏକ ପରିବାର । ଯୁଦ୍ଧଭୂଇଁ ୟୁକ୍ରେନର ଖାରକିଭରୁ ଫେରି ଆସିଥିଲେ ବି ଝିଅ ପ୍ରେରଣା ଏଯାଏଁ ଘରକୁ ଫେରିନି । ତାକଥା ମନେ ପଡିଲେ ଆଖିରୁ ଲୁହ ଗଡ଼ିଯାଉଛି, କୋହ ସମ୍ଭାଳି ହେଉନି ।

The crisis of Ukraine
ୟୁକ୍ରେନ୍ ସଂକଟ: ପଡିରହିଛି ଚାଦର ଘୋଡ଼ା ଗଣ୍ଡା ଗଣ୍ଡା ଶବ

ଚାରିଆଡ଼େ ଶ୍ମଶାନର ହାହାକାର ଦେଖାଯାଉଥିବା ବେଳେ ଖାଲି ବିନାଶ ଆଉ ବିନାଶର ଚିତ୍ର ମନକୁ ଆନ୍ଦୋଳିତ କରୁଛି। ଚାରିଆଡେ ଧୂଆଁ, ଧ୍ୱସ୍ତବିଧ୍ୱସ୍ତ କୋଠା। କୋଉଠି ଜିମ୍ ଜଳୁଛି ତ ପୁଣି କୋଉଠି ଛିନ୍‌ଛତ୍ର ହୋଇ ପଡିଛି ରାସ୍ତାଘାଟ ଓ ଦୋକାନ ବଜାର।

Indian Flag
ଋଷରେ ଭାରତର ଦବଦବା, ଆମେରିକା-ଫ୍ରାନ୍ସକୁ ହଟାଇ ଚମକିଲା ତ୍ରିରଙ୍ଗା

ବାଇକୋନୁର୍‌ରେ ଥିବା ସୋୟୁଜ୍ ରକେଟ୍‌ର ପୂର୍ବରୁ ଲଗାଇଥିବା ବିଭିନ୍ନ ଦେଶର ଜାତୀୟ ପତାକାକୁ ଲୁଚାଇ ଦେଇଛି ଋଷୀୟ ମହାକାଶ ଗବେଷଣା ସଂସ୍ଥା ରସ୍‌କସ୍‌ମସ୍‌ । ତେବେ ତ୍ରିରଙ୍ଗାରେ ହାତ ମାରିନି ଋଷ ।

Ukraine Russia War
OTVକୁ ୟୁକ୍ରେନ୍‌ର ଛାତିଥରା କାହାଣୀ କହିଲେ ଆଦିତ୍ୟ, ବୋମା ମାଡ଼ର ଭୀଷଣ ଶବ୍ଦରେ କାନ ତାବ୍ଦା

ୟୁକ୍ରେନରେ ଫସିଥିବା ଓଡିଆ ଡାକ୍ତରୀ ଛାତ୍ର ଆଦିତ୍ୟ ପାତ୍ର କହିଛନ୍ତି ସେଠାକାର କଳା କାହାଣୀ । ସେ କହିଛନ୍ତି ଯୁଆଡ଼େ ଦେଖିବ ଖାଲି ବୋମା ବର୍ଷା ।

Putin wax Statue
ବିଶ୍ୱରେ ଏକଘରିଆ ହେବେ ପୁଟିନ୍‌ ! ପ୍ୟାରିସ୍‌ରୁ ହଟିଲା ପ୍ରତିମୂର୍ତ୍ତି

ରୁଷର ଏହି ଯୁଦ୍ଧ ନୀତିକୁ ଅନେକ ଦେଶ ବିରୋଧ କରିଛନ୍ତି। ଏପରିକି ପୁଟିନଙ୍କୁ ବିରୋଧ କରି ରୁଷ ଉପରେ ବିଭିନ୍ନ ପ୍ରକାରର କଡା ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Russia Ukraine War
୮ ଦିନ ହେଲାଣି, ତଥାପି ଥମିନି ଯୁଦ୍ଧ ! ଖେରସନ୍-ଖାରକିଭ୍ ପରେ ଟାର୍ଗେଟ୍‌ରେ ଓଡେଶା

ଖେରସନ୍, ଖାରକିଭ୍ ସହର ଏକ ପ୍ରକାର ଛାରଖାର ହୋଇଗଲାଣି । ରେଳ ଷ୍ଟେସନ୍, ପ୍ରତିରକ୍ଷା ବିଭାଗ ବିଲ୍ଡିଂକୁ ଧ୍ୱଂସ ମିସାଇଲ ମାଡ଼ କରିଛି ଋଷ । ସାଧାରଣଲୋକଙ୍କ ଘର ଉପରେ ବି ହୋଇଛି ମିଶାଇଲ୍ ମାଡ଼ ।

Ukrainian woman helped an Indian student
ଭାରତୀୟ ଛାତ୍ରୀଙ୍କ ପାଇଁ ଦେବଦୂତ ସାଜିଲେ ୟୁକ୍ରେନ୍ ମହିଳା, ଇଜ୍ଜତ ବଞ୍ଚାଇବାକୁ ଉଠାଇଲେ ବନ୍ଧୁକ

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଖରାପ ହେବାରେ ଲାଗିଛି। ୟୁକ୍ରେନ୍‌କୁ ସମ୍ପୂର୍ଣ୍ଣ ଭାବେ କବ୍‌ଜା କରିବାକୁ ରୁଷ ସେନା ପୂରା ଦମ୍‌ରେ ଲାଗି ପଡ଼ିଛନ୍ତି। କିନ୍ତୁ ଯୁଦ୍ଧ ଭିତରେ ବି ବଞ୍ଚିଛି ମାନବିକତା। ଭାରତୀୟ ଛାତ୍ରୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୟୁକ୍ରେନ୍ ମହିଳା ।

Indians Stranded in Ukraine Return With Their Pets as Govt Relaxes Rules
ମାନବିକତା ଦେଖାଇଲେ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ର; ନିଜ ସହ ବିଲେଇ-କୁକୁରକୁ ମଧ୍ୟ ସ୍ୱଦେଶ ଫେରାଇ ଆଣିଲେ

ଭାରତକୁ ପ୍ରାୟ ୨୦୦ ଭାରତୀୟଙ୍କୁ ଅଣାଯାଇଥିବା ବେଳେ ରୋମାନିଆର ବୁକାରେଷ୍ଟରୁ ବି ୨୦୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯୁଦ୍ଧରେ ସବୁଠାରୁ ପ୍ରଭାବିତ କିଭ୍ ସହରରୁ କେରଳର ଜଣେ ଛାତ୍ର ନିଜ ସାଙ୍ଗଙ୍କ କୁକୁରକୁ ବିମାନରେ ଆଣିବାକୁ ଭୁଲି ନାହାଁନ୍ତି ।

Humanity Of Ukraine Citizens
ମାନବିକତାର ଶ୍ରେଷ୍ଠ ଉଦାହରଣ: ଭୋକିଲା ରୁଷ୍‌ ସୈନ୍ୟଙ୍କୁ ବ୍ରେଡ୍‌ ଦେଲେ ୟୁକ୍ରେନ ବ୍ୟକ୍ତି

ଯୁଦ୍ଧ ଭିତରେ ବି ବଞ୍ଚିଛି ମାନବିକତା। ସେମାନେ ଶତ୍ରୁ ହୋଇ ହତ୍ୟା କରିବାକୁ ଆସିଛନ୍ତି ହେଲେ ସେମାନଙ୍କ ପ୍ରତି ବି ମାନବିକତା ଦେଖାଇଛନ୍ତି ୟୁକ୍ରେନବାସୀ।