• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ୍‌ର ମାରିଉପୁଲ ସହର ଉପରେ ଘନ ଘନ ବୋମାମାଡ଼ କରୁଛି ଋଷିଆ । ଘନ ଘନ ବୋମାବର୍ଷା ସାଙ୍ଗକୁ ଗୁଳିମାଡ଼ । ଚାରିଆଡ଼େ ମୃତ୍ୟୁର ତାଣ୍ଡବ । ଏଭଳି ସ୍ଥିତିରେ ୟୁକ୍ରେନ ସୈନ୍ୟ ସାହାଯ୍ୟ ପାଇଁ ଗୁହାରୀ କରୁଛନ୍ତି । କିଛି ଘଣ୍ଟା ମଧ୍ୟରେ ସବୁ ଖେଳ ଶେଷ ହୋଇଯିବ । ଚାରିଆଡ଼େ ଘେରିକି ରହିଛନ୍ତି ଋଷୀୟ ସୈନ୍ୟ । ମାରିଉପୁଲ ସହରର ଏକ ଷ୍ଟିଲ କମ୍ପାନୀ ଭିତରେ ଥାଇ ଲଢ଼େଇ ଜାରି ରଖିଥିବା ୟୁକ୍ରେନ୍ ସୈନ୍ୟଙ୍କ ପାଇଁ ଅଲ୍ଟିମାଟମ୍ ଜାରି କରିଛନ୍ତି ପୁଟିନ୍‌ ସରକାର ।

ଋଷୀୟ ସେନା ମାରିଉପୁଲ ସହରରେ ଥିବା ଏକ ବିରାଟ ଇସ୍ପାତ କାରଖାନାରେ ଲୁଚି ରହିଥିବା ୟୁକ୍ରେନ୍‌ ସୈନ୍ୟଙ୍କୁ ଚାରିଆଡ଼ୁ ଘେରି ରହିଛନ୍ତି । ମାରିଉପୁଲ ୟୁକ୍ରେନ ଅକ୍ତିଆରରେ ଥିବା ଶେଷ ଗଡ଼ ବୋଲି କୁହାଯାଉଛି । ଆଉ ଏହାରି ଭିତରେ ଇସ୍ପାତ କାରଖାନାରେ ଲୁଚି ଯୁଦ୍ଧ ଜାରି ରଖିଥିବା ଜଣେ ସୈନ୍ୟ ଭିଡିଓ ଜାରି କରି ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ବୋମା ବିସ୍ଫୋରଣ ମଧ୍ୟରେ ସହରର ଲୋକଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇପାରି ନାହିଁ । ଏବେ ବି ଅନେକ ଲୋକ ଫସି ରହିଛନ୍ତି । ସାଧାରଣ ଜନତାଙ୍କ ପାଇଁ କିଛି କରାଯାଉ ବୋଲି ଗୁହାରୀ କରିଛନ୍ତି ।

ସେପଟେ ଯୁଦ୍ଧ ଚାଲିଥିବା ସମୟରେ ନିଜର ଶକ୍ତି ପ୍ରବର୍ଶନ କରିଛି ଋଷିଆ । ସଫଳତା ସହ ସରମାଟ୍ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି । ଏହି ମିସାଇଲ ଆଣବିକ କ୍ଷେପଣାସ୍ତ୍ର ବହନ କରିବାର କ୍ଷମତା ରଖିଛି । ଏନେଇ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଘୋଷଣା କରିବା ସହ ଏଣିକି ଶତ୍ରୁ ଦୁଇ ଥର ଚିନ୍ତା କରିବେ ବୋଲି କହିଛନ୍ତି ।

ରୁଷ ଏହାର ପରବର୍ତ୍ତୀ ପିଢୀର ମିସାଇଲ ଉପରେ କାର୍ଯ୍ୟ କରୁଥିଲା । ଏହାର ପରୀକ୍ଷଣ ଶେଷ ହୋଇଛି ।ଏଥିରେ କିନ୍‌ଝର ଏବଂ ଆଭାନଗାର୍ଡ ହାଇପରସୋନିକ୍ ମିସାଇଲ ବି ସାମିଲ ରହିଛି । ଏହା ବାହ୍ୟ ଆକ୍ରମଣରୁ ରୁଷକୁ ସୁରକ୍ଷା ଦେବାରେ ନିଶ୍ଚିତ ସହାୟତା କରିବ । ସରମଟ୍ ହେଉଛି ଶକ୍ତିଶାଳୀ ମିସାଇଲ, ଯାହ ଦୀର୍ଘ ରେଞ୍ଜର ବିଧ୍ୱଂସକାରୀ ଟାର୍ଗେଟ୍ କରିପାରିବ ପୃଥିବୀ ପୃଷ୍ଠରେ ଯେକୌଣସି ସ୍ଥାନକୁ ଟାର୍ଗେଟ କରିପାରିବ ।