• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜିକାଲି ବିବାହକୁ ସ୍ମରଣୀୟ କରିବାକୁ ସମସ୍ତେ ଚାହୁଁଛନ୍ତି । ସେଥିପାଇଁ ଆପଣାଉଛନ୍ତି ନୂଆ ନୂଆ ତରିକା। ପୂରା ୟୁନିକ୍‌ ଷ୍ଟାଇଲରେ ବିବାହ କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି। ନିକଟରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କରିସ୍ମା ଦେଖାଉଛନ୍ତି କନିଆ। ବିବାହ ମଣ୍ଡପକୁ କନିଆଁ ଜଣକ ବଲୁନରେ ଧମାକାଦାର୍‌ ଏଣ୍ଟ୍ରି କରୁଛନ୍ତି।

ଇଟାଲୀର ଫ୍ଲୋରେନ୍ସ ସହରର ଏ ଭିଡିଓରେ କନିଆ ଜଣକ ବେଲୁନ୍ ସାହାଯ୍ୟରେ ଉଡ଼ି ଉଡ଼ି ଆସି ପହଞ୍ଚୁଛନ୍ତି ୱେଡିଂ ଭେନ୍ୟୁରେ। ଜଣେ ୱେଡିଂ ପ୍ଲାନର ଇନଷ୍ଟାଗ୍ରାମରେ ଏ ଭିଡିଓ ସେୟାର କରିଛନ୍ତି। ଯାହାକୁ ୪ ମିଲିୟନରୁ ଅଧିକ ଲୋକେ ଦେଖି ସାରିଲେଣି।

ଭିଡିଓରେ କନିଆ ଏକ ଅଫ୍ ସୋଲ୍ଡରର ଗାଉନ୍‌ ପିନ୍ଧିଥିବା ବେଳେ ମୁଣ୍ଡରେ ପିନ୍ଧିଛନ୍ତି ହୀରାର କ୍ରାଉନ୍ । କିଛି ଧଳା ହିଲିୟମ୍ ବେଲୁନ୍ ସୁଇଙ୍ଗରେ ବସି ବିବାହ ସ୍ଥାନକୁ କନିଆ ପ୍ରବେଶ କରୁଛନ୍ତି। ଆକାଶରେ କନିଆ ଉଡୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଉପସ୍ଥିତ ଅତିଥି। ଏଣ୍ଟ୍ରି ସମୟରେ ସମସ୍ତଙ୍କୁ ଚାହିଁ କନିଆ ଜଣକ ହାତ ହଲାଉ ଥିବାବେଳେ ତାଳିରେ ଫାଟି ପଡ଼ିଥିଲା ପୂରା ପରିବେଶ।

ସୋସିଆଲ ମିଡିଆରେ ଭିଡିଓଟି ସେୟାର କରି କ୍ୟାପସନରେ ଲେଖା ଯାଇଛି, ‘ଏହା ଥିଲା କନିଆଙ୍କ ଏଣ୍ଟ୍ରି! ୨୫୦ ହିଲିୟମ୍ ବେଲୁନ୍ ସହିତ ଏହି ବ୍ରାଇଡାଲ୍ ଏଣ୍ଟ୍ରିର ବନ୍ଦୋବସ୍ତ କରାଯାଇଥିଲା। ଏହି ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି।

ଆଜିକାଲି ବିବାହରେ କନିଆଙ୍କ ପ୍ରବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। କନିଆ କ’ଣ ପିନ୍ଧି କରି ଯିବ। ମଣ୍ଡପରେ କେମିତି ଏଣ୍ଟ୍ରି କରିବ। ଏସବୁ ଉପରେ ଗୁରୁତ୍ୱ ଦିଆଯାଉଛି।