• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ୍-ରୁଷ ଯୁଦ୍ଧକୁ ପାଖାପାଖି ୨ ମାସ ହେବାକୁ ଯାଉଥିବା ବେଳେ ୟୁକ୍ରେନ୍‌ ବାଣିଜ୍ୟିକ ପେଣ୍ଠସ୍ଥଳ ପ୍ରମୁଖ ସହର ମାରିଉପୁଲ କବଜା କରିଥିବା ନେଇ ଦାବି କରିଛି ରୁଷ୍ । ବନ୍ଦରନଗରୀ ମାରିଓପୋଲକୁ ୟୁକ୍ରେନ ନିୟନ୍ତ୍ରଣ ମୁକ୍ତ କରାଯାଇଥିବା ରୁଷ ଗଣମାଧ୍ୟମର ଦାବି କରିଛି । ଅନ୍ୟପଟେ ଡନବାସ ଅଞ୍ଚଳକୁ ନିୟନ୍ତ୍ରଣରେ ନେବା ପାଇଁ ରୁଷ୍ ସେନାର ଜୋରଦାର ପ୍ରୟାସ ଜାରି ରଖିଛି ।

ଘମାଘୋଟ ଯୁଦ୍ଧ ଭିତରେ ମାରିଓପଲ୍ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡ଼ିଛି ଏଠାରୁ ଅଧିକାଂଶ ଲୋକେ ସହର ଛାଡ଼ି ପଳାୟନ କରିଥିବା ବେଳେ ଅନେକଙ୍କର ମୃତ୍ୟୁ ଘଟିଛି । ତେବେ ଏ ନେଇ ୟୁକ୍ରେନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ରୁଷ୍ ପକ୍ଷରୁ ଲଗାତାର ଭାବେ ୟୁକ୍ରେନ୍ ଉପରେ ‌ଆକ୍ରମଣ ଜାରି ରହିଛି । ଏଭଳି ସ୍ଥିତିରେ ରୁଷ୍ ମାରିଓପଲ୍ ଉପରେ କବ୍ଜା କରିଥିବା ରୁଷୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଋଷ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ୟୁକ୍ରେନର ଅନେକ ଐତିହ୍ୟ ପୂର୍ଣ୍ଣ ସହର ଧ୍ୱଂସ ହୋଇଯାଇଛି । ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ସହରର ପୂର୍ବ ଏବଂ ପରର ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । ଏହି ସହରମାନଙ୍କ ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍ ସମେତ ଖାରକିଭ ଭଳି ସହର ମଧ୍ୟ ସାମିଲ ଅଛି । ଋଷର ଆକ୍ରମଣରେ ୟୁକ୍ରେନର ଅନେକ ସହର ଶ୍ରୀହୀନ ହୋଇପଡ଼ିଛି । ଚାରିଆଡ଼େ ଆକ୍ରମଣର ଭୟାବହତାର ଚିତ୍ର ଦେଖିବାକୁ ମିଳିଛି ।