Advertisment

ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷା କରି ପୁଣି ଶକ୍ତି ଦେଖାଲା ରୁଷ

ଋଷ୍‌ -ୟୁକ୍ରେନ୍ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧ ଚାଲିଥିବା ସମୟରେ ନିଜର ଶକ୍ତି ପୁଣି ଦେଖାଇଛି ରୁଷ । ସଫଳତା ସହ ସରମାଟ୍ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି ରୁଷ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Russia releases video of intercontinental ballistic missile launch

Russia releases video of intercontinental ballistic missile launch

ଋଷ୍‌ -ୟୁକ୍ରେନ୍ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧ ଚାଲିଥିବା ସମୟରେ ନିଜର ଶକ୍ତି ପୁଣି ଦେଖାଇଛି ରୁଷ । ସଫଳତା ସହ ସରମାଟ୍ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି ରୁଷ । ଏହି ମିସାଇଲ ଆଣବିକ କ୍ଷେପଣାସ୍ତ୍ର ବହନ କରିବାର କ୍ଷମତା ରଖିଛି ।

Advertisment

ଏନେଇ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଘୋଷଣା କରିବା ସହ ଏଣିକି ଶତ୍ରୁ ଦୁଇ ଥର ଚିନ୍ତା କରିବେ ବୋଲି କହିଛନ୍ତି । ରୁଷ ଏହାର ପରବର୍ତ୍ତୀ ପିଢୀର ମିସାଇଲ ଉପରେ କାର୍ଯ୍ୟ କରୁଥିଲା । ଏହାର ପରୀକ୍ଷଣ ଶେଷ ହୋଇଛି ।ଏଥିରେ କିନ୍‌ଝର ଏବଂ ଆଭାନଗାର୍ଡ ହାଇପରସୋନିକ୍ ମିସାଇଲ ବି ସାମିଲ ରହିଛି ।

ଏହା ବାହ୍ୟ ଆକ୍ରମଣରୁ ରୁଷକୁ ସୁରକ୍ଷା ଦେବାରେ ନିଶ୍ଚିତ ସହାୟତା କରିବ । ସରମଟ୍ ହେଉଛି ଶକ୍ତିଶାଳୀ ମିସାଇଲ, ଯାହ ଦୀର୍ଘ ରେଞ୍ଜର ବିଧ୍ୱଂସକାରୀ ଟାର୍ଗେଟ୍ କରିପାରିବ ପୃଥିବୀ ପୃଷ୍ଠରେ ଯେକୌଣସି ସ୍ଥାନକୁ ଟାର୍ଗେଟ କରିପାରିବ ।

Advertisment

ଅନ୍ୟପକ୍ଷେ, ଋଷର ଆକ୍ରମଣରେ ୟୁକ୍ରେନର ଅନେକ ସହର ଶ୍ରୀହୀନ ହୋଇପଡ଼ିଛି। ଚାରିଆଡ଼େ ଆକ୍ରମଣର ଭୟାବହତାର ଚିତ୍ର ଦେଖିବାକୁ ମିଳିଛି। ଋଷ ସେନାର ଘନ ଘନ ଆକ୍ରମଣରେ ଏବେ କିଭ୍ ସହର ଧ୍ୱଂସାଭିମୁଖୀ। ବାରମ୍ବାର ଆକ୍ରମଣ କରି ୟୁକ୍ରେନକୁ ଧ୍ୱସ୍ତବିଧ୍ୱସ୍ତ କରି ପକାଇଥିବା ଋଷ କିଭ୍‌କୁ ନିଜ ନିୟନ୍ତ୍ରଣରେ ଆଣିବାକୁ ପ୍ରାଣ ପଣେ ପ୍ରଚେଷ୍ଟା ଜାରି ରଖିଛି। ସବୁ ସରକାରୀ କାର୍ଯ୍ୟାଳୟ ସହ ୟୁକ୍ରେନର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ କିଭ୍‌ରେ ହିଁ ରହିଛି। ୮୩୯ ବର୍ଗ କିଲୋମିଟର ପରିବ୍ୟାପ୍ତ କିଭ୍‌ର ଜନସଂଖ୍ୟା ପ୍ରାୟ ୩୦ ଲକ୍ଷ ଥିଲା। କିଭ୍ ସହରକୁ ଲୋକେ ଖୁବ ପସନ୍ଦ କରନ୍ତି। ଏପରିକି ୟୁରୋପର ସପ୍ତମ ଲୋକପ୍ରିୟ ସହର ଭାବେ ମଧ୍ୟ କିଭ୍‌ର ଖ୍ୟାତି ଥିଲା।

Russia-Ukraine Conflict
Advertisment
Advertisment