• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲଣ୍ଡନ ଗଳିରେ ମିଳୁଛି ଦେଶୀ ତଡ଼କା ବାଲା ଝାଲମୁଢ଼ି । ନା ରହିଛି, ଏଭ୍ରିବଡି ଲଭ୍ ଲଭ୍ ଝାଲମୁଢ଼ି ଏକ୍ସପ୍ରେସ । ଗ୍ରାହକ ଖୁବ୍‌ ଆନନ୍ଦରେ ଏହାକୁ ଖାଇ ତୃପ୍ତି ହୁଅନ୍ତି । ବ୍ରିଟିସ୍ ସେଫ୍ ଆଙ୍ଗୁସ ଡେନୁନଙ୍କ ହାତରେ ତିଆରି ଏହି ଝାଲମୁଢ଼ିର ସ୍ୱାଦ ନେବାକୁ ପ୍ରତ୍ୟେକ ଦିନ ଲମ୍ବା ଲାଇନ୍ ଲାଗେ । ଗ୍ରାହକଙ୍କୁ ଝାଲ ମୁଢ଼ି ପରସି ପରସି ତାଙ୍କର ହାତ ଥକିଯାଏ ସିନା, ଗ୍ରାହକଙ୍କ ସଂଖ୍ୟା କମ୍ ହୁଏନି ।

ତେବେ ତାଙ୍କର ଏହି ଝାଲମୁଢ଼ି ଦୋକାନ ଏବେ କେବେର ନୁହେଁ ଗତ ଦଶନ୍ଧି ତଳୁ ଚାଲୁଛି । ସେ ଲଣ୍ଡନର ଗଳିରେ ଝାଲମୁଢ଼ି ବ୍ୟବସାୟ କରି ଭଲ ଦି ପଇସା ରୋଜଗାର କରିପାରୁଛନ୍ତି । ତାଙ୍କ ଝାଲମୁଢ଼ି ଏକ୍ସପ୍ରେସ ବି ଲଣ୍ଡନରେ ବେଶ୍ ଲୋକପ୍ରିୟ । ଆଙ୍ଗୁସଙ୍କ ଝାଲ ମୁଢ଼ି ରେସିପି ଭାରତୀୟଙ୍କ ଭଳି ସୁସ୍ୱାଦୁ ବୋଲି ଲୋକେ କୁହନ୍ତି ।

ସମସ୍ତେ ଜାଣନ୍ତି ଝାଲମୁଢ଼ି ପାଇଁ କୋଲକାତା ବେଶ୍ ଲୋକପ୍ରିୟତା ହାସଲ କରିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କୋଲକାତାରେ ଏହି ଝାଲମୁଢ଼ି ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲା । ସେ ସମୟରେ ଏହାର ଚାହିଦା କାହିଁରେ କଣ ଥିଲା । ସେତେବେଳେ ଏହା ବେଶ୍ ବ୍ୟାବସାୟିକ ସଫଳତା ମଧ୍ୟ ପାଇଥିଲା । ବ୍ରିଟିସ ରାଜ୍ ବେଳେ ସାମରିକ ଦୃଷ୍ଟି କୋଣରୁ କୋଲକାତା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଥିଲା । ଏଇଠୁ ହିଁ ମିଲିଟାରୀ ଅପରେସନକୁ ଅପରେଟ କରାଯାଉଥିଲା । ଆଉ ସେ ସମୟରେ ବ୍ରିଟିସ୍ ଅଫିସର, ବେଙ୍ଗଲୀ ବାବୁ, ଆମେରିକାନଙ୍କ ପାଇଁ ଏହା ଥିଲା ପ୍ରିୟ ସ୍ନାକ୍ସ ।

ମୁଢି ସାଙ୍ଗକୁ ମିକ୍ଚର, ପିଆଜ, ଲଙ୍କା, ସୋରିଶ ତେଲ, ଟମାଟ ଆଉ ତାସାଙ୍ଗକୁ ଭଳିକି ଭଳି ମଶାଲାରେ ପ୍ରସ୍ତୁତ ହୋଇଥାଏ ଏହି ଝାଲମୁଢ଼ି। ଏବେ ବି କୋଲକାତାରେ ରହିଛି ଏହାର ଚାହିଦା ।