• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

’ମୋଦି ମୋ ଖାସ ଦୋସ୍ତ ’ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱତନ୍ତ୍ର ବନ୍ଧୁ ବୋଲି କହିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଦୁଇ ଦିନିଆ ଭାରତ ଗସ୍ତ ଅବସରରେ ଭାରତର ସ୍ୱାଗତ ସମ୍ବର୍ଦ୍ଧନାରେ ଅଭିଭୂତ ହୋଇ ଏହା କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ ପରେ ଉଭୟ ନେତାଙ୍କ ମିଳିତ ବିବୃତ୍ତି ମଧ୍ୟ ଆସିଛି ।

ଗତକାଲି ଯେଭଳି ସମ୍ବର୍ଦ୍ଧିତ କରାଗଲା, ସେଥିରେ ମୁଁ ଅଭିଭୂତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ମୋତେ କାଲି ସଚିନ ତେନ୍ଦୁଲକର ଏବଂ ଅମିତାଭ ବଚ୍ଚନଙ୍କ ଭଳି ଅନୁଭବ ହେଲା । ଦ୍ୱିପାକ୍ଷିକ ସମ୍ପର୍କ ନେଇ ଦିଲ୍ଲୀ ହାଇଦ୍ରାବାଦ ହାଉସରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ ହୋଇଛି ବୋଲି କହିଥିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନସନ୍ । ଅନେକ ପ୍ରସଙ୍ଗ ନେଇ ଉଭୟ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଜଳ, ସ୍ଥଳ, ଆକାଶ ଓ ସାଇବର ସୁରକ୍ଷା ନେଇ ଉଭୟ ଦେଶ କାମ କରିବେ ଏବଂ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସଂପର୍କକୁ ଅଧିକ ସୁଦୃଢ଼ କରିବେ ।

ଏହା ପୂର୍ବରୁ ରାଷ୍ଟ୍ରପତି ଭବନ ପରିସରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ସ୍ୱାଗତ କରିଥିଲେ । ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।

ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାରେ ଖୁସି ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ସେ ଏଭଳି ଭବ୍ୟ ପାରମ୍ପରିକ ସ୍ୱାଗତ କେବେବି ଦେଖିନଥିବା କହିଛନ୍ତି । ଏହାପରେ ସେ ରାଜଘାଟରେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।