Advertisment

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଓ ଟ୍ୱିଟର ବୋର୍ଡ ମେମ୍ବର୍ସଙ୍କ ମଧ୍ୟରେ ଶୀତଳ ଯୁଦ୍ଧ !

ଟ୍ୱିଟରକୁ ଜୋରଜବରଦସ୍ତ ଅଧିଗ୍ରହଣ କରିବାକୁ ଏଲନ ମସ୍କ ଲାଗିପଡ଼ିଛନ୍ତି। ଯାହାକୁ ନେଇ ଟ୍ୱିଟରର ବୋର୍ଡ ମେମ୍ବର୍ସ ଏବଂ ମସ୍କଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ବୋର୍ଡର ସଦସ୍ୟମାନେ ଏଲନ ମସ୍କଙ୍କୁ ଚେକ୍ ଦେବା ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି।

author-image
Rajalaxmi Sahoo
Cold War Between Elon Musk And Twitter Board Members

Cold War Between Elon Musk And Twitter Board Members

‘ଲଭ୍ ମି ଟେଣ୍ଡର’। ଏହି ଗୀତ ଆମେରିକାର ଜଣେ ପ୍ରତିଷ୍ଠିତ ସିଙ୍ଗର ଏଲଭିସ୍ ପ୍ରେସ୍‌ଲି ଗାଇଛନ୍ତି। କିନ୍ତୁ ଏହି ଗୀତର ଟାଇଟଲ୍ ‘ଲଭ୍ ମି ଟେଣ୍ଡର’ ଲେଖି ପୋଷ୍ଟ କରିଥିଲେ ଏଲନ୍ ମସ୍କ। ତାପରଠୁ ଏଲନ୍ ମସ୍କଙ୍କ ଟ୍ୱିଟର ଅଧିଗ୍ରହଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଟାଇଟଲ୍‌ର ଅର୍ଥ ‘ତୀବ୍ର ଇଚ୍ଛା’ ବୋଲି କହିହେବ।

Advertisment

କିନ୍ତୁ ଏଲନ ମସ୍କଙ୍କ ଏହି ଟ୍ୱିଟକୁ ଲୋକପ୍ରିୟ ସୋସିଆଲ ମିଡିଆ ଟ୍ୱିଟରକୁ କିଣିବା ପାଇଁ ତାଙ୍କର ଅଫର ସହ ଯୋଡ଼ାଯାଉଛି। ତେବେ ଟ୍ୱିଟରକୁ ଜୋରଜବରଦସ୍ତ ଅଧିଗ୍ରହଣ କରିବାକୁ ଏଲନ ମସ୍କ ଲାଗିପଡ଼ିଛନ୍ତି। ଯାହାକୁ ନେଇ ଟ୍ୱିଟରର ବୋର୍ଡ ମେମ୍ବର୍ସ ଏବଂ ମସ୍କଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ବୋର୍ଡର ସଦସ୍ୟମାନେ ଏଲନ ମସ୍କଙ୍କୁ ଚେକ୍ ଦେବା ପାଇଁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି।

କିନ୍ତୁ ବିଶ୍ୱର ସବୁଠାରୁ ବଡ଼ ଧନୀ ଏଲନ ମସ୍କ ନିଜ ଜିଜ୍‌ରେ ଅଟଳ ଅଛନ୍ତି। ଏପରିକି ଅଫର ନମାନିଲେ ତାଙ୍କ ପାଖରେ ପ୍ଲାନ୍‌ ବି ଥିବା ନେଇ ଏଲନ୍ ମସ୍କ କହି ସାରିଛନ୍ତି। ସେପଟେ ଏହା ପୂର୍ବରୁ ଏଲନ୍ ମସ୍କଙ୍କୁ ବୋର୍ଡର ମେମ୍ବର ହେବାକୁ ଟ୍ୱିଟର ପକ୍ଷରୁ ଅଫର ମିଳିଥିଲା ବୋଲି କୁହାଯାଉଛି। କିନ୍ତୁ ସେ ଏହାକୁ ପ୍ରତ୍ୟାଖାନ କରିଦେଇଥିଲେ। ଏହା ପଛର କାରଣ ହେଉଛି, ଯଦି ସେ ବୋର୍ଡର ସଦସ୍ୟ ହେବେ, ତେବେ କମ୍ପାନୀରେ  ତାଙ୍କର ଶେୟାର ଅତି ବେଶୀରେ ୧୪.୯% ହୋଇପାରିବ। କିନ୍ତୁ ମସ୍କ କମ୍ପାନୀର ଶହେ ପ୍ରତିଶତ ଶେୟାର କିଣିବାକୁ ଲାଗିପଡ଼ିଛନ୍ତି।

Advertisment
Twitter Elon Musk
Advertisment
Advertisment