• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁନିଆର ସବୁଠୁ ଡେଙ୍ଗା ପରିବାର । ସମସ୍ତଙ୍କ ଉଚ୍ଚତା ୬ ଫୁଟରୁ ଅଧିକ । କେବଳ ଅଞ୍ଚଳ କି ଦେଶରେ ନୁହେଁ, ପୂରା ଦୁନିଆରେ ଡେଙ୍ଗା ପରିବାର ଭାବେ ଏମାନେ ଚର୍ଚ୍ଚାରେ । ଆମେରିକାର ମିନେସୋଟାର ଟ୍ରେପ୍ସ ପରିବାର ଏବେ ଦୁନିଆର ସବୁଠୁ ଡେଙ୍ଗା ପରିବାର ଭାବେ ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ପରିବାରରେ ମୋଟ ୫ ଜଣ ସଦସ୍ୟ ରହିଥିବା ବେଳେ ସମସ୍ତଙ୍କ ଉଚ୍ଚତା ୬ ଫୁଟରୁ ଅଧିକ ।

ପରିବାରର ସବୁଠୁ ଡେଙ୍ଗା ବ୍ୟକ୍ତି ହେଉଛନ୍ତି ଏଡମ୍‌ ଟ୍ରେପ୍ସ । ଯାହାଙ୍କ ବୟସ ମାତ୍ର ୨୨ ବର୍ଷ । ଟ୍ରେପ୍ସଙ୍କ ଉଚ୍ଚତା ୭ ଫୁଟ୍‌ ୩ ଇଞ୍ଚ୍‌ । ଆଉ ଘରର ସବୁଠୁ କମ୍ ଉଚ୍ଚତା ଥିବା ବ୍ୟକ୍ତି ହେଉଛନ୍ତି ଟ୍ରେପ୍ସଙ୍କ ମାଆ କ୍ରିଷ୍ଟିନ୍ । ତାଙ୍କ ଉଚ୍ଚତା ୬ ଫୁଟ୍‌ ୩ ଇଞ୍ଚ୍‌ । ବାପା ସ୍କଟଙ୍କ ଉଚ୍ଚତା ୬ ଫୁଟ ୮ ଇଞ୍ଚ୍‌ ହୋଇଥିବା ବେଳେ ଭଉଣୀ ମୋଲ୍ଲି ଷ୍ଟିଡେଙ୍କ ଉଚ୍ଚତା ୬ ଫୁଟ ୬ ଇଞ୍ଚ ।

ଗିନିଜ୍‌ ରେକର୍ଡରେ ସ୍ଥାନ ପାଇବା ପରେ ଏହି ପରିବାରକୁ ନେଇ ସବୁଠି ଚର୍ଚ୍ଚା । ଉଚ୍ଚତା ପାଇଁ ଏହି ପରିବାର ଫେମସ୍‌ ହୋଇଥିଲେ ମଧ୍ୟ ଏବେ ଏମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲମ୍ବା ହେବା ଯୋଗୁ ବିଭିନ୍ନ ସମୟରେ ଏମାନେ ନିଜ ମନ ପସନ୍ଦର ଗାଡ଼ି ଚଢ଼ି ପାରୁନଥିବା ବେଳେ ସାଧାରଣ ପୋଷାକ ପିନ୍ଧି ପାରୁ ନାହାଁନ୍ତି । ଅନ୍ୟପଟେ ଡେଙ୍ଗା ହେବାର ଅନେକ ଲାଭ ବି ଅଛି । ଯେମିତି କି ତାଙ୍କୁ ଦେଖା କରିବାକୁ ବିଭିନ୍ନ ଦେଶରୁ ଅନେକ ଲୋକ ଆସିଥାନ୍ତି। ଆମ ବିଷୟରେ ଜାଣିବାକୁ ଚାହୁଁଥିବାରୁ ଖୁସି ଲାଗିଥାଏ ।

ଜିନରେ ହେଉଥିବା ପରିବର୍ତ୍ତନ କାରଣରୁ ଜଣେ ବ୍ୟକ୍ତି ଲମ୍ୱା ହୋଇଥାଏ । ଯାହାର ପ୍ରଭାବ ପିଢ଼ି ପରେ ପଢ଼ି ଦେଖିବାକୁ ମିଳିଥାଏ । ଦୁନିଆରେ ଅନେକ ଡେଙ୍ଗା ଲୋକ ଅଛନ୍ତି । ହେଲେ ୬ ଫୁଟରୁ ଅଧିକ ଉଚ୍ଚର ମଣିଷ ଖୁବ୍‌ କମ୍‌ ଦେଖାଯାଇଥାନ୍ତି । କିନ୍ତୁ ଏଠି ପୂରା ପରିବାର ଡେଙ୍ଗା ହୋଇଥିବାକୁ ଚର୍ଚ୍ଚା ଜୋରଦାର ହେଉଛି ।