• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୫୯ ଦିନରେ ପହଞ୍ଚିଛି ୟୁକ୍ରେନ୍-ରଷିଆ ଯୁଦ୍ଧ । ତଥାପି ଥମିବାରେ ନାଁ ନେଉନି ଯୁଦ୍ଧ । ଫଳରେ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ଅନେକ ସୈନ୍ୟ ମଧ୍ୟ ନିହତ ହୋଇଛନ୍ତି । ଏହାରି ମଧ୍ୟରେ ପ୍ରତିଦିନ ଆସୁଛି ଯୁଦ୍ଧ ବିଭୀଷିକାର ଭଳିକି ଭଳି ଚିତ୍ର । ଗତକାଲି ୟୁକ୍ରେନ୍‌ର ଚେର୍ଣ୍ଣିହିବ୍‌ରୁ ଏକ ଜୀବନ୍ତ ବୋମା ଉଦ୍ଧାର ହୋଇଛି । ପ୍ରାୟ ୫ ଶହ କିଲୋ ଓଜନ୍‌ର ଏହି ବୋମାକୁ ଚେର୍ଣ୍ଣିହିବ୍ ସହରର ଜନବସତିରୁ ଉଦ୍ଧାର କରାଯାଇଛି । ୟୁକ୍ରେନ୍ ସେନା ଭାଙ୍ଗି ଯାଇଥିବା ଘରର ଅତଡ଼ା ତଳୁ ଏହି ବୋମାକୁ ବାହାର କରିଛି । ଜନବସତିରୁ ଦୂରରେ ନେଇ ଏହାକୁ ନିର୍ଷିୟ କରାଯାଇଛି । ଏତେ ବଡ଼ ବୋମାକୁ ନେବା ବି ବେଶ କଷ୍ଟସାଧ୍ୟ ଥିଲା ।

ଆମେରିକା ଓ ୟୁରୋପୀୟ ଦେଶ ମାନଙ୍କ ଅସ୍ତ୍ର ସହଯୋଗ ମିଳିବା ପରେ ଋଷକୁ ୟୁକ୍ରେନ ସୈନ୍ୟ କଡ଼ା ଟକ୍କର ଦେଉଛନ୍ତି । ଫଳରେ ଯୁଦ୍ଧ ଦୁଇ ମାସରେ ପହଞ୍ଚିବାକୁ ଯାଉଥିବା ବେଳେ ରାଷ୍ଟ୍ରପତି ପୁଟିନଙ୍କ ୟୁକ୍ରେନ ଦଖଲ ଲକ୍ଷ୍ୟ ସାକାର ହୋଇନି । ତେବେ ଦିନ ଯେତିକି ଗଡୁଛି, ସେତିକି ଅଧିକ କ୍ରୋଧାନ୍ୱିତ ହେଉଛନ୍ତି ପୁଟିନ୍ । ୟୁକ୍ରେନକୁ ସହଯୋଗ, ପଶ୍ଚିମୀ ଦେଶକୁ ମହଙ୍ଗା ପଡିବ ବୋଲି ପୁଟିନ୍ ବାରମ୍ବାର ଚେତାବନୀ ବି ଦେଇ ଆସୁଛନ୍ତି ।

ସେହିପରି ଗତ ଗୁରୁବାର ଦିନ ଯୁଦ୍ଧ ଚାଲିଥିବା ସମୟରେ ନିଜର ଶକ୍ତି ଦେଖାଇବା ସହ ସଫଳତା ସହ ସରମାଟ୍ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି । ଏହି ମିସାଇଲ ଆଣବିକ କ୍ଷେପଣାସ୍ତ୍ର ବହନ କରିବାର କ୍ଷମତା ମଧ୍ୟ ରଖିଛି ।

ଏନେଇ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଘୋଷଣା କରିବା ସହ ଏଣିକି ଶତ୍ରୁ ଦୁଇ ଥର ଚିନ୍ତା କରିବେ ବୋଲି କହିଛନ୍ତି । ରୁଷ ଏହାର ପରବର୍ତ୍ତୀ ପିଢୀର ମିସାଇଲ ଉପରେ କାର୍ଯ୍ୟ କରୁଥିଲା । ଏହାର ପରୀକ୍ଷଣ ଶେଷ ହୋଇଥିବା ଜଣାପଡିଛି ।ଏଥିରେ କିନ୍‌ଝର ଏବଂ ଆଭାନଗାର୍ଡ ହାଇପରସୋନିକ୍ ମିସାଇଲ ବି ସାମିଲ ରହିଛି ।

ତେବେ ଯୁଦ୍ଧ ଆଉ କେତେ ଦିନ ଚାଲିବ? କଣ ହେବ ଏହାର ପରିଣତି ? ୟୁକ୍ରେନ ଯୁଦ୍ଧରୁ ଲାଗିଯିବନି ତୃତୀୟ ବିଶ୍ୱଯୁଦ୍ଧ ? ଏଭଳି ଅନେକ ଅସାମହିତ ପ୍ରଶ୍ନ ଭିତରେ ରହିଛି ଏହି ଦୁଇ ଦେଶର ଭବିଷ୍ୟତ ।

OTV is now on Whatsapp

Join and get latest news update delivered to you via whatsapp

Join Now