ନିଜ ଜାଲରେ ଛନ୍ଦି ହେଉଛନ୍ତି ଇମ୍ରାନ୍ ଖାନ୍ । ଏମିତିକି ଇମ୍ରାନ ପାକିସ୍ତାନର ସୁପ୍ରିମ୍ କୋର୍ଟକୁ ମଧ୍ୟ ପ୍ରତିଉତ୍ତର ଦେଇପାରୁନାହାଁନ୍ତି ।
ଭାରତକୁ କୃତଜ୍ଞତା ଜଣାଇଲେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର । ଭାରତକୁ ବଡ଼ ଭାଇର ଆଖ୍ୟା ଦେଇଛନ୍ତି ସନଥ ଜୟସୁରିୟା। ଏଥିସହ ଭାରତ ସମେତ ସବୁ ପଡ଼ୋଶୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି।
ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ମଧ୍ୟରେ ଋଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଅଧିକ ଆଲୋଚନା କରାଯାଉଛି। ବର୍ତ୍ତମାନ ପୁଟିନ ସହ ଜଡିତ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ବିଗତ କିଛି ବର୍ଷ ମଧ୍ୟରେ ଭ୍ଲାଦିମିର ପୁଟିନ ଏବଂ ତାଙ୍କ ନୀତିକୁ ବିରୋଧ କରୁଥିବା ଲୋକମାନେ ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଛନ୍ତି।
ଗୋଟିଏ ପଟେ ଦେଶବ୍ୟାପୀ ଅଭାବରୁ ଆର୍ତ୍ତ ଚିତ୍କାର, ଅନ୍ୟପଟେ କ୍ଷମତାସୀନ ସରକାର ବିରୋଧରେ ଶକ୍ତିଶାଳୀ ବିକ୍ଷୋଭ । ଗୁରୁତର ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାରେ ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି ସାଧାରଣ ଲୋକଙ୍କ ଜୀବନ
ଶ୍ରୀଲଙ୍କାରେ ବିଭିନ୍ନ ସାମଗ୍ରୀର ଦରଦାମ ଦେଖିବା ଯଦି, ଏବେ ଚା କପ୍ର ମୂଲ୍ୟ ୧୦୦ ଟଙ୍କା ଆଉ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା । କିଲେ ଚାଉଳ କିଣିବାକୁ ହେଲେ ଦେବାକୁ ପଡ଼ୁଛି ୨୨୦ ଟଙ୍କା ।
କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ତାଇଓ୍ୱାନ୍ ଏକ ସ୍ୱାଧୀନ ଗଣତାନ୍ତ୍ରିକ ଦେଶ ହୋଇଥିବା ବେଳେ ଏହା ମୂଳ ଚୀନ୍ ଭୁଖଣ୍ଡର ବୋଲି ଦାବି କରୁଛି ବେଜିଂ । ଖାସ୍ କରି ସାଇ-ଇଙ୍ଗ-ୱେଙ୍ଗ ୨୦୧୬ରେ ତାଇଓ୍ୱାନ୍ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଚୀନ୍ ଚାପ ବଢାଇ ଚାଲିଛି ।
ସାରା ବିଶ୍ୱ ତାଙ୍କୁ ଜଣେ ବିଚକ୍ଷଣ ରାଜନେତା ଭାବେ ସମ୍ମାନ ବି ଦେଇଆସୁଥିଲା । ତେବେ ୟୁକ୍ରେନ ଆକ୍ରମଣ ତାଙ୍କୁ ଜଣେ କ୍ରୁର ମଣିଷ ଭାବେ ଚିତ୍ରିତ କରିଛି ।
ଟ୍ୱିଟରରେ ଆପଣ ଏଡିଟ୍ ବଟନ୍ ଚାହାନ୍ତି କି? ଟେସଲା ସିଇଓ ଏଲନ୍ ମସ୍କଙ୍କ ଜନମତ ସର୍ଭେକୁ ନେଇ ଏବେ ଉତ୍କଣ୍ଠା ଦେଖାଦେଇଛି ।
ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।
WorldCup ନେଇପାରିଥିଲେ ହେଲେ ଚୌକି ସମ୍ଭାଳିପାରିଲେନି। ଜାଣନ୍ତୁ କେମିତି ଥିଲା ଇମ୍ରାନଙ୍କ ରାଜନୈତିକ କ୍ୟାରିଅର୍
ପାକିସ୍ତାନକୁ ନେଇ ଏବେ ପୁଣି ବଢିଲାଣି ଚର୍ଚ୍ଚା। ଇଏ ଏମିତି ଏକ ଦେଶ ଯେଉଁଠାରେ କୌଣସି ଜଣେ ପ୍ରଧାନମନ୍ତ୍ରୀ ପୂରଣ କରିପାରିନାହାନ୍ତି ନିଜର କାର୍ଯ୍ୟକାଳ....
ପ୍ରତିଶ୍ରୁତି ହେଲା ପାଣିର ଗାର। ନୂଆ ପାକିସ୍ତାନ ଗଠନ କରିବାର ସ୍ୱପ୍ନ ଦେଖାଇଥିଲେ ହେଲେ ଆର୍ଥିକ ସଙ୍କଟରେ ଛନ୍ଦି ହୋଇଗଲା ପାକ୍....ଏବେ ନିଜ ଚୌକିକୁ ବି ରକ୍ଷା କରିପାରିଲେନି ଇମ୍ରାନ୍
ଋଷିଆର ମୁଦ୍ରା ରୁବଲର ମୂଲ୍ୟ ଡଲାର ତୁଳନାରେ ୩୦ ପ୍ରତିଶତ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଋଷିଆର ଖାଦ୍ୟ ସାମଗ୍ରୀର ମୂଲ୍ୟ ୪୫ ପ୍ରତିଶତ ବୃଦ୍ଧି ଘଟିଛି ।
ୟୁକ୍ରେନ୍ରେ ନରସଂହାର କରୁଛି ଋଷ୍। ଖାଇବାକୁ ଆଣିବାକୁ ଗଲେ ହାଣି ପକାଉଛି, ପାଣି ପିଇବାକୁ ଗଲା ବେଳେ ହାତବାନ୍ଧି ଗୁଳିମାରୁଛି। ଡରି ଡରି ବଞ୍ଚୁଛନ୍ତି ୟୁକ୍ରେନବାସୀ....
ଶ୍ରୀଲଙ୍କା ପରିବା ବଜାରର ଅବସ୍ଥା କହିଲେ ନସରେ । ଦୋକାନରେ ଫଳ ଓ ପନିପରିବା ତ ଅଛି, ହେଲେ କିଣିବାକୁ ଗ୍ରାହକ ନାହାନ୍ତି । କାଁ ଭାଁ ଲୋକ ଦରଦାମ୍ ପଚାରିବାକୁ ଆସୁଛନ୍ତି ।
ରାଜନୈତିକ ଘମାସାନ ଲାଗି ରହିଥିବା ପାକିସ୍ତାନରେ ପରବର୍ତ୍ତୀ ନିର୍ବାଚନକୁ ନେଇ ଦେଖାଦେଇଛି ଅନିଶ୍ଚିତତା
କ’ଣ ହେବ ଶ୍ରୀଲଙ୍କାବାସୀଙ୍କ ଭବିଷ୍ୟତ ? ଉଗ୍ର ଜନ ଆନ୍ଦୋଳନ, ବିରୋଧୀଙ୍କ ଚାପ ଓ ଦେଶର ଧରାଶାୟୀ ଅର୍ଥନୀତି ଭିତରେ ଶ୍ରୀଲଙ୍କାର କ୍ଷମତାସୀନ ରାଜପକ୍ସା ସରକାର ପାଇଁ ବଢ଼ିଛି ଆଉ ଏକ ଅଡ଼ୁଆ
ଗିରଫ ଭୟରେ ଦେଶ ଛାଡ଼ି ପଳାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ଘନିଷ୍ଠ ବନ୍ଧୁ। ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ ବୁଶ୍ରା ବିବିଙ୍କ ଘନିଷ୍ଠ ବନ୍ଧୁ ପରାହ ଖାନ ପାକିସ୍ତାନ ଛାଡ଼ି ପଳାଇଥିବା ସୂଚନା ମିଳିଛି।
କୌଣସି ଆତଙ୍କବାଦୀଠୁ ବି କମ୍ ନୁହେଁ ରୁଷ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠୁ ସାଂଘାତିକ ଯୁଦ୍ଧ ଅପରାଧ ୟୁକ୍ରେନ୍ରେ ହିଁ କରାଯାଇଛି । ଆଜି ଜାତିସଂଘର ସୁରକ୍ଷା ପରିଷଦକୁ ସମ୍ବୋଧନ କରି ଏଭଳି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ।
ଉତ୍ତର-କୋରିଆ ପୁଣି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ଆରମ୍ଭ କରିବା ପ୍ରରୀପ୍ରେକ୍ଷୀରେ ଏଭଳି କହିଥିଲେ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ସୁ-ଉକ୍ ।
ସେ ବାରମ୍ବାର କହିଥିଲେ ଯେ କିଛି ଚମତ୍କାର ହେବ ଆଉ ବିରୋଧୀ ମାତ୍ ଖାଇବେ।
ଯୁଦ୍ଧଗ୍ରସ୍ତ ଦେଶରେ ଏଣେ ତେଣେ ବିଛା଼ଡ଼ି ହୋଇ ପଡ଼ିଛି ମଣିଷର ମୃତଦେହ । କିଏ ସାଇକେଲରେ ଯାଉଥିଲା, ଆଉ କିଏ ଯାଉଥିଲା ଆହାର ସଂଗ୍ରହ ପାଇଁ... ହେଲେ ଅଧାବାଟରେ ଚାଲିଯାଇଛି ଜୀବନ । ପ୍ରାୟ ୫୦ ଜଣଙ୍କୁ ରାସ୍ତା ଉପରେ ଓ ଘର ଭିତରେ ହାତ ପଛକୁ ବାନ୍ଧି ମୁଣ୍ଡକୁ ଗୁଳି କରାଯାଇଥିବା ଦେଖିବାକୁ ମିଳୁଛି ।
ଆନ୍ଦୋଳନକାରୀଙ୍କୁ ଦମନ ଲାଗି ପୋଲିସ ଓ ସେନାର ସହାୟତା ନେଇଥିଲେ ରାଷ୍ଟ୍ରପତି ରାଜପକ୍ସା । ଦେଶରେ ଜରୁରୀ ପରିସ୍ଥିତି ପରେ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଇଥିଲେ ରାଷ୍ଟ୍ରପତି।
ୟୁକ୍ରେନର ରାଜଧାନୀ କିଭ୍ ନିକଟ ବୁଚା ସହରରେ ଗଣହତ୍ୟା କରିଥିବା ଅଭିଯୋଗରେ ରୁଷ୍ ବିରୋଧରେ ଅଧିକରୁ ଅଧିକ କଟକଣା ଲଗାଇବାକୁ ପାଶ୍ଚାତ୍ୟ ରାଷ୍ଟ୍ର ସମୂହର ଦାବି କରିଛି ।
ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଗୁଲଜାର ଅହମ୍ମଦଙ୍କ ନାଁ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ।