• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାକିସ୍ତାନ ସଂସଦ ଭିତରେ ପେଟ କୁଣ୍ଡାଇ ହେଲେ ମନ୍ତ୍ରୀ। ଭିଡିଓ ହେଲା ଭାଇରାଲ। ସାରା ଦେଶ ଦେଖିଲା ଏହି ଭିଡିଓ। ସାଧାରଣ ଲୋକ ଆଗକୁ ଆସିବା ପୂର୍ବରୁ ଅଭିନେତ୍ରୀ ଆସିଲେ ଆଗକୁ। ମୁହଁ ଖୋଲି ମନ୍ତ୍ରୀଙ୍କୁ କହିଲେ, ପଶୁ ପରି ନହୋଇ ମଣିଷ ପରି ରୁହ। ଅଭିନେତ୍ରୀଙ୍କ ଏହି ବୟାନକୁ ନେଇ ଏବେ ଉଠୁଛି ପଡୁଛି ପୂରା ପାକିସ୍ତାନ ।

ସୋସିଆଲ୍‌ ମିଡିଆରେ ପାକିସ୍ତାନର ମନ୍ତ୍ରୀଙ୍କ ଭିଡିଓ ଭାଇରାଲ୍‌ ହେଉଛି। ଏ ଭିଡିଓ ଦେଖିବା ପରେ ଯେ କେହି ନିଶ୍ଚୟ ହସିବେ। ସଂସଦ ହଲ ଭିତରେ ପିଏମ୍‌ଏଲ ଏନ ନେତା ଚୌଧୁରୀ ଜାମିଲ୍‌ ଖୁବ୍‌ ଜୋର୍‌ରେ ନିଜ ପେଟ କୁଣ୍ଡାଉଛନ୍ତି। ଏକ ଧଳା ରଂଗର କୁର୍ତ୍ତି ପିନ୍ଧିଥିବା ଜାମିଲ୍‌ ସଂସଦ ଭିତରେ ସିଟ ଉପରେ ବସି ନିଜ ପେଟରୁ କୁର୍ତ୍ତିକୁ ଟେକି ଖୁବ୍‌ ଜୋର୍‌ରେ ଦୁଇ ହାତ ଲଗାଇ ପେଟକୁ କୁଣ୍ଡାଇବାରେ ଲାଗି ପଡିଛନ୍ତି।

ସେହି ସମୟର ଏ ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ବେଶ ଭାଇରାଲ୍‌ ହେବା ପରେ ସମାଲୋଚନାର ଶିକାର ହେଉଛନ୍ତି। ଅଭିନେତ୍ରୀ ମଥିରା ଏ ଭିଡିଓଟିକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରି ଲେଖିଛନ୍ତି, ‘କାହାକୁ ପରିହାସ କରିବା ମୋର ଉଦ୍ଦେଶ୍ୟ ନୁହେଁ। ମାତ୍ର ଏପରି ସ୍ଥାନରେ ବସି ପଶୁ ଭଳି କାମ କରିବା ଆଦୌ ଶୋଭନୀୟ ନୁହେଁ। ଶରୀରକୁ କୁଣ୍ଡାଇବା ଏକ ସାଧାରଣ କଥା । ମାତ୍ର ସର୍ବସାଧାରଣ ସ୍ଥାନରେ ଏପରି ପଶୁ ପରି ଆଚରଣ କରିବା ଆଦୌ ଗ୍ରହଣୀୟ ନୁହେଁ ।

ଯେବେଠାରୁ ସୋସିଆଲ୍‌ ମିଡିଆ ଆସିଛି, ସେବେଠାରୁ ଗୋପନୀୟ କଥା ସର୍ବସାଧାରଣରେ ଭାଇରାଲ୍‌ ହେବା ଏକ ସାଧାରଣ ଘଟଣା ପାଲଟି ଯାଇଛି। କେବେ କେବେ ଏପରି କିଛି ଭିଡିଓ ସାମ୍ନାକୁ ଆସିଥାଏ ‌ଯେଉଁଥିରେ ଭାଇରାଲ୍‌ ହେଉଥିବା ବ୍ୟକ୍ତି ନିଜେ ଜାଣି ପାରିନଥାନ୍ତି କେଉଁ ମୁହୂର୍ତ୍ତରେ ସେ ଟ୍ରୋଲ୍‌ ହେଲେ।