• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେମିତି ବୁଡ଼ିଲା ରୁଷିଆର ଯୁଦ୍ଧପୋତ ମସ୍କଭା? କୌଣସି ଅଗ୍ନିକାଣ୍ଡ ଓ ବିସ୍ଫୋରଣରେ ନା ୟୁକ୍ରେନ ସେନାର କ୍ଷେପଣାସ୍ତ୍ର ମାଡ଼ରେ ? କୃଷ୍ଣ ସାଗରରେ ମୁତୟନ ଏହି ଅତ୍ୟାଧୁନିକ ଓ ସବୁଠୁ ଶକ୍ତିଶାଳୀ ମସ୍କଭାକୁ କାହିଁକି ଦିଆ ଯାଇପାରିଲାନି ସୁରକ୍ଷା? ଭବିଷ୍ୟତରେ ଏଧରଣର ଆକ୍ରମଣକୁ କିଭଳି ପ୍ରତିହତ କରିହେବ? ଏତମାମ୍ ପ୍ରଶ୍ନର ଉତ୍ତର ପାଇବାକୁ ମସ୍କଭା ବୁଡ଼ିର ଅନୁଧ୍ୟାନ କରିବ ଭାରତୀୟ ନୌସେନା । ତାସହିତ ଏଧରଣର ଯୁଦ୍ଧପୋତକୁ ସୁରକ୍ଷା ପ୍ରଦାନ ଲାଗି କି ଉପାୟ କରାଯାଇପାରିବ ସେନେଇ ବି ପ୍ରସ୍ତାବ ଦେବ ।

ଯିଏ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରି ଶତ୍ରୁ ଶିବିରରେ ଆତଙ୍କ ସୃଷ୍ଟି କରୁଥିଲା, ଆଜି ସିଏ ସେଇ ନିଜେ ଶିକାର ହୋଇଛି ଶତ୍ରୁ କ୍ଷେପଣାସ୍ତ୍ରର । କୃଷ୍ଣ ସାଗରରେ ବୁଡ଼ି ଯାଇଥିବା ଋଷିଆର ଯୁଦ୍ଧ ଜାହାଜ ମସ୍କଭା । ଦୁଇ ଦୁଇଟି ନେପଚୁନ୍ କ୍ଷେପଣାସ୍ତ୍ର ମାଡ଼ କରିଏହାକୁ ମଝି ସମୁଦ୍ରରେ ବୁଡ଼ାଇ ଦେଇଥିବା ଦାବି କରିଛି ୟୁକ୍ରେନ । ତେବେ ୟୁକ୍ରେନର ଏହି ଦାବି ପରେ ବିଶ୍ୱବ୍ୟାପୀ ଯୁଦ୍ଧପୋତର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଯଦି କ୍ଷେପଣାସ୍ତ୍ର ମାଡ଼ କରି ଏଭଳି ଅତ୍ୟାଧୁନିକ ଓ୍ୱାରସିପକୁ ଏତେ ସହଜରେ ଧ୍ୱଂସ କରିଦିଆଯାଇ ପାରୁଛି, ତେବେ ଯୁଦ୍ଧ ବେଳେ ଏଗୁଡ଼ିକ କେତେ ନିର୍ଭରଯୋଗ୍ୟ ହେବ? ତାହା ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

କ୍ରୁଜ୍ ହେଉ କି ବାଲାଷ୍ଟିକ୍ , ଯୁଦ୍ଧପୋତ ବିଧ୍ୱଂସକାରୀ କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିବାକୁ ଦରକାର କେଉଁ ବ୍ୟବସ୍ଥା ? କଣ କଲେ ସୁରକ୍ଷିତ ରହିବ ଯୁଦ୍ଧପୋତ? ତାର ଅନୁଧ୍ୟାନ ଲାଗି ପ୍ରୟାସ କରିବ ଭାରତୀୟ ନୌସେନା ତେଣୁ ମସ୍କଭା କିଭଳି ବୁଡିଲା, ଏଥିରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା ନା ଅସ୍ତ୍ରଶସ୍ତ୍ର ବିସ୍ଫୋରଣରୁ ଅଘଟଣ ଘଟିଲା, କଣ କରିଥିଲେ । ଏହାକୁ ଶତ୍ରୁ ଆକ୍ରମଣରୁ ସୁରକ୍ଷା ମିଳିପାରିଥାଆନ୍ତା, ପ୍ରତିଟି ବିଷୟ ଉପରେ ଭାରତୀୟ ନୌସେନାର ପକ୍ଷରୁ ଷ୍ଟଡି କରାଯିବ ।

ଚୀନ୍ ହେଉ କି ଆମେରିକା, ଅବା ଭାରତ । କ୍ଷେପଣାସ୍ତ୍ର ମାଡ଼ରୁ କୌଣସି ଦେଶର ଯୁଦ୍ଧପୋତ ସୁରକ୍ଷିତ ନୁହେଁ ବୋଲି କୁହାଯାଉଛି । ଚୀନ୍ ନିକଟରେ ଲିଆଓନିଙ୍ଗ ଓ ସାନଡଙ୍ଗ ନାଁରେ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ରହିଛି । ଏସବୁ ଯୁଦ୍ଧପୋତ କ୍ଷେପଣାସ୍ତ୍ର ଆକ୍ରମଣରୁ ସୁରକ୍ଷିତ ହୋଇନଥିଲେ ମଧ୍ୟ ବେଜିଂ ଇଣ୍ଡୋ-ପାସିଫିକରେ ତାହାକୁ ମୁତୟନ କରିଛି । ଏଥିସହ ଆମେରିକୀୟ ଏୟାରକ୍ରାଫ୍ଟ କ୍ୟାରିୟରକୁ DF-21 ଓ DF-26 କ୍ଷେପଣାସ୍ତ୍ରର ଭୟ ବି ଦେଖାଉଛି । ଏହା ଚୀନର ବୃଥା ଆସ୍ଫାଳନ ବୋଲି କହିଛନ୍ତି ବିଶେଷଜ୍ଞ ।

ଅନ୍ୟପକ୍ଷରେ ଭାରତର ଯୁଦ୍ଧପୋତଗୁଡ଼ିକୁ ସୁରକ୍ଷା ଦେବା ଲାଗି INS ଧ୍ରୁବକୁ ମୁତୟନ କରାଯାଇଛି । ସେଥିରେ ରହିଛି ବାଲାଷ୍ଟିକ କ୍ଷେପଣାସ୍ତ୍ରକୁ ଟ୍ରାକ୍ କରିବାକୁ ଉଦ୍ଦିଷ୍ଟ NTRO ବ୍ୟବସ୍ଥା । ତା ବ୍ୟତିତୀତ DRDO, ଯୁଦ୍ଧପୋତର ସୁରକ୍ଷା ଲାଗି CHAFF ବ୍ୟବସ୍ଥା ବିକଶିତ କିରଛି । ଏହା ଧାତବ ଗୁଣ୍ଡର ଏକ ବାଦଲ ସୃଷ୍ଟି କରିଥାଏ, ଯାହାକି ଶତ୍ରୁ କ୍ଷେପଣାସ୍ତ୍ରର ଦିଗ ବଦଳାଇ ଦେବାରେ ସମର୍ଥ ।

ଆମେରିକା ପରେ ଭାରତ ନିକଟରେ ଏହି ଜ୍ଞାନକୌଶଳ ରହିଛି । ସେହିପରି ଭାରତର ଯୁଦ୍ଧ ଜାହାଜ ଗୁଡିକରେ ବାରାକ୍-ଓ୍ୱାନ୍ ଓ ବାରାକ୍-୮ କ୍ଷେପଣାସ୍ତ୍ର ଖଞ୍ଜା ଯାଇଛି । ଏସବୁ ମଧ୍ୟ ଶତ୍ରୁ ପକ୍ଷରୁ ଆସୁଥିବା କ୍ଷେପଣାସ୍ତ୍ରକୁ ଟ୍ରାକ୍ କରି ଧ୍ୱଂସ କରିପାରିବ । ଏସବୁ ସତ୍ତ୍ୱେ କ୍ଷେପଣାସ୍ତ୍ର ମାଡ଼ରୁ ଯୁଦ୍ଧ ଜାହାଜକୁ ଶତ ପ୍ରତିଶତ ସୁରକ୍ଷା ଦେବା ସମ୍ଭବ ନୁହେଁ ବୋଲି କୁହାଯାଉଛି । ତେଣୁ ମସ୍କଭା ବୁଡ଼ି ପ୍ରସଙ୍ଗରେ ଆସନ୍ତା ସପ୍ତାହରେ ଥିବା ନାଭି କମାଣ୍ଡର୍ସ ବୈଠକରେ ଆଲୋଚନା କରାଯିବ ।