• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାକ୍‌ର ନୂଆ ଷଡ଼ଯନ୍ତ୍ର । ସ୍ୱାଧୀନ କାଶ୍ମୀର ରାଷ୍ଟ୍ର ଗଠନ ପାଇଁ ପ୍ରୟାସ କରୁଛି ପାକିସ୍ତାନ । ନିଜ ଦେଶରେ ଏକ ସ୍ୱତନ୍ତ୍ର କାଶ୍ମୀର ଗଠନ କରିବା ପାଇଁ ଅଲଗା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନିଯୁକ୍ତି ସହ ଏକ ନୂଆ ସୁପ୍ରିମକୋର୍ଟ ସ୍ଥାପନ ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ କରିଛି ପାକିସ୍ତାନ ।

ଗତ ସୋମବାର ଦିନ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ନୂଆ ପ୍ରଧାନମନ୍ତ୍ରୀ ଭାବେ ସରଦାର ତନଭିର କଲିଯାସ ନିର୍ବାଚିତ ହେବା ପରେ ପାକିସ୍ତାନ ଏହି ନଷ୍ପତ୍ତି ନେଇଥିବା ଜଣାପଡିଛି ।

ପାକ୍‌ର ଏହି ଯୋଜନାଗୁଡିକରୁ ସ୍ପଷ୍ଟ ଜଣାପଡୁଛି ଯେ, ପାକିସ୍ତାନ୍‌ ନିଜର ଏକ ସ୍ଵାଧୀନ କାଶ୍ମୀର ରାଷ୍ଟ୍ର ଗଠନ କରିବା ପ୍ରସ୍ତୁତିରେ ଜୋରଦାର୍‌ ଲାଗିପଡିଛି । ତେବେ ପାକିସ୍ତାନ ବିଧାନସଭାରେ ମୋଟ ୫୩ ସଦସ୍ୟ ରହିଥିଲାବେଳେ ନିର୍ବାଚନରେ ୭୦୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ଭୋଟର ନିଜର ମତଦାନ କରିଥିଲେ।

ପ୍ରାୟ ୨୦ଲକ୍ଷ ପାକିସ୍ତାନ ନିଜ ଭୂଖଣ୍ଡକୁ ୪ଟି ପ୍ରଦେଶ ପଞ୍ଜାବ, ସିନ୍ଧୁ, ବେଲୁଚିସ୍ତାନ ଓ ଖାଇବର ପଖତୁନଖ ଭାବେ ଅନ୍ତର୍ଭୁକ୍ତ କରିଥିବାବେଳେ ଜାମ୍ମୁ କାଶ୍ମୀରକୁ ଏହି ତାଲିକାରେ ରଖିନଥିବା ଜଣାପଡିଛି । ପିଓକେ ପାକିସ୍ତାନ ସମ୍ବିଧାନ ଅନୁଯାୟୀ ଶାସିତ ହୋଇ ନଥାଏ । ଏହା ସ୍ଵତନ୍ତ୍ର ଆଇନ ଆଳଦ କାଶ୍ମୀର ଇଣ୍ଟରିମ୍ ଜନଷ୍ଟିଚ୍ୟୁସନ ଆକ୍ଟ ୧୯୭୪ ଦ୍ୱାରା ହିଁ ଶାସିତ ହୋଇଥାଏ ।

କେବଳ ଏତିକି ନୁହେଁ ପାକିସ୍ତାନ ସରକାର କାଶ୍ମୀରର ଶାସନ ପାଇଁ ଏକ ୧୪ ଜଣିଆ ପରିଷଦ ଗଠନ କରିଥାନ୍ତି । ଏହି ପରିଷଦର ନେତୃତ୍ୱ ପାକିସ୍ତାନ ପ୍ରଧାନମନ୍ତ୍ରୀ ନେଇଥାନ୍ତି । ପରିଷଦର ୬ ଜଣ ସଦସ୍ୟଙ୍କୁ ପାକିସ୍ତାନ ସରକାର ମନୋନୀତ କରିଥିବାବେଳେ ଅନ୍ୟ ୭ ଜଣଙ୍କୁ ପିଓକେ ବିଧାନସଭା ଦ୍ୱାରା ମନୋନୀତ କରାଯାଇଥାଏ ।

ସୂଚନା ଅନୁସାରେ, ପାକିସ୍ତାନ ତେହରିକ-ଇ-ଜନସାଫ ଦଳର ନେତା ଗମ୍ରାନ ଖାଁଙ୍କ ପୂର୍ବରୁ ଅବଦୁଲ କାୟୁମ୍ ନିୟାଜି ପାକ୍‌ର ପ୍ରଧାନମନ୍ତ୍ରୀ ଥିଲେ । ହେଲେ ଦନାୟ ବିଦ୍ରୋହ ଯୋଗୁଁ ସେ ଇସ୍ତଫା ଦେଇଥିଲେ। ପାକିସ୍ତାନର ଶେହବାଜ ସରିଫଙ୍କ ସରକାର କଳିୟାସଙ୍କୁ ଅସ୍ୱୀକାର କରିଛନ୍ତି । ଖେଳାଳଙ୍କ ପାକିସ୍ତାନ ମୁସଲିମ୍ ଲିଗ୍ ନ୍ୟାଳ (ପିଏମ୍‌ଏଲ-ଏନ୍‌) ଓ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମିଳିତ ଭାବେ ପିଓକେ ପ୍ରଧାନମନ୍ତ୍ରୀ ପଦ ପାଇଁ ଚୌଧୁରୀ ୟାସିନଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ନିର୍ବାଚନରେ ବିଜୟ ଲାଭ କରିପାରିନଥିଲେ ।