• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦ୍ୱିତୀୟ ଥର ପାଇଁ ଇମାନୁଏଲ୍ ମାକ୍ରୋନ୍ ଫ୍ରାନ୍ସର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି । ପୁଣି ତାଙ୍କ ହାତକୁ ଯାଇଛି କ୍ଷମତା ଭାର । ରାଷ୍ଟ୍ରପତି ନିର୍ବାଚନର ଅନ୍ତିମ ଭୋଟରେ ସେ ଦକ୍ଷିଣପନ୍ଥୀ ମରିନ୍‌ ଲେ ପେନଙ୍କୁ ପରାସ୍ତ କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଇମାନୁଏଲ୍ ମାକ୍ରୋନ୍ ୫୮.୨ ପ୍ରତିଶତ ଭୋଟ୍ ହାସଲ କରି ବିଜୟୀ ହୋଇଛନ୍ତି । ପୂର୍ବରୁ ଆକଳନ ଅନୁସାରେ ଇମାନୁଏଲଙ୍କୁ ୫୭ରୁ ୫୮ ପ୍ରତିଶତ ଭୋଟ୍ ଓ ମିଳିବ ବୋଲି କୁହାଯାଉଥିଲା । ଏହି ବିଜୟ ପରେ ଇମାନୁଏଲ୍ ମାକ୍ରୋନ୍ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ରହିବେ ।

୨୦ ବର୍ଷ ମଧ୍ୟରେ ଇମାନୁଏଲ୍ ମାକ୍ରୋନ୍ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି, ଯିଏ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ତେବେ ଚଳିତ ଥର ଇମାନୁଏଲ୍ ମାକ୍ରୋନଙ୍କ ବିରୋଧୀଙ୍କୁ ମିଳିଛି ୪୧.୮ ପ୍ରତିଶତ ଭୋଟ୍ । ତେବେ ତାଙ୍କ ପ୍ରତିଦ୍ୱନ୍ଦୀ ମେରାଇନ୍ ଲେ ପେନ୍ ପରାଜୟ ସ୍ୱୀକାର କରିବା ସହ କହିଛନ୍ତି, ଏହା ଏକ ବଡ଼ ବିଜୟ । ପାଞ୍ଚ ବର୍ଷ ପୂର୍ବରୁ ମଧ୍ୟ ଇମାନୁଏଲ୍ ଲେ ପେନଙ୍କୁ ପରାସ୍ତ କରି ଫ୍ରାନ୍ସର ସର୍ବକନିଷ୍ଠ ରାଷ୍ଟ୍ରପତି ହେବାର ଆଖ୍ୟା ଅର୍ଜନ କରିଥିଲେ ।

ତେବେ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ପୁଣିଥରେ ନିର୍ବାଚିତ ହେବାପରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଇମାନୁଏଲ୍ ମାକ୍ରୋନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଭିନନ୍ଦନ ବନ୍ଧୁ ଇମାନୁଏଲ୍‌ ମାକ୍ରୋନ୍‌ । ଆଗାମୀ ସମୟରେ ଭାରତ ଓ ଫ୍ରାନ୍ସର ସାମରିକ ଭାଗିଦାରୀ ସୁଦୃଢ଼ କରିବା ଲାଗି ଏକାଠି କାମ ଜାରି ରଖିବା ପାଇଁ ଆଶା କରୁଛି ବୋଲି ମୋଦି ଟ୍ୱିଟ୍ କରି ।

ସେହିପରି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ ଇମାନୁଏଲ୍ ମାକ୍ରୋନଙ୍କ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି , ଫ୍ରାନ୍ସ ଆମର ସବୁଠାରୁ ନିକଟତମ ତଥା ଗୁରୁତ୍ୱପୂର୍ଣ୍ଣ ସହଯୋଗୀମାନଙ୍କ ମଧ୍ୟରୁ ଅନ୍ୟତମ । ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି।