Advertisment

ଅମ୍ୱାନୀଙ୍କୁ ପଛରେ ପକାଇ ଆଦାନୀ ହେଲେ ବିଶ୍ୱର ୫ମ ଧନୀ ବ୍ୟକ୍ତି

ଆଦାନୀ ହେଲେ ବିଶ୍ୱର ୫ମ ଧନୀ ବ୍ୟକ୍ତି । ଦୁନିଆର ବହୁ ବଡ଼ ବଡ଼ ଧନୀକଙ୍କୁ ପଛରେ ପକାଇ ଦେଇଛନ୍ତି ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Gautam Adani Overtakes Warren Buffett To Become World's 5th Richest Person

Gautam Adani Overtakes Warren Buffett To Become World's 5th Richest Person

ଆଦାନୀ ହେଲେ ବିଶ୍ୱର ୫ମ ଧନୀ ବ୍ୟକ୍ତି । ଦୁନିଆର ବହୁ ବଡ଼ ବଡ଼ ଧନୀକଙ୍କୁ ପଛରେ ପକାଇ ଦେଇଛନ୍ତି ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ । ଫୋର୍ବସ ପତ୍ରିକା ପକ୍ଷରୁ ପ୍ରକାଶିତ ଶୀର୍ଷ ୫ମ ଧନୀଙ୍କ ତାଲିକାରେ ଗୌତମ ଆଦାନୀ ସ୍ଥାନ ପାଇଥିବା ବେଳେ ସେ ମୁକେଶ ଅମ୍ବାନୀଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି ।

Advertisment

ପୂର୍ବରୁ ବିଶ୍ୱ ଧନୀ ତାଲିକାର ୫ମ ସ୍ଥାନରେ ଥିବା କିମ୍ବଦନ୍ତୀ ଇନଭେଷ୍ଟର ୱାରେନ ବୁଫେଟ୍ଟଙ୍କୁ ପଛରେ ପକାଇ ଏବେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ୫ମ ଧନୀ ବ୍ୟକ୍ତି ହୋଇପାରିଛନ୍ତି ।

Gautam Adani Overtakes Warren Buffett To Become World's 5th Richest Person(ବିଶ୍ୱର ୫ମ ଧନୀ ବ୍ୟକ୍ତି ଗୌତମ ଆଦାନୀ)

ସୂଚନା ଅନୁଯାୟୀ, ୯୧ ବର୍ଷୀୟ ବୁଫେଟ୍ଟଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୨୧.୭ ବିଲିୟନ ଡଲାର ରହିଥିବାବେଳେ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୧୨୩.୭ ବିଲିୟନ ଡଲାରରେ ପହଞ୍ଚି ଯାଇଛି। ଭାରତର ଧନୀ ବ୍ୟକ୍ତି ତାଲିକାରେ ୧ନଂ ସ୍ଥାନରେ ଥିବା ଆଦାନୀଙ୍କ ସମ୍ପତ୍ତି ୨ନଂରେ ଥିବା ମୁକେଶ ଅମ୍ବାନୀଙ୍କ ଠାରୁ ୧୯ ବିଲିୟନ ଡଲାର ଅଧିକ ରହିଥିବା ଜଣାପଡିଛି । ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୦୪.୭ ବିଲିୟନ ଡଲାର ରହିଛି ।

Advertisment
Gautam Adani World's Richest Person
Advertisment
Advertisment