Advertisment

ଆମେରିକାକୁ ନାଲି ଆଖି ଦେଖାଇଲା ଋଷ; କହିଲା ୟୁକ୍ରେନ୍‌କୁ ସହାୟତା ମହଙ୍ଗା ପଡ଼ିବ

ପୁଣିଥରେ ଆମେରିକାକୁ ଚେତାବନୀ ଦେଲା ଋଷ । ଆମେରିକା ୟୁକ୍ରେନ୍‌କୁ ସାମରିକ ସହାୟତା ଯୋଗାଇ ଦେଉଥିବା ଅଭିଯୋଗ କରିଛି ଋଷ । ଯଦି ଆମେରିକା ବାରମ୍ବାର ୟୁକ୍ରେନ୍‌କୁ ଉନ୍ନତ ଅସ୍ତ୍ରଶସ୍ତ୍ର ପଠାଇବ, ତେବେ ଏହାର ପରିଣାମ ଖୁବ୍‌ ଖରାପ ହେବ ବୋଲି ଋଷ ଆମେରିକାକୁ ଚେତାଇ ଦେଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Russia Ukraine War

Russia Ukraine War

ପୁଣିଥରେ ଆମେରିକାକୁ ଚେତାବନୀ ଦେଲା ଋଷ । ଆମେରିକା ୟୁକ୍ରେନ୍‌କୁ ସାମରିକ ସହାୟତା ଯୋଗାଇ ଦେଉଥିବା ଅଭିଯୋଗ କରିଛି ଋଷ । ଯଦି ଆମେରିକା ବାରମ୍ବାର ୟୁକ୍ରେନ୍‌କୁ ଉନ୍ନତ ଅସ୍ତ୍ରଶସ୍ତ୍ର ପଠାଇବ, ତେବେ ଏହାର ପରିଣାମ ଖୁବ୍‌ ଖରାପ ହେବ ବୋଲି ଋଷ ଆମେରିକାକୁ ଚେତାଇ ଦେଇଛି ।

Advertisment

ଆମେରିକାର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ ରୁଷ ରାଷ୍ଟ୍ରଦୂତ ଆନାଟୋଲି ଆଣ୍ଟୋନେଭ କହିଛନ୍ତି ଯେ, ଆମେରିକା ପକ୍ଷରୁ ୟୁକ୍ରେନର କିଭ୍‌କୁ ବଞ୍ଚାଇବା ପାଇଁ ଯୋଗାଇ ଦିଆଯାଉଥିବା ଅସ୍ତ୍ରଶସ୍ତ୍ର ଗ୍ରହଣୀୟ ନୁହେଁ । ଆମେରିକା ତୁରନ୍ତ ଏହି କାର୍ଯ୍ୟ ବନ୍ଦ କରୁ ବୋଲି ସେ ଦାବି କରିଛନ୍ତି । ରୁଷର ଏହି ଅଭିଯୋଗ ନେଇ ଆମେରିକା ସରକାରଙ୍କ ନିକଟକୁ ଏକ ଡିପ୍ଲୋମାଟିକ୍ ନୋଟ୍ (କୂଟନୈତିକ ପତ୍ର) ପ୍ରଦାନ କରାଯାଇଛି ବୋଲି ଆଣ୍ଟୋନୋଭ କହିଛନ୍ତି ।

ଋଷ ପକ୍ଷରୁ ଏହି ଚେତାବନୀ ସେହି ସପ୍ତାହରେ ଦିଆଯାଇଥିଲା ଯେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ପାଇଁ ତୁରନ୍ତ ଅତିରିକ୍ତ ସାମରିକ ସହାୟତା ଘୋଷଣା କରିଥିଲେ। ଆମେରିକା ପକ୍ଷରୁ ୟୁକ୍ରେନକୁ ଅତରିକ୍ତ ୮୦୦ ମିଲିୟନ ଡଲାରର ସାମରିକ ସହାୟତା ଯୋଗାଇ ଦିଆଯିବ ବୋଲି ଆମେରିକା ପକ୍ଷରୁ କୁହାଯାଇଥିଲା । ଏହା ମଧ୍ୟରେ ହୋଇଟିଜର୍ସ ଓ ଟାଟିକାଲ ଡ୍ରୋନ୍‌ ମଧ୍ୟ ରହିଛି।

Advertisment

ଆମେରିକା ରାଷ୍ଟ୍ରପତି ବାଇଡେନ କହିଥିଲେ ଯେ, “ଆମେ ସବୁବେଳେ ଆମ ସହଯୋଗୀ ଓ ପାର୍ଟନର୍‌ଙ୍କ ସହ ଏକାଠି ରହିଛୁ। ଆମେ ୟୁକ୍ରେନବାସୀଙ୍କ ସହ ସର୍ବଦା ଅଛୁ। ପୁଟିନ କରିଥିବା ଅକ୍ଷମଣୀୟ ଭୁଲକୁ ଆମେ କେବେ ହେଲେ ଗ୍ରହଣ କରିବୁ ନାହିଁ। ପୁଟିନ କେବେ ହେଲେ ୟୁକ୍ରେନକୁ ସଂପୂର୍ଣ୍ଣ ଭାବେ ଦଖଲ କରିବାରେ ସଫଳ ହେବେନାହିଁ। ଆମେରିକା ପ୍ରଶାସନ ଏବେ ୟୁକ୍ରେନ ପାଇଁ ଅତରିକ୍ତ ସମାରିକ ସହାୟତା ଘୋଷଣା କରୁଛି।”

ଅନ୍ୟପକ୍ଷରେ ରୁଷ ମାରିୟୁପୋଲକୁ ଦଖଲ କରିଥିବାରୁ ୟୁକ୍ରେନ ମାନବୀୟ କରିଡର ବ୍ୟବସ୍ଥା ତୁରନ୍ତ କରିବାକୁ ଦାବି କରିଛି। ମାରିୟୁପୋଲର ସ୍ପ୍ରାୱଲିଙ୍ଗ ଅଜୋଭଷ୍ଟଲ ଷ୍ଟିଲ ପ୍ଲାଣ୍ଟରୁ ସାଧାରଣ ଲୋକ ଓ ଆହତ ଯବାନମାନଙ୍କୁ ଉଦ୍ଧାର କରିବାକୁ ୟୁକ୍ରେନ ଅନୁରୋଧ କରିଛି। ଲୋକକଙ୍କ ପାଖରେ ଖାଦ୍ୟ, ପାଣି ଓ ଜରୁରୀ ମେଡିସିନ ନଥିବା ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ କହିଛି।

୩ଟି ସ୍କୁଲ ବସରେ ମହିଳା ଓ ଛୋଟ ପିଲାଙ୍କୁ ମାରିୟୁପୋଲରୁ ଅନ୍ୟ ଅଞ୍ଚଳ ଦେଇ ଜାପୋରଜିଆକୁ ଅଣାଯାଇଛି। ଏବେ ବି ମାରିୟୁପୋଲରେ ଅନେକ ସାଧାରଣ ଲୋକ ରୁଷ ସେନାର ବନ୍ଧୁକ ମୁନରେ ରହିଛନ୍ତି। ସମସ୍ତଙ୍କୁ ରୁଷ ପକ୍ଷର ଧଳା ରଙ୍ଗର ବ୍ୟାଣ୍ଡ ପିନ୍ଧିବାକୁ କୁହାଯାଇଛି। ଯଦି କେହି ଏହାକୁ ପିନ୍ଧିବ ନାହିଁ, ତା’ହେଲେ ସେମାନଙ୍କୁ ଗୁଳି କରାଯିବ ବୋଲି ମଧ୍ୟ ଚେତାବାନୀ ଦିଆଯାଇଛି।

Ukraine Russia War Russia Warn America
Advertisment
Advertisment