• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଇତିହାସ ରଚିଲା ନାସା । ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କରାଯାଇଥିବା ଡାର୍ଟ ମିସନ ସଫଳ ହୋଇଛି । ସଫଳତାର ସହ ଗ୍ରହାଣୁ ଡିମୋରଫସ୍‌କୁ ଧକ୍କା ଦେଇଛି ନାସାର ସ୍ପେସକ୍ରାଫ୍ଟ୍ । ପୃଥିବୀଠାରୁ ୧୧ ନିୟୁତ କିଲୋମିଟର ଦୂରରେ ଥିବା ଏକ ଗ୍ରହାଣୁ ଡିମୋରଫସ୍‌କୁ ଧକ୍କା ଦେଇଥିଲା ନାସାର ମହାକାଶଯାନ । ଭାରତୀୟ ସମୟ ଆଜି ଭୋର ୪ଟା ୪୫ ମିନିଟ ସମୟରେ ଏହି ଧକ୍କା ହୋଇଥିଲା । ଧକ୍କା ହେବା ପରେ ଡିମୋରଫସ ତାର ଗତି ପରିବର୍ତ୍ତନ କରିଛି । ତେବେ ଏହି ଗ୍ରହାଣୁ କେଉଁଆଡେ ଗତି ପରିବର୍ତ୍ତନ କରିଛି, ଏହାର ତଥ୍ୟ ସଂଗ୍ରହ କରାଯାଉଛି ।

ନାସାର ସ୍ପେସକ୍ରାଫ୍ଟ ଡାର୍ଟ ଘଣ୍ଟା ପ୍ରତି ୨୨ ହଜାର ୫୩୦ କିଲୋମିଟର ବେଗରେ ଗତିକରି ଗ୍ରହାଣୁ ଡିମୋରୋଫସକୁ ଧକ୍କା ଦେଇଥିଲା । ଧକ୍କା ଦେବା ଠିକ୍ ପୂର୍ବରୁ ଡାର୍ଟ ମିଶନର ଏହି ସ୍ପେସକ୍ରାଫ୍ଟ ଡାଇମୋରୋଫସ ଏବଂ ଡିଡିମୋସର ପରିବେଶ, ସେଠାକାର ମାଟି ଓ ପ୍ରସ୍ତର ବିଷୟରେ ତଥ୍ୟ ସଂଗ୍ରହ କରିଥିଲା । ଏହି ମିଶନରେ କାଇନେଟିକ୍ ଇମ୍ପାର ଟେକନିକ୍‌ର ବ୍ୟବହାର କରାଯାଇଥିଲା ।

ଡିମୋରଫସ୍‌ର ଆକାର ଏକ ବଡ଼ ଫୁଟବଲ ପଡ଼ିଆ ପରି । ଆମେରିକାରୁ ଏହାର ସିଧା ମନିଟରିଂ କରାଯାଉଥିଲା । ଏହି ଗବେଷଣା ସଫଳ ହେବା ପରେ ପୃଥିବୀ ପ୍ରତି କୌଣସି ଗ୍ରହାଣୁ ଧକ୍କା ଦେବାର ଆଶଙ୍କା ହେଲେ ଏହାର ଗତିପଥକୁ ବଦଳାଯାଇପାରିବ । ଭବିଷ୍ୟତରେ ପୃଥିବୀ ପ୍ରତି ଯଦି କୌଣସି ବିପଦ ଅଛି, ତେବେ ଏହି ଗ୍ରହାଣୁ ପୁଞ୍ଜହିଁ ବିପଦ ସୃଷ୍ଟି କରିପାରନ୍ତି । ଏହାପରେ ଜଳବାୟୁ ପରିବର୍ତ୍ତନ ପୃଥିବୀ ପ୍ରତି ଦ୍ୱିତୀୟ ବିପଦ ସୃଷ୍ଟି କରିପାରେ । ପୃଥିବୀକୁ ବାହ୍ୟ ଆକ୍ରମଣରୁ ରକ୍ଷା କରିବାକୁ ଏହି ପରୀକ୍ଷଣ କରାଯାଇଥିଲା ।