Advertisment

ଫୁଟ୍‌ବଲ୍‌ ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ଖେଳିଲେ ରକ୍ତର ହୋଲି: ଚାଲିଗଲା ୧୨୭ ଜୀବନ

ଇଣ୍ଡୋନେସିଆରେ ଫୁଟ୍‌ବଲ୍‌ ମ୍ୟାଚ୍‌ ପରେ ବଡ଼ ଧରଣର ହିଂସାକାଣ୍ଡ ଘଟିଛି।  ଏଥିରେ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି।

author-image
Rajalaxmi Sahoo
At least 127 dead after violence at football match in Indonesia

At least 127 dead after violence at football match in Indonesia

ଇଣ୍ଡୋନେସିଆରେ ଫୁଟ୍‌ବଲ୍‌ ମ୍ୟାଚ୍‌ ପରେ ବଡ଼ ଧରଣର ହିଂସାକାଣ୍ଡ ଘଟିଛି। ଏଥିରେ ୧୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ଇଷ୍ଟ ଜାଭା ସ୍ଥିତ କାଞ୍ଜୁରୁହାନ୍ ଷ୍ଟାଡିୟମରେ ଆରେମା ଏଫ୍‌ସି ଓ ପର୍ସେବାୟା ସୁରବାୟା ଟିମ୍ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। 

Advertisment

କିନ୍ତୁ ମ୍ୟାଚ୍‌ ପରେ ପରାଜିତ ଦଳର ସମର୍ଥକମାନେ ପଡ଼ିଆ ଭିତରକୁ ପଶିଥିଲେ। ସେମାନେ କିଛି ଲୋକଙ୍କୁ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଥିଲା। ଏହାପରେ ଷ୍ଟାଡିୟମରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଏଥିରେ ୧୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୦ରୁ ଅଧିକ ଆହତ ହୋଇଛନ୍ତି।

ଷ୍ଟାଡିୟମର ବିଭିନ୍ନ ସ୍ଥାନରେ ମୃତଦେହ ଗୁଡିକ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ଷ୍ଟାଡିୟମରେ ୪୦ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ମେଡିକାଲ୍‌ରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ସପ୍ତାହକ ପାଇଁ ଫୁଟବଲ୍ ଲିଗ୍‌କୁ ବାତିଲ କରାଯାଇଛି। 

Advertisment
Indonesia Football Match
Advertisment
Advertisment