୨୦୨୪ରେ ଭାରତର ଅଭିବୃଦ୍ଧି ହାର ରହିବ ୭.୫ ପ୍ରତିଶତ । ଏଭଳି ଆକଳନ କରିଛି ୱାର୍ଲଡ ବ୍ୟାଙ୍କ । ଏହି ଆର୍ଥିକ ବର୍ଷରେ ଦକ୍ଷିଣ ଏସିଆରେ ୬ ପ୍ରତିଶତ ଅଭିବୃଦ୍ଧି ହେବ ।
ପରବର୍ତ୍ତୀ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ହେବେ ଅଜୟ ବଙ୍ଗା। ଅଜୟ ହେଉଛନ୍ତି ଭାରତରେ ଜନ୍ମିତ ଆମେରିକୀୟ ବ୍ୟବସାୟୀ ତଥା ମାଷ୍ଟରକାର୍ଡର ପୂର୍ବତନ ସିଇଓ।
ପରିଶ୍ରମର ମୂଲ୍ୟ କେବେ ବ୍ୟର୍ଥ ଯାଏ ନାହିଁ। ଦିନେ ନା ଦିନେ ତାହାର ଫଳ ତୁମକୁ ମିଳିଥାଏ । ନିଜର ଉଦ୍ୟମ, ନିଷ୍ଠା ଉପରେ ଭରସା ଥିବା ବ୍ୟକ୍ତି ନିଜ ରାସ୍ତା ନିଜେ ତିଆରି କରିଥାଏ। ଏଥିପାଇଁ ସେ ସମୟ, ସୁଯୋଗକୁ ଅପେକ୍ଷା କରି ନ ଥାଏ। ବେଳେବେଳେ ଭାଗ୍ୟ ସାଥ ନ ଦେଲେ ମଣିଷ ଅବଶ୍ୟ ଲକ୍ଷ୍ୟସ୍ଥଳରୁ ଦୂରେଇ ଯାଏ । କିନ୍ତୁ ଜିଦ୍ଖୋର ମଣିଷଙ୍କ ପାଖରେ ଏସବୁର ମାନେ କିଛି ନ ଥାଏ। ଯେମିତି ବି ହେଉ, ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି। ଏହି କଥାର ସତ୍ୟତା କେତେ, ତାହାର ଉଦାହରଣ ହେଉଛନ୍ତି ଏହି ବ୍ୟକ୍ତି ଜଣକ। ନିଜ ଉଦ୍ୟମ ଫଳରେ ନିଜର ସ୍ୱପ୍ନ ପୂରଣ କରି ସେ ଆଜି ସାଜିଛନ୍ତି ଅନ୍ୟପାଇଁ ପ୍ରେରଣା।