Advertisment

ମଝିନଈରେ ବୁଡ଼ିଗଲା ଡଙ୍ଗା, ୨୪ ଜଣଙ୍କ ସଲୀଳ ସମାଧି

ମହାଳୟରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଯାଉଥିବାବେଳେ ଭୟଙ୍କର ନୌକା ଦୁର୍ଘଟଣାରେ  ୨୪ ଜଣ ଲୋକଙ୍କର ଜୀବନ ଯାଇଛି। ଆହୁରି ଅନେକ ଶ୍ରଦ୍ଧାଳୁଙ୍କର ଏ ଯାଏ ପତ୍ତା ମିଳୁନି। ଏପରି ଛାତିଥରା ଘଟଣା ଘଟିଛି ବାଂଲାଦେଶର ପଞ୍ଚାଗର ଜିଲ୍ଲାର କରତୋୟା ନଦୀରେ।

author-image
Minati Mishra
ଅଦ୍ୟତନ ହୋଇଛି
Boat capsizes in Bangladesh

boat capsizes on Karatoya river

ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଯାଉଥିବାବେଳେ ଭୟଙ୍କର ନୌକା ଦୁର୍ଘଟଣା ଘଟି ୨୪ ଜଣଙ୍କର ଜୀବନ ଯାଇଛି। ଆହୁରି ଅନେକ ଶ୍ରଦ୍ଧାଳୁଙ୍କର ଏ ଯାଏ ପତ୍ତା ମିଳୁନି। ଏପରି ଛାତିଥରା ଘଟଣା ଘଟିଛି ବାଂଲାଦେଶର ପଞ୍ଚାଗର ଜିଲ୍ଲାର କରତୋୟା ନଦୀରେ।

Advertisment

ମହାଳୟା ଥିବାରୁ ରବିବାର ଅପରାହ୍ନରେ ଜିଲ୍ଲାର ବୋଡା, ପଞ୍ଚପିର, ମରିଆ ,ବଙ୍ଘାରୀ ଅଞ୍ଚଳର ହିନ୍ଦୁ ସଂପ୍ରଦାୟର ଲୋକେ ଅଉଲିଆ ଘାଟକୁ ଯାଉଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ହିନ୍ଦୁ ଧର୍ମର କିଛି ଲୋକ ମହାଳୟାରେ ପୂଜା ପାଇଁ  ସ୍ଥାନୀୟ ବଢେଶ୍ୱର ମନ୍ଦିର ଯାଉଥିଲେ । ନଦୀ ପାର ହୋଇ ମନ୍ଦିରକୁ ଯାଉଥିବାବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା। ଉଦ୍ଧାରକାରୀଙ୍କ କହିବା ଅନୁଯାୟୀ, ଡଙ୍ଗାରେ ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ଯାଉଥିଲେ। ଫଳରେ ମଝି ନଦୀରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା।

ଯଦିଓ କିଛି ଯାତ୍ରୀ ପହଁରି ପହଁରି କୂଳକୁ ଆସିଥିଲେ ତଥାପି ଅନେକ ଯାତ୍ରୀ ନିଖୋଜ ଅଛନ୍ତି। ଖବର ପ୍ରସାର ହେବା ପରେ ପଞ୍ଚାୟତ ଡେପୁଟି କମିନର ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାରେ ୨୪ ଜଣଙ୍କ ମୃତଦେହ ଉଦ୍ଧାର କରା  ଯାଇଥିବା ସେ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି। ୩୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।

Advertisment
Boat Capsize Mahalaya
Advertisment
Advertisment