• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ତାକୁ ୧୨ ବର୍ଷ ହୋଇଥିଲା, ଆଉ ମୁଁ ୩୦ ବର୍ଷର ଥିଲି ’ । ସଭାରେ ପୁରୁଣା ସ୍ମୃତି ମନେ ପକାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଶୁକ୍ରବାର ଦିନ ଡେମୋକ୍ରାଟିକ୍ ନ୍ୟାସନାଲ କମିଟିରେ ଭାଷଣ ଦେବା ପାଇଁ ପହଞ୍ଚିଥିବା ବେଳେ ଏପରି କହିଛନ୍ତି ବାଇଡେନ୍‌ । ଭିଡ଼ ଭିତରେ ହିଁ ସେ ମହିଳାଙ୍କୁ ଚିହ୍ନି ପାରିଥିଲେ । ତାଙ୍କୁ ଦେଖିବା ପରେ ତାଙ୍କ ପାଟିରୁ ବାହାରି ପଡ଼ିଲା - ଏହା ବହୁତ ପୁରୁଣା କଥା । ଆଉ ଏହି କଥା ଶୁଣି ସେଠାରେ ଉପସ୍ଥିତ ଲୋକମାନେ ହସିବାକୁ ଲାଗିଲେ । ଜୋ ବାଇଡେନ ମଧ୍ୟ ହସିଥିଲେ । ବର୍ତ୍ତମାନ ସେହି ସମୟର ଭିଡିଓ ଭାଇରାଲ୍‌ ହେଉଛି । 

ନିକଟରେ ‘କମିଟେଡ୍‌ ଟୁ ଆମେରିକା' ଅଭିଯାନରେ ଯୋଗ ଦେଇଥିଲେ ଜୋ ବାଇଡେନ । ହାଉସ୍ ରିପବ୍ଲିକାନ୍ସ ନିକଟରେ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ​​। ତେବେ ବାଇଡେନ ଜାତୀୟ ଶିକ୍ଷା ସଂଘର ମୁଖ୍ୟାଳୟରେ ଭାଷଣ ଦେବାବେଳେ ଉପସ୍ଥିତ ଜନତାଙ୍କ ମଧ୍ୟରେ ଜଣେ ମହିଳାଙ୍କୁ ଚିହ୍ନି ପାରିଥିଲେ । ମୁହଁ ପୁରୁଣା ଥିଲେ ସୁଦ୍ଧା ସେ ମହିଳାଙ୍କୁ ଚିହ୍ନି ନେଇଥିଲେ । ଭାଷଣ ମଝିରେ ମହିଳାଙ୍କ ଉଦ୍ଦେଶ୍ୟରେ କହିଥିଲେ, ତୁମେ ମୋତେ ହାଇ କହିବାକୁ ଆସିଛ କି ? ଆଉ ତା’ପରେ ସେ ହସିଥିଲେ । କହିଲେ, ବହୁତ ପୁରୁଣା କଥା । ସେ ୧୨ ବର୍ଷର ଥିଲା, ଆଉ ମୁଁ ୩୦ ବର୍ଷ । ହଉ ଛାଡ଼ନ୍ତୁ ସେକଥା . .

ପରେ ପୁଣି ସେ ମହିଳାଙ୍କ ବିଷୟରେ କହିଥିଲେ, ସେ ମୋତେ ଅତୀତରେ ବହୁତ ସାହାଯ୍ୟ କରିଛନ୍ତି। ତାଙ୍କର ସାହାଯ୍ୟ ମୁଁ କେବେ ଭୁଲି ପାରିବି ନାହିଁ । ପ୍ରକୃତରେ ମୁଁ ମିଛ କହୁନାହିଁ, ଏକଥା ହୃଦୟରୁ କହୁଛି । ତେବେ ଏତିକି କହି ସାରିବା ପରେ ପୁଣି ସେ ନିଜର ଭାଷଣ ଆରମ୍ଭ କରିଥିଲେ ।