Advertisment

ଲ୍ୟାଣ୍ଡଫଲ୍‌ କଲା ଅତି ଭୟଙ୍କର ତୋଫାନ ‘ଇୟାନ’, ଘଣ୍ଟାପ୍ରତି ପବନର ବେଗ ୨୪୦ କି.ମି.

National Hurricane Center(NHC)ର ସୂଚନା ଅନୁସାରେ, ‘ଇୟାନ’ ଘଣ୍ଟା ପ୍ରତି ୨୪୦ କି.ମି. ବେଗରେ ଫ୍ଲୋରିଡା ଉପକୂଳରେ ମାଡ଼ ହୋଇଥିଲା। ଳ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ଏଠାରେ ପ୍ରବଳ ବର୍ଷା ହୋଇଥିଲା।

author-image
Rajalaxmi Sahoo
Extremely Dangerous Hurricane Ian Hits Florida

Extremely Dangerous Hurricane Ian Hits Florida

କ୍ୟୁବାରେ ତାଣ୍ଡବ ରଚିବା ପରେ ଅତି ଭୟଙ୍କର ତୋଫାନ ‘ଇୟାନ’(Ian Hurricane) ଆମେରିକାର ଫ୍ଲୋରିଡାରେ ଜବରଦସ୍ତ ମାଡ଼ ହୋଇଛି। ବୁଧବାର ଦିନ ଫ୍ଲୋରିଡାର ଦକ୍ଷିଣ-ପଶ୍ଚିମ କୂଳରେ Monster-4 ଶ୍ରେଣୀ ଭାବେ ତୋଫାନ ‘ଇୟାନ’  ପ୍ରବଳ ବର୍ଷା ଓ ପବନ ସହ ଲ୍ୟାଣ୍ଡଫଲ୍‌ କରିଥିଲା। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବାସହ ପାଣିରେ ଅନେକ କାର୍‌, ଘର ଭାସି ଯାଇଛି। ଏହି ଭୟଙ୍କର ତୋଫାନ ଯୋଗୁ ଫ୍ଲୋରିଡା ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।

Advertisment

National Hurricane Center(NHC)ର ସୂଚନା ଅନୁସାରେ, ‘ଇୟାନ’ ଘଣ୍ଟା ପ୍ରତି ୨୪୦ କି.ମି. ବେଗରେ ଫ୍ଲୋରିଡା ଉପକୂଳରେ ମାଡ଼ ହୋଇଥିଲା। ଳ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ଏଠାରେ ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ "ଫ୍ଲୋରିଡା ଉପଦ୍ୱୀପ"ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାହାର ଭୟଙ୍କର ଦୃଶ୍ୟ ଏବେ ସାମ୍ନାକୁ ଆସିଛି।

Advertisment

ଭୟଙ୍କର ତୋଫାନ ଯୋଗୁ ପୁରା ଫ୍ଲୋରିଡା ଓ ଦକ୍ଷିଣ-ପୂର୍ବ ରାଜ୍ୟ ଜର୍ଜିଆ ଓ ଦକ୍ଷିଣ କ୍ୟାରୋଲିନାରେ ବହୁ ସଂଖ୍ୟକ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିପରି ସମୁଦ୍ରରେ ଡଙ୍ଗା ବୁଡ଼ି ୨୦ ଜଣ ପ୍ରବାସୀ ନିଖୋଜ ଥିବା ସୂଚନା ମିଳିଛି। ଫ୍ଲୋରିଡା କିଜ୍‌ରେ ସମୁଦ୍ରରେ ଭାସି ଯାଉଥିବା ବେଳେ କୋଷ୍ଟ୍‌ ଗାର୍ଡ କିଛି ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

ନ୍ୟାସନାଲ୍‌ ୱେଦର୍‌ ସର୍ଭିସ୍‌ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ‘ଏହି ତୋଫାନ ଏତେ ଭୟଙ୍କର ହେବାରେ ଲାଗିଛି ଯେ, ଫଳରେ ଆଗାମୀ ଦିନରେ ଆମ୍ଭେମାନେ ଏସମ୍ପର୍କରେ ଆଲୋଚନା କରିବା। ଏହା ଏକ ଐତିହାସିକ ଘଟଣା’।

ତୋଫାନ ‘ଇୟାନ’ ଯୋଗୁ ଟାମ୍ପା ଓ Orlando ଏୟାରପୋର୍ଟରୁ ସମସ୍ତ କମର୍ସିଆଲ୍‌ ବିମାନ ଉଡ଼ାଣ ବନ୍ଦ ରହିଛଇ। ଖାଲି ଏତିକି ନୁହେଁ ୮୫୦,୦୦୦ ଘରେ ବିଦ୍ୟୁତ୍‌ କାଟ୍‌ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାସହ ଏହି ତୋଫାନ ତାଣ୍ଡବ ରଚିପାରେ ବୋଲି ଆଶଙ୍କା କରାଯାଉଛି। 

Hurricane Hurricane Ian Hurricane Ian Hits Florida
Advertisment
Advertisment