• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖାଇବା ବେଳେ ଗଳିଗଲା ସବୁ ଦାନ୍ତ । ମାଢ଼ି ଅଛି ହେଲେ ଦାନ୍ତ ନାହିଁ । ଦୀର୍ଘ ୬ ବର୍ଷ, ବିନା ଦାନ୍ତରେ ଚାଲିଛି ଜୀବନ । ଇଂଲଣ୍ଡର ଜଣେ ୩୫ ବର୍ଷ ବୟସ୍କ ଯୁବକ ତାଙ୍କର ସମସ୍ତ ଦାନ୍ତ ହରାଇଛନ୍ତି । ଦାନ୍ତ ଖସିଯିବା ପରଠାରୁ ସେ ଠିକରେ ଖାଦ୍ୟ ବି ଖାଇ ପାରୁନାହାନ୍ତି । ଆଉ ଏବେ ଦାନ୍ତ ଲଗାଇବା ପାଇଁ ତେବେ ତାଙ୍କୁ ପ୍ରାୟ ୩୬ ଲକ୍ଷ (୪୦,୦୦ ପାଉଣ୍ଡ) ଖର୍ଚ୍ଚ କରିବାକୁ ପଡିବ ।

ସମସ୍ତ ଦାନ୍ତ ହରାଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଆଲେକ୍ସଜାଣ୍ଡାର୍ ଷ୍ଟୋଇଲୋଭ୍ (Aleksandar Stoilov) । ସେ ଇଂଲଣ୍ଡର ବ୍ରିଷ୍ଟଲ୍ ବାସିନ୍ଦା । ବର୍ତ୍ତମାନ ଆଲେକ୍ସଜାଣ୍ଡାଙ୍କୁ ୩୫ ବର୍ଷ ବୟସ । ଛଅ ବର୍ଷ ପୂର୍ବେ ଅର୍ଥାତ୍ ୨୯ ବର୍ଷ ବୟସରେ ତାଙ୍କର ସମସ୍ତ ଦାନ୍ତ ଗଳି ପଡ଼ିଥିଲା । ଡାକ୍ତରଙ୍କୁ ଦେଖାଇବା ପରେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦାନ ଝଡ଼ି ପଡ଼ିବା ପର ଠାରୁ ଆଲେକ୍ସଜାଣ୍ଡାର୍ କିଛି ଖାଇ ପାରିବେ ନାହିଁ, ସେ କେବଳ ଶେକ୍ କିମ୍ବା ତରଳ ଆକାରରେ ଖାଦ୍ୟ ଗ୍ରହଣ କରିପାରିବେ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ ।

ତେବେ ଏସମ୍ପର୍କରେ ସେ କହିଛନ୍ତି " ପିଲାବେଳେ ମୁଁ ଅନେକ ଆଣ୍ଟିବାୟୋଟିକ୍ ଖାଇଛି, ବୋଧହୁଏ ସେଥିପାଇଁ ପାର୍ଶ୍ୱ ପ୍ରତିକ୍ରିୟା ହେତୁ ଦାନ୍ତ ଗୁଡ଼ିକ ଝଡ଼ିଯାଇଛି । ମୋର ପାଟିରେ ଗୋଟିଏ ବି ଦାନ୍ତ ନାହିଁ ।  ଡାକ୍ତରଙ୍କ ସହ ଆଲୋଚନା ପରେ, ସେମାନେ କହିଥିଲେ ଦାନ୍ତକୁ ମାଢ଼ିରୁ ସମ୍ପୂର୍ଣ୍ଣ ଭାବେ ବାହାର କରିବା ପାଇଁ ପଡ଼ିବ । ହେଲେ ଏଭଳି କଲେ ସଂକ୍ରମଣ ଆଶଙ୍କା ମଧ୍ୟ ରହିଛି । ବର୍ତ୍ତମାନ ଏଥିପାଇଁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛି ।

ଆଲେକ୍ସଜାଣ୍ଡାର୍ ଆହୁରି କହିଛନ୍ତି, " ବର୍ତ୍ତମାନା ମୋ ଜୀବନରେ ବହୁତ କଷ୍ଟଦାୟକ ସମୟ । ମୋ ପିଲାମାନେ ପିଜା ଖାଆନ୍ତି, କିନ୍ତୁ ମୁଁ ପିଜା ଚୋବାଇ ପାରେ ନାହିଁ । ଲୋକମାନେ ମୋତେ ନରମ ଜିନିଷ ଖାଇବାକୁ ପରାମର୍ଶ ଦିଅନ୍ତି । କିନ୍ତୁ ବିନା ଦାନ୍ତରେ ନରମ ଖାଦ୍ୟ ଖାଇବା ମଧ୍ୟ ସମ୍ଭବ ନୁହେଁ । ଅନେକ ସମୟରେ ମୋ ପତ୍ନୀ ଏକ ମିକ୍ସରରେ ଚିକେନ୍ ଗ୍ରାଇଣ୍ଡ୍ କରି ପିଇବାକୁ ଦେଉଛି, କିନ୍ତୁ ସେଥିରେ ସ୍ୱାଦ କିଛି ଆସୁନାହିଁ । ଏବେ ସଂଘର୍ଷ ଆହୁରି ଜାରି ରହିବ ।

ତେବେ ସବୁଠାରୁ ବଡ଼ କଥା ହେଲା ତାଙ୍କ ପାଖରେ ଏତେ ଟଙ୍କା ନଥିବାରୁ ସେ ଦାନ୍ତ ଲଗାଇ ପାରୁନାହାନ୍ତି । ନୂଆ ଦାନ୍ତ ଲଗାଇବା ପାଇଁ ପ୍ରାୟ ତାଙ୍କୁ ୩୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ସେଥିପାଇଁ ସେ ଟଙ୍କା ଯୋଗାଡ଼ କରିବା ଆରମ୍ଭ କରୁଛନ୍ତି, ହେଲେ ଏପର୍ଯ୍ୟନ୍ତ କିଛି ସୁବିଧା ହୋଇପାରିନି ।