Advertisment

୬୦୦ ମେଲ୍‌ ଆଣିଦେଲା ସଫଳତା, ଶେଷରେ ୱାର୍ଲଡ ବ୍ୟାଙ୍କରେ ମିଳିଲା ଚାକିରି

ପରିଶ୍ରମର ମୂଲ୍ୟ କେବେ ବ୍ୟର୍ଥ ଯାଏ ନାହିଁ। ଦିନେ ନା ଦିନେ ତାହାର ଫଳ ତୁମକୁ ମିଳିଥାଏ । ନିଜର ଉଦ୍ୟମ, ନିଷ୍ଠା ଉପରେ ଭରସା ଥିବା ବ୍ୟକ୍ତି ନିଜ ରାସ୍ତା ନିଜେ ତିଆରି କରିଥାଏ। ଏଥିପାଇଁ ସେ ସମୟ, ସୁଯୋଗକୁ ଅପେକ୍ଷା କରି ନ ଥାଏ। ବେଳେବେଳେ ଭାଗ୍ୟ ସାଥ ନ ଦେଲେ ମଣିଷ ଅବଶ୍ୟ ଲକ୍ଷ୍ୟସ୍ଥଳରୁ ଦୂରେଇ ଯାଏ । କିନ୍ତୁ ଜିଦ୍‌ଖୋର ମଣିଷଙ୍କ ପାଖରେ ଏସବୁର ମାନେ କିଛି ନ ଥାଏ। ଯେମିତି ବି ହେଉ, ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି। ଏହି କଥାର ସତ୍ୟତା କେତେ, ତାହାର ଉଦାହରଣ ହେଉଛନ୍ତି ଏହି ବ୍ୟକ୍ତି ଜଣକ। ନିଜ ଉଦ୍ୟମ ଫଳରେ ନିଜର ସ୍ୱପ୍ନ ପୂରଣ କରି ସେ ଆଜି ସାଜିଛନ୍ତି ଅନ୍ୟପାଇଁ ପ୍ରେରଣା।

author-image
Minati Mishra
after 600 Cold Emails young man got World Bank job

ଏହି ବ୍ୟକ୍ତିଙ୍କ ନାଁ ବତ୍ସଳ ନହାତା। ବତ୍ସଳଙ୍କର ସ୍ୱପ୍ନ ଥିଲା ବିଶ୍ୱ ବ୍ୟାଙ୍କରେ କାମ କରିବା । ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା ବତ୍ସଳଙ୍କୁ। ୬୦୦ ଇମେଲ ଏବଂ ୮୦ ଥର କଲ କରିବା ପରେ ବତ୍ସଳଙ୍କୁ ତାଙ୍କ ସ୍ୱପ୍ନର ଚାକିରୀ ମିଳିଛି। ବତ୍ସଳ ତାଙ୍କର ଏହି ସଫଳତାର କାହାଣୀକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

କୋଭିଡ-୧୯ ସମୟରେ ବତ୍ସଳ ଆମେରିକାର ୟେଲ ୟୁନିଭର୍ସିଟିରେ ପଢୁଥିଲେ। ସେତେବେଳେ କାମ ମିଳୁ ନ ଥାଏ। ଏପରିକି ଅନେକ କମ୍ପାନୀ ନିଜ ନିଜ କର୍ମଚାରୀଙ୍କୁ ବାହାର କରି ଦେଉଥିଲେ। ସେତେବେଳେ ରାଷ୍ଟ୍ରପତି ଥିଲେ ଡୋନାଲ୍‌ଡ ଟ୍ରମ୍ପ। ସେ କହୁଥିଲେ ଯେ, କେବଳ ଆମେରିକୀୟଙ୍କୁ ହିଁ ଚାକିରୀ ମିଳିବ। ଏହି କଥାକୁ ନେଇ ବତ୍ସଳ ଖୁବ ଚିନ୍ତାରେ ଥିଲେ। ଚାକିରି ନ ମିଳିଲେ ସେ କ’ଣ କରିବେ ? ତେବେ ସେ ଏତିକି ନିଶ୍ଚିତ ଥିଲେ ଯେ, ଖାଲି ହାତରେ ଘରକୁ ଫେରିବେ ନାହଁ।

Advertisment

ଏପରି ସ୍ଥିତିରେ ସେ ୱାର୍ଲଡ ବ୍ୟାଙ୍କରେ ଚାକିରି କରିବା ପାଇଁ ସେ ପ୍ରୟାସ କରୁଥାନ୍ତି। ଏହି କ୍ରମରେ ସେ ୬୦୦ ଇ-ମେଲ ଏବଂ ୮୦ କଲ କରିଛନ୍ତି। ବାରମ୍ବାର ଇମେଲ କରିବା ପରେ ତାଙ୍କୁ ଅନେକ ଥର ରିଜେକ୍ସନର ସାମ୍ନା କରିବାକୁ ପଡ଼ିଥିଲା। ତଥାପି ସେ ହାରି ନ ଥିଲେ। ଶେଷରେ ତାଙ୍କ ସ୍ୱପ୍ନ ସତ ହେଲା। ତାଙ୍କୁ ୱାର୍ଲଡ ବ୍ୟାଙ୍କରେ ଚାକିରି ମିଳିଥିଲା।

ବତ୍ସଳ ଏବେ ଇଣ୍ଟରନାଶନାଲ ମନିଟାରି ଫଣ୍ଡ (IMF)ରେ କାମ କରୁଛନ୍ତି। ନିଜର ଅନୁଭୁତିକୁ ସେୟାର କରି ସେ କହିଛନ୍ତି, ଏହି ଦୁଇ ମାସର ଯାତ୍ରା ଖୁବ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମତେ ଦେଇଛି। ମଣିଷ ଜୀବନରେ ସଫଳତା ପାଇବା ପାଇଁ ଚେଷ୍ଟା ଜାରି ରଖିବା ଉଚିତ। ସଫଳତା ଏକ ସୁନ୍ଦର କାହାଣୀ ଯାହାର ଅନେକ ରୋମାଞ୍ଚକ ମୋଡ ଥାଇପାରେ।

World Bank
Advertisment
Advertisment