Advertisment

ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ: ପରୀକ୍ଷା ହଲ୍‌ରେ ଥିଲେ, ହଠାତ୍‌ ଫୁଟିଲା ବୋମା...୨୭ ମୃତ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଶିକ୍ଷାନୁଷ୍ଠାନ ଉପରେ ଆତ୍ମଘାତୀ ବିସ୍ଫୋରଣ(Suicide Attack) ହୋଇଛି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Suicide Blast In Kabul Educational Centre

Suicide Blast In Kabul Educational Centre

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଶିକ୍ଷାନୁଷ୍ଠାନ ଉପରେ ଆତ୍ମଘାତୀ ବିସ୍ଫୋରଣ(Suicide Attack) ହୋଇଛି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୯ ଜଣ ଛାତ୍ର ଥିବା ଜଣାପଡ଼ିଛି। ଆଜି ସକାଳେ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ Dasht-e-Barchi ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଥିଲା। 

Advertisment

Dasht-e-Barchi ଅଞ୍ଚଳରେ ଅଧିକାଂଶ ଥର ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଶିକ୍ଷାନୁଷ୍ଠାନକୁ ଉଡ଼ାଇ ଦେଇଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏଥିରେ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଆକ୍ରମଣ ପଛରେ କୌଣସି ଇସ୍‌ଲାମିକ ସଂଗଠନର ହାତ ଥିବା କୁହାଯାଉଛି। 

ସୂଚନାଥାଉ କି, ଗତବର୍ଷ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପୂର୍ବରୁ ୩ଟି ଆତ୍ମଘାତୀ ବିସ୍ଫୋରଣରେ ୮୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ ଜଣ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ୍‌ ଛାତ୍ରୀ ଥିଲେ। ସେମାନଙ୍କ ସ୍କୁଲ୍‌ ନିକଟରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। 

Advertisment
Suicide Blast Suicide Blast In Kabul
Advertisment
Advertisment