• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯୁଦ୍ଧର ଘନଘଟା ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ଼ ପଦକ୍ଷେପ । ଋଷ ସେନା ନିଜ ନିୟନ୍ତ୍ରଣରେ ରଖିଥିବା ୟୁକ୍ରେନର ୪ଟି ଅ଼ଞ୍ଚଳକୁ ଋଷିଆ ସହ ମିଶାଇ ଦେଇଛନ୍ତି ପୁଟିନ୍ । ଏହି ଅଞ୍ଚଳଗୁଡିକ ହେଉଛି ୟୁକ୍ରେନର ପୂର୍ବାଞ୍ଚଳରେ ଥିବା ଡନେସ୍କ, ଲୋହାନ୍ସଙ୍କ, ଖେରସନ ଓ ଜାପୋରଜିଅଆ । ଏହି ୪ ଅଞ୍ଚଳ ୟୁକ୍ରେନର ୧୫ ପ୍ରତିଶତ ହୋଇଥିବା ବେଳେ ଚିର ଦିନ ଲାଗି ଏହା ଋଷିଆର ଅଂଶ ହୋଇ ରହିବ ବୋଲି ପୁଟିନ୍ ଘୋଷଣା କରିଛନ୍ତି ।

ମସ୍କୋରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ଏସବୁ ଅଞ୍ଚଳର ୪ ଜଣ ପ୍ରତିନିଧି ପୁଟିନ୍‌ଙ୍କ ସହ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି । ପୂର୍ବରୁ ୨୦୧୪ରେ ଏହି ଅଞ୍ଚଳରେ ଅବସ୍ଥିତ କ୍ରିମିଆକୁ ପୁଟିନ୍ ଅଧିକାର କରିବା ସହ ଋଷିଆ ସହ ମିଶାଇ ଦେଇଥିଲେ । ତେବେ ପୁଟିନ୍‌ଙ୍କ ପଦକ୍ଷେପକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୁଟିନ୍ ଯୁଦ୍ଧ ଚାହାନ୍ତି, ଜୀବନ ନୁହେଁ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି । ପୁଟିନ୍‌ଙ୍କ ପଦକ୍ଷେପ ବେଆଇନ୍ ଏବଂ ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ବୋଲି କହିବା ସହ ଏହାକୁ ନିନ୍ଦା କରିଛି ଜାତିସଂଘ । ତେବେ ଏହା ସାଂଘାତିକ ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଅ ଗୁଟେରସ୍ ।

ଅନ୍ୟପଟେ ପୁଟିନଙ୍କ ଦାବିକୁ କେବେ ବି ଗ୍ରହଣ କରିବ ନାହିଁ ଆମେରିକା ବୋଲି ସ୍ପଷ୍ଟ କରିଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ୟୁରୋପୀୟ ସଂଘ ମଧ୍ୟ ଏ ପ୍ରସଙ୍ଗରେ ମନ୍ତବ୍ୟ ରଖି ରୁଷ ଦଖଲ କରି ନେଇଥିବା ସମସ୍ତ ଅଞ୍ଚଳ ୟୁକ୍ରେନର ହୋଇ ରହିବ ବୋଲି କହିଛି । ଏହି ଅବସରରରେ ନାଟୋର ସହାୟତା ଲୋଡ଼ିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଏପଟେ ତୁରନ୍ତ ଯୁଦ୍ଧ ବନ୍ଦ ସହ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ପ୍ରସ୍ତାବ ରଖିଛି ।