Advertisment

ଆଣିବିକ ଯୁଦ୍ଧ ପୂର୍ବରୁ ବଙ୍କର ତିଆରି କଲେ ମହିଳା, ରଖିଲେ ୨ ବର୍ଷ ପାଇଁ ସାମଗ୍ରୀ

ୟୁକ୍ରେନ-ରଷିଆ ଯୁଦ୍ଧ ଶେଷ ହୋଇ ନ ଥିବାବେଳେ ପୁଟିନଙ୍କ ଆଣବିକ ଯୁଦ୍ଧ ଧମକ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି। ସତରେ ଯଦି ଆଣବିକ ଯୁଦ୍ଧ ହୁଏ ତେବେ କ’ଣ ହେବ ସ୍ଥିତି ? ଅବଶ୍ୟ ଯୁଦ୍ଧ ବିଧ୍ୱସ୍ତ ହିରୋସୀମା ଆଉ ନାଗାସାକିର ସ୍ଥିତି ଦେଖିବା ପରେ ଏପରି ଭୟ ମନକୁ ଆସିବା ସ୍ୱାଭାବିକ। ହେଲେ ଏହି ଯୁଦ୍ଧ ଧମକ ଶୁଣି ଛାନିଆ ହୋଇ ପଡ଼ିଛନ୍ତି ଜଣେ ଆମେରିକୀୟ ମହିଳା।

author-image
Minati Mishra
ଅଦ୍ୟତନ ହୋଇଛି
bunker for nuclear war

bunker for nuclear war

ୟୁକ୍ରେନ-ରଷିଆ ଯୁଦ୍ଧ ଶେଷ ହୋଇ ନ ଥିବାବେଳେ ପୁଟିନଙ୍କ ଆଣବିକ ଯୁଦ୍ଧ ଧମକ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି। ସତରେ ଯଦି ଆଣବିକ ଯୁଦ୍ଧ ହୁଏ ତେବେ କ’ଣ ହେବ ସ୍ଥିତି ? ଅବଶ୍ୟ ଯୁଦ୍ଧ ବିଧ୍ୱସ୍ତ ହିରୋସୀମା ଆଉ ନାଗାସାକିର ସ୍ଥିତି ଦେଖିବା ପରେ ଏପରି ଭୟ ମନକୁ ଆସିବା ସ୍ୱାଭାବିକ। ହେଲେ ଏହି ଯୁଦ୍ଧ ଧମକ ଶୁଣି ଛାନିଆ ହୋଇ ପଡ଼ିଛନ୍ତି ଜଣେ ଆମେରିକୀୟ ମହିଳା। ସେଥିପାଇଁ ସେ ଆଜିଠୁ ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି। ଆପଣଙ୍କ ମନକୁ ହୁଏତ ପ୍ରଶ୍ନ ଆସିପାରେ, ରୁଷିଆ ଧମକ ଦେଲା ୟୁକ୍ରେନକୁ। ୟୁକ୍ରେନ କି ପଦକ୍ଷେପ ନେବ ହୁଏତ ଚିନ୍ତା କରୁଥାଇ ପାରେ। ଆଣବିକ ଯୁଦ୍ଧର ଭୟଭୀତ ବାତାବରଣ ଭିତରେ ରୁଷ ଏବଂ ୟୁକ୍ରେନ ଥିବାବେଳେ ଆମେରିକାର ଏହି ମହିଳା ଜଣକ କାହିଁକି ଏମିତି ପଦକ୍ଷେପ ନେଲେ ?

Advertisment

ଆମେରିକାର ଏହି ମହିଳା ଜଣକ ଆଣବିକ ଯୁଦ୍ଧ ଭୟାବହତାକୁ ହୁଏତ ଅନୁମାନ କରି ନେଇଛନ୍ତି। ମଣିଷର ଯୁଦ୍ଧଖୋର ମନବୃତ୍ତି ହୁଏତ କାହାକୁ କେତେବେଳେ ମୃତ୍ୟୁ ମୁହଁକୁ ଠେଲି ଦେଇପାରେ। ଏ ଭୟ ବି ତାଙ୍କ ମନରେ ରହିଛି। ଯୁଦ୍ଧର ପ୍ରଭାବ ଆମେରିକା ଉପରେ ଯେ ନ ପଡିବ କିଏ କହିବ ? ତେଣୁ ସେ ନିଜର ଓ ନିଜ ପରିବାରର ସୁରକ୍ଷା ପାଇଁ ଏକ ବଙ୍କର କରିଛନ୍ତି। ଆଉ ଏହି ବଙ୍କର ଭିତରେ ଆତ୍ୟାବଶ୍ୟକ ସମସ୍ତ ସାମଗ୍ରୀ ସାଇତି ରଖିଛନ୍ତି। ଯଦି ଆଣବିକ ଯୁଦ୍ଧ ହୁଏ ତେବେ ସେ ଏଠାରେ ନିଜ ପରିବାର ସହ ଅନେକ ଦିନ ରହି ପାରିବେ ।

ମହିଳାଙ୍କ ନାଁ ରୋୱନ ମାକେଞ୍ଜି। ସେ ଏକ ଅଣ୍ଡରଗ୍ରାଉଣ୍ଡ ନ୍ୟୁକ୍ଲିଅର ବଙ୍କର ତଆରି କରିଛନ୍ତି। ଏହି ବଙ୍କର ଭିତରେ ରଖିଛନ୍ତି ସବୁ ଆବଶ୍ୟକ ଜିନିଷ। ଏହି ବଙ୍କର ରେଡିଏସନ ପ୍ରୁଫ୍‌। କେବଳ ରେଡିଏସନ ପ୍ରୁଫ ପାଇଁ ତାଙ୍କୁ £7,650 ଅର୍ଥାତ୍‌ ୬, ୨୧,୬୦୪ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । ସବୁଠାରୁ ମଜାର କଥା ହେଲା ଏହି ବଙ୍କରରେ ସାଇତା ହୋଇ ରହିଛି ୨ ବର୍ଷ ପାଇଁ ଖାଦ୍ୟ। ଅତ୍ୟାବଶ୍ୟକ ଜିନିଷ ମଧ୍ୟରେ ଅସ୍ତ୍ରଶସ୍ତ୍ର ମଧ୍ୟ କିଛି ରଖିଛନ୍ତି।

Advertisment

ରୋୱନ କହିଛନ୍ତି, ଏହି ବଙ୍କର ତାଙ୍କୁ ଜୀବନ-ମରଣ ବେଳେ ସୁରକ୍ଷା ଦେବ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ବଙ୍କର କରିବା ଉଚିତ୍‌। ଅନ୍ୟପକ୍ଷେ, ଏହି ବଙ୍କରରେ ତାଙ୍କର ପରିବାରର ୩ ଜଣ ଯାକ ସଦସ୍ୟ ୨ ବର୍ଷ ପର୍ଯ୍ୟନ୍ତ ରହି ପାରିବେ। ସେ ଆହୁରି କହିଛନ୍ତି, ଆପଣ ଜାଣିଛନ୍ତି, ଦିନକୁ ଦିନ ସ୍ଥିତି କ’ଣ ହେବାରେ ଲାଗିଛି। ମୁଁ ଭାବୁଛି, ପ୍ରତ୍ୟେକ ବ୍ୟକ୍ତି ଏମିତି କିଛି ପ୍ରସ୍ତୁତି କରିନେବା ଉଚିତ। ଯେହେତୁ ମଣିଷ ପାଇଁ ଖାଦ୍ୟ ଏକ ଅତ୍ୟାବଶ୍ୟକ ଜିନିଷ, ପ୍ରତ୍ୟେକ ଜରୁରୀ ସ୍ଥିତି ପାଇଁ ଖାଦ୍ୟ ସଂଗ୍ରହ କରି ରଖିବା ଉଚିତ୍।

ଭାଗ୍ୟର କଥା ଯେ, ଆଜି ଆମ ପାଖରେ ଖାଦ୍ୟ ସଂଗ୍ରହ କରିବାର ସୁବିଧା ରହିଛି। ହୁଏତ ଦିନେ ଖାଦ୍ୟ ଉଭେଇ ଯିବ କିମ୍ବା ଦୁର୍ମୂଲ୍ୟ ହୋଇଯିବ। ଆମେ ସମସ୍ତେ ଏହାର କୁପ୍ରଭାବ ଭୋଗିବା ବୋଲି ସେ ଚେତାବନୀ ଦେଇଛନ୍ତି। ଆଣିବିକ ଯୁଦ୍ଧ ଆଶଙ୍କାକୁ ମହିଳା ଜଣକ ଖୁବ୍‌ ଗୁରୁତ୍ୱର ସହ ନେଇଛନ୍ତି। ବିଶ୍ୱକୁ ଯୁଦ୍ଧ ମୁହଁକୁ ଠେଲି ଦେଉଥିବା ମଣିଷ ଯଦି ରୋୱନଙ୍କର ଏହି କଥାକୁ ଥରେ ଶୁଣିବେ ତେବେ ଯୁଦ୍ଧ କରିବା ପୂର୍ବରୁ ଥରେ ଭାବିବାକୁ ବାଧ୍ୟ ହେବେ।

ରୋୱନ କହିଛନ୍ତି, ସେ ଏହି ବଙ୍କର ପାଇଁ ମୋଟାମୋଟି ୧୫ ହଜାର ଡଲାର ଅର୍ଥାତ ୧୩ ଲକ୍ଷ ୭୪ ହଜାର ୪୦୪ ଟଙ୍କା ଖର୍ଚ୍ଚ କରିଛନ୍ତି। ତେଣୁ ରୁଷିଆ-ୟୁକ୍ରେନ ଯୁଦ୍ଧରୁ ଆମେ ସଚେତନ ହେବା କଥା।

Nuclear War Nuclear Bunker Russia Ukran War
Advertisment
Advertisment