ହିଜାବକୁ ନେଇ ହିଂସା ଥମିବାର ନାଁ ନେଉନି । ନୀରିହ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କ ମୁଣ୍ଡ ନେଉଛି ।
ଇରାନୀ ମହିଳାମାନେ ଏବେ ହିଜାବ ପରିଧାନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଆସିଥିବା ବେଳେ ଇରାନ୍ ସରକାର ସେମାନଙ୍କୁ ବଳପୂର୍ବକ ଘଉଡାଇବା ପାଇଁ ସବୁପ୍ରକାର ପ୍ରୟାସ କରୁଛି। ଏମିତି କି ମାଡ ମାରି ହତ୍ୟାକରିବାକୁ ବି ପଛଉ ନାହିଁ। ଏହା କ’ଣ ଇରାନ୍ ସରକାରର ମହିଳା ଦମନ ନୀତି ନୁହେଁ କି?
ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆଜି ପକ୍ଷ-ପ୍ରତିପକ୍ଷଙ୍କ ଯୁକ୍ତି ଜୋରଦାର ହୋଇଛି। ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଛନ୍ତି। ଆଜି ୮ ଦିନ ହେଲା ଏହି ମାମଲାର ବିଚାର ଚାଲିଛି। ହିଜାବ ରଦ୍ଦ କରିବା ମାମଲାରେ ବରିଷ୍ଠ ଆଇନଜୀବୀ ଦୁଷ୍ମନ୍ତ ଦବେ ତାଙ୍କର ବଳିଷ୍ଠ ଯୁକ୍ତି ରଖିଛନ୍ତି ।