• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଉଳା ହେଉଛନ୍ତି ବାଇଡେନ୍‌ । ଥରେ ନୁହେଁ କିଛି ମାସ ଭିତରେ ତିନି ଥର ଏପରି ହେଲାଣି । ଆମେରିକା ରାଷ୍ଟ୍ରପତି କଥା ଭୁଲିଯାଉଥିବା ପରି ଲାଗୁଛି । ହଠାତ୍‌ ମଞ୍ଚ ଉପରେ ଅତ୍ୟମନସ୍କ ହୋଇ ପଡ଼ୁଛନ୍ତି । ନିଜେ ନିଜେ କ’ଣ କହିଯାଉଛନ୍ତି , କିଛି ବୁଝା ପଡ଼ୁଛି ।  ଗୁରୁବାର ଦିନ ବାଇଡେନ୍‌ ଫେଡେରାଲ ମ୍ୟାନେଜମେଣ୍ଡ୍‌ ଏଜେନ୍ସି (ଫେମା) କାର୍ଯ୍ୟାଳୟକୁ ଯାଇଥିଲେ ବାଇଡେନ୍ । ଯେଉଁଠାରେ ସେ ଝଡ଼ ତୋଫାନ ଇୟାନ୍‌ ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ଭାଷଣ ମଝିରେ ସେ କିଛି ଭୁଲିଯାଉଥିବା ଲାଗୁଛି । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ୍ ହେଉଛି ।  

ଏପରିକି ନିକଟରେ ଜୀବନ ହରାଇଥିବା ଜଣେ ମହିଳାଙ୍କ ନାଁ ନେଇ ସଭାରେ ଉପସ୍ଥିତ ଥିବା ଜଣେ ମହିଳା ଆନଜୀବୀଙ୍କୁ ଡାକିଛନ୍ତି । ପଛରୁ ତାଙ୍କ ଅଧିକାରୀ ମାନେ ଡାକୁଥିଲେ ମଧ୍ୟ କାହା କଥା ନଶୁଣି ଚାଲିଯାଇଛନ୍ତି । ଟ୍ୱିଟରରେ ଏହାର ଏକ ଛୋଟ୍‌ କ୍ଲିପ୍‌ ଭାଇରାଲ୍ ହେଉଛି । ଏହି ଭିଡିଓକୁ ଲକ୍ଷ ଲକ୍ଷ ଭିୟୁ ମିଳିଛି । ୟୁଜର ବିଭିନ୍ନ ପ୍ରକାର କମେଣ୍ଟ୍‌ ଦେଉଛନ୍ତି । ଏହା ଅତି ଦୁଃଖଦ ବୋଲି କୁହାଯାଉଛି । କିଛି ଲୋକଙ୍କ ମତରେ, ରାଷ୍ଟ୍ରପତିଙ୍କ ଏଭଳି ଅବସ୍ଥା ଦେଖି ଦୁଃଖ ଲାଗୁଛି । 

ତେବେ ସବୁଠାରୁ ବଡ଼ କଥା ହେଲା, ବାଇଡେନ୍‌ ପ୍ରଥମ ଥର ପାଇଁ ଏଭଳି ବାଉଳା ହୋଇନାହାନ୍ତି । ପୂର୍ବରୁ ମଧ୍ୟ ଏଭଳି ଆଶ୍ଚର୍ଯ୍ୟ କଲା ଭଳି ବ୍ୟବହାର ଦେଖାଇସାରିଛନ୍ତି ବାଇଡେନ୍ । ଯେଉଁଥି ପାଇଁ ତାଙ୍କୁ ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଇଥିଲା ।

ସେପ୍ଟେମ୍ବର ୩୦ରେ ବାଇଡେନ୍‌ଙ୍କ ଆଉ ଏକ ଭିଡିଓ ଭାଇରାଲ୍‌ ହେଉଥିଲା । ମଞ୍ଚରେ ଭାଷଣ ଦେଇସାରିବା ପରେ ବାଇଡେନ୍‌ ମଞ୍ଚରୁ ନଓହ୍ଲାଇବା ଅଚାନକ ଗୋଟିଏ କଡ଼ରେ ଅଟକି ଗଲେ । ଆଉ ମନେ ମନେ କ’ଣ ଗୁଡ଼ିଏ କହିଗଲେ । ତାପରେ କିଛି ସମୟ ସେଠାରେ ଛିଡ଼ା ହେଲେ । ପୁଣି ପଛକୁ ଚାହିଁ କାହାକୁ କ’ଣ କହିଲେ । ଆଉ ଥାଙ୍କ୍ୟୁ ବି କହିଲେ । ହେଲେ ଏସବୁ କାହାକୁ କହୁଥିଲେ, ସେନେଇ ସେଠାରେ ଉପସ୍ଥିତ ଥିବା ଲୋକେ କିଛି ଜାଣିପାରିଲେ ନାହିଁ । ସମସ୍ତେ କେବଳ ଗୋଟିଏ କଥା କହିଲେ, ବାଇଡେନ୍‌ ବାଉଳା ହୋଇଗଲେଣି । ଆଉ କେହି କେହି କହିଲେ ଅନ୍ୟମନସ୍କ ବାଇଡେନ ।

ଏପ୍ରିଲ ମାସରେ ଏକ ଭିଡିଓରେ ଦେଖାଯାଇଥିଲା ଯେ,ବାଇଡେନ୍‌ ଭାଷଣ ଦେବା ପରେ ହାଣ୍ଡସେକ୍‌ କରିବା ପାଇଁ ନିଜ ହାତ ବଢ଼ାଇଥିଲେ । କିନ୍ତୁ ସେତେବେଳେ କେହି ବି ତାଙ୍କ ପାଖରେ ନଥିଲେ । ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଅନେକ ମଜାକ୍‌ ଉଡ଼ାଇଥିଲେ ।