• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ତୁମେ ବିଶ୍ୱାସରେ ଅଛ, ତୁମେ ନିଶ୍ୱାସରେ ଅଛ । ତୁମେ ହୃଦୟରେ ରହିଛ ଆଉ ହୃଦୟରେ ହିଁ ରହିବ । ତୁମ ବିନା ଏ ହୃଦୟ ମରୁଭୂମି ଠାରୁ ବି ହୀନ। ହୋଇପାରେ ମୁଁ ରାଜନନ୍ଦିନୀ ରାଜଉଆସର, କିନ୍ତୁ ତୁମ ବିନା ସୁନା ଥାଳିଆର ଖାଦ୍ୟ ବି ଅରୁଚିକର ।’ ଏମିତି ଏକ ନିଆରା ପ୍ରେମ କାହାଣୀ ପାଇଁ ପୁଣି ପଡ଼ୋଶୀ ଦେଶ ପାକିସ୍ତାନରେ ଚର୍ଚ୍ଚା । ପାକିସ୍ତାନ ଅନ୍ତର୍ଗତ ପଞ୍ଜାବରେ ଏପରି ଏକ 'ଅଜବ ପ୍ରେମ କି ଗଜବ କାହାନୀ' ସାମ୍ନାକୁ ଆସିଛି ।

୨୦ ବର୍ଷୀୟ ଯୁବତୀ ନିଜ ଘରେ ଥିବା ୨୫ ବର୍ଷିୟ ଚାକର(servant)ର ସଚ୍ଚୋଟତା ଦ୍ୱାରା ଏତେ ପ୍ରଭାବିତ ହୋଇଛନ୍ତି ଯେ ତାଙ୍କୁ ଜୀବନସାଥୀ କରିନେଇଛନ୍ତି । ଯୁବତୀଙ୍କ ପରିବାର ଲୋକ ତାଙ୍କୁ ମେଣ୍ଢା ଚରାଇବା କାମରେ ନିୟୋଜିତ କରିଥିଲେ । ବର୍ତ୍ତମାନ ନିଜେ ଯୁବତୀ ଜଣକ YouTube ଚ୍ୟାନେଲରେ ଏହାର ଖୁଲାସା କରିଛନ୍ତି । ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ମୁସ୍କାନ ଓ ଆମୀରଙ୍କ ପ୍ରେମକାହାଣୀ ଏବେ ପାକିସ୍ତାନରେ ଚର୍ଚ୍ଚା । ମୁସ୍କାନ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି , ତାଙ୍କ ଘରେ ଚାରୋଟି ମେଣ୍ଢା ଅଛନ୍ତି । ସେଗୁଡ଼ିକର ଯତ୍ନ ନେବା ପାଇଁ ଆମିରଙ୍କୁ ନିୟୋଜିତ କରାଯାଇଥିଲା । ସେ ଖୁବ୍‌ ସଚ୍ଚୋଟ ଏବଂ ତାଙ୍କର କାମ ମଧ୍ୟ ଭଲ । କୌଣସି କାମରେ ହେରାଫେରି କରନ୍ତି ନାହିଁ । ତାଙ୍କ ସଚ୍ଚୋଟତା ପାଇଁ ସେ ଆମିରଙ୍କୁ ହୃଦୟ ଦେଇ ବସିଥିଲେ ଏବଂ ଆମିରଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ।

ତେବେ ମୁସ୍କାନଙ୍କ କଥା ଶୁଣି ଆମୀର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାଲିକାଣୀ ତାଙ୍କୁ ଯେ ବିବାହ ପାଇଁ କହିବେ, ସେ ବିଶ୍ୱାସ କରିପାରୁନଥିଲେ । ତେବେ ଏଥିପାଇଁ ମୁସ୍କାନ ତାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦେଇଥିଲେ । ଅନେକ ଚିନ୍ତା କରିବା ପରେ ତଥା ଆମୀର ତାଙ୍କ ପରିବାର ଲୋକଙ୍କ ପରାମର୍ଶ କରି ବିବାହ ପାଇଁ ରାଜି ହୋଇଥିଲେ ।

ତେବେ ଚାକର ହାତକୁ ନିଜ ଝିଅକୁ ଟେକି ଦେବା ପାଇଁ ଟିକିଏ ବି ସଙ୍କୋଚ କରିନଥିଲେ ମୁସ୍କାନଙ୍କ ମା । କାରଣ ତାଙ୍କୁ ବି ଆମିରଙ୍କ ସଚ୍ଚୋଟତା ଖୁବ୍‌ ପସନ୍ଦ ଥିଲା । ବିବାହ ପରେ ଆମିର କରୁଥିବା କାମ ପାଇଁ ଆଉ ତିନି ଜଣ ଲୋକଙ୍କୁ ମୁସ୍କାନ ରଖିଛନ୍ତି । ବର୍ତ୍ତମାନ ଆମିରଙ୍କୁ ବିବାହ କରି ସବୁକିଛି ପାଇଯାଇଛି ବୋଲି ସେ କହିଛନ୍ତି।