ଆହ୍ୱାନକୁ ଦୂର କରି କୋଥାଗୁଡେମ ଜିଲ୍ଲାର ଏକ ସୁଦୂର ଗାଁର ଜଣେ ଆଦିବାସୀ ଛାତ୍ରୀ ଉଲ୍ଲେଖନୀୟ ଏକାଡେମିକ୍ ଦକ୍ଷତା ପ୍ରଦର୍ଶନ କରିଛନ୍ତି ଏବଂ ବିହାରର ଆଇଆଇଟି ପାଟନାରେ ଆଡମିଶନ ପାଇଛନ୍ତି।
ଏହି ସରକାର ଏକ ଅଭିନବ ଯୋଜନା ଆରମ୍ଭ କରିଛନ୍ତି। ବୃଦ୍ଧ ପିତାମାତାଙ୍କ ସେବା କରୁଥିବା ପୁଅ ଓ ଝିଅମାନଙ୍କ ପାଇଁ 'ଶ୍ରବଣ କୁମାର ପୁରସ୍କାର' ଆରମ୍ଭ ହୋଇଛି। ସ୍ୱାଧୀନତା ଦିବସ ଅବସରରେ ଏହି ପୁରସ୍କାରକୁ ଘୋଷଣା କରାଯାଇଛି।
କାଦୁଅରେ ଶୋଉଛନ୍ତି ଡାଙ୍ଗଧର । ଖାଇବାକୁ ନାହିଁ କି ଘର ନାହିଁ...ସମସ୍ତେ ଭତ୍ତା ଲାଗି ଯୋଗ୍ୟ ପରେ ବି କାହାକୁ ମିଳୁନି । ସରକାର ନୁହେଁ ବରଂ ଠାକୁର ହିଁ ସାହାଭରସା ବୋଲି କହୁଛନ୍ତି।
ଭଗବାନଙ୍କୁ ଡାକି ପୁଅ ପାଇଥିଲେ ବୋଲି ନା ଦେଇଥିଲେ ଆଶିଷ । ସ୍କୁଲରେ ବେହୋସ ହେବା ପରେ ମେଡିକାଲ ନେଇଥିଲେ ବାପା-ମାଆ । ବୁର୍ଲାଠୁ କଟକ...୬ ଥର ଅପରେସନ୍ ହେଲାଣି କିନ୍ତୁ ବିଛଣାରୁ ଉଠୁନି ବଢିଲା ପୁଅ ।
ଲକ୍ଷ୍ୟ ଆଗରେ ବାଧକ ସାଜିନି ଆର୍ଥିକ ଅନଟନ । ନିଟ୍ କ୍ବାଲିଫାଏ କରି ଡାକ୍ତରୀ ପଢ଼ିବାର ସ୍ବପ୍ନ ସାକାର କଲେ କେନ୍ଦ୍ରାପଡ଼ାର ଶୁଭଲକ୍ଷ୍ମୀ ଓ ମୟୂରଭଞ୍ଜର ଜାମ୍ବିମଣୀ । ବିଷମ ପରିସ୍ଥିତିରେ କେମିତି ଥିଲା ସେମାନଙ୍କ ସଂଘର୍ଷ, ଦେଖିବା ରିପୋର୍ଟ
କିଏ ଦ୍ୱିତୀୟ ଶ୍ରେଣୀରେ ପଢୁଛି ତ ଆଉ କିଏ ଯୁକ୍ତ ୨ ରେ । କିନ୍ତୁ ଏମାନେ କେହି କାହାଠୁ କମ୍ ନୁହଁନ୍ତି ।
ଦାଦନରୁ ଡାକ୍ତରୀ ଛାତ୍ର ହୋଇଥିବା ରାୟଗଡାର କୃଷ୍ଣ ଅଟକା ଏବଂ ପିଲାଟି ଦିନରୁ ଦିବ୍ୟାଙ୍ଗ ଯନ୍ତ୍ରଣା ଭୋଗୁଥିବା ଢେଙ୍କାନାଳର ଅଶ୍ରୁମୋଚନ ନାୟକ । ଆସନ୍ତୁ ଜାଣିବା ସଫଳତାର ଦୁଇଟି ଭିନ୍ନ କାହାଣୀ ।
ପିଲାଟି ଦିନରୁ ସେ ଦିବ୍ୟାଙ୍ଗ । କିନ୍ତୁ ସେ ହାର ମାନିନଥିଲେ । ପାଠ ପଢା ନିଶା ଏମିତି ଥିଲା ଯେ ଘରେ ଅନଲାଇନ୍ରେ ପାଠ ପଢି ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଏବେ ବ୍ରହ୍ମପୁରରେ ପଢୁଛନ୍ତି ଡାକ୍ତରୀ...ଭବିଷ୍ୟତରେ ଦୃଦରୋଗ ବିଭାଗର ଡାକ୍ତର ହେବାକୁ ଦେଖୁଛନ୍ତି ସ୍ୱପ୍ନ।
ସାଙ୍ଗ ହେବ ତ ଏମିତି ! ଜଣେ ଦିବ୍ୟାଙ୍ଗ ହେବାରୁ ଅନ୍ୟ ଜଣେ କାନ୍ଧରେ ବସାଇ ନିଇତି ନେଉଛି ସ୍କୁଲ। ଖାଇବାଠୁ ପିଇବା...ବସିବାଠୁ ବୁଲିବା ସବୁ ଏକାଠି କରୁଛନ୍ତି ଏମାନେ। ଲୋକେ କହୁଛନ୍ତି, ଏମିତି ଦୋସ୍ତି କେବେ ଦେଖିନାହାଁନ୍ତି ..
ମଣିଷ ସହ ମିତ ବସିଛି ବାଛୁରୀ। କପିଳା ଡାକିଲେ ବନ୍ଧୁଙ୍କ ପାଖକୁ ଦୌଡ଼ି ଆସୁଛି। ସାଙ୍ଗରେ ଯିବାକୁ ଜିଦ୍ ଧରୁଛି...
ଭିଡିଓଟିରେ ଯେଉଁ ଭଲପାଇବା ଦେଖିବାକୁ ମିଳୁଛି ତାହା ସତରେ ବିରଳ । ଯାହାକୁ ବର୍ଣ୍ଣନା କରିବାକୁ ହୁଏତ ଶବ୍ଦର ଅଭାବ ପଡ଼ିପାରେ । କାରଣ ଭିଡିଓଟିରେ ବନ୍ଧୁତା ଓ ଭଲପାଇବା ହଜାଇ ଦେଇଛି ନିଜର ଅସ୍ତିତ୍ୱ ।
ବନ୍ଧୁତା... ଏମିତି ଏକ ସଂପର୍କ, ଯାହା ଜନ୍ମଗତ ନୁହେଁ । ହେଲେ ତା ଠୁ ବି ବଳି। ସାଥିରେ ମନଲାଖି ମିତଟିଏ ଥିଲେ, ବେଶ୍ ସହଜ ଓ ସୁଗମ ହୋଇଯାଏ ଜୀବନର ରାସ୍ତା। ଆଜି ବନ୍ଧୁତା ଦିବସରେ ଆସନ୍ତୁ ଜାଣିବା ଏମିତି କିଛି ବିରଳ ବନ୍ଧୁତାର କାହାଣୀ, ଯାହା ମିଠା ଯେତିକି, ମନଛୁଆଁ ବି ସେତିକି।
ତିନି ହାତିଆ ଟିଣଘରେ ଗୋଟିଏ ଛାତ ତଳେ ରହିଆସୁଛନ୍ତି ଦୃଷ୍ଟିଶକ୍ତି ବାଧିତ ଦୁଇବନ୍ଧୁ ସୁଲୋଚନା ଜେନା ଓ ସାଧବାଣୀ ସାହୁ। ସଂପର୍କ ରକ୍ତର ନୁହେଁ, ହେଲେ ଦୁଇ ଭଉଣୀଠୁ କିଛି କମ୍ ବି ନୁହେଁ।
ଗାଈ ଦୁଇଟି ପାଳିଥିଲେ, କ୍ଷୀର ଦୁହିଁ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ କାଳ ହେଲା ବିଜୁଳି...କରେଣ୍ଟ ନେଇଗଲା ୨ ଗୋରୁଙ୍କ ଜୀବନ । ମାଆକୁ ନପାଇ ହମା ରଡି ଛାଡୁଛି ବାଛୁରୀ, ବାହୁନି କାନ୍ଦୁଛି ମାଲିକ
କଳାହାଣ୍ଡିଆ ମେଘ...ଢୁ ଢୁ ବର୍ଷାରେ ଘୋଷାରି ହୋଇ କଲେକ୍ଟରଙ୍କୁ ହାତ ଯୋଡି ଦରଖାସ୍ତ ଦେଲେ ମାମୁଁ । ଗୁହାରି କଲେ ଭଣଜାକୁ ଭଲ କରିଦିଅ ବାବୁ...କଲେକ୍ଚର ବି ଗାଡି ଅଟକାଇଲେ, ତୁରନ୍ତ ସହାୟତା ଲାଗି ନିର୍ଦ୍ଦେଶ ଦେଲେ
କି କଷ୍ଟ ! ସ୍ୱାମୀ ନାହାନ୍ତି...ବୟସ ବି ଢେର ଅଧିକ ହେଲାଣି । ସହାୟତା ପାଇଁ ଗୁହାରୀ କରିଥିଲେ ହେଲେ ଘର ମିଳିଲା କିନ୍ତୁ ଭତ୍ତା ମିଳିଲାନି । ଘର ତିଆରି ଚାଲିଛି ଯେ ସରିବାର ନା ଧରୁନି । ବୁଢୀ ଶାଶୂ ଓ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ପର ବିଲରେ ମଜୁରୀ ଖଟୁଛି ବୋହୂ
ବଞ୍ଚିଥିବା ବେଳେ ପଚାରିଲେନି କି ଆସିଲେନି । ମାଆ ମରିଗଲା ପରେ ମୁଖାଗ୍ନି ଦେବାକୁ ପୁରୀରେ ପହଞ୍ଚିଥିଲେ ପୁଅ । ଦୁଆରୁ ଦୁଆରୁ ଫେରାଇ ଦେଲେ ବାପା । କହିଲେ, ଭଲ ଥିବା ବେଳେ ଅନେଇଲନି ଏବେ କାହିଁକି ଆସିଛ?
ଏମିତି ବନ୍ଧୁ କେବେ ଦେଖିନଥିବେ ! ଏକା ସାଙ୍ଗରେ ମଣିଷ-ମାଙ୍କଡ଼-କୁକୁର-ଚଢେଇ ବାହାରୁଛନ୍ତି ବୁଲି । ପୁଣି କୁକୁରଠାରୁ କ୍ଷୀର ପିଉଛି ମାଙ୍କଡ଼ । କେହି କାହାକୁ କାମୁଡୁନାହାନ୍ତି କି ଆକ୍ରମଣ କରୁନାହାନ୍ତି । ନିଜେ ନଖାଇ ଏମାନଙ୍କ ମୁହଁରେ ଦାନା ଦେଉଛନ୍ତି ପୀତବାସ
ସମ୍ପର୍କରେ ଏମାନେ ସ୍ୱାମୀ-ସ୍ତ୍ରୀ...୧୦ ବର୍ଷ ହେଲାଣି ରୋଗରେ ପଡିଛି ସ୍ୱାମୀ । ଖରାପ ପରିସ୍ଥିତିରେ ବି ହାର ମାନିନି ସ୍ତ୍ରୀ । ୭ ଜନ୍ମର ସାଥୀ ହେବାକୁ ଯେଉଁ ଶପଥ କରିଥିଲା ଆଜି ବି ତା’କୁ ପାଳନ କରୁଛି । ମଜୁରୀ ଖଟି ଆସିବା ପରେ ସ୍ତ୍ରୀର ମୁହଁକୁ ପୋଛି ଦେଉଛି ସ୍ୱାମୀ । ଆଉ କହୁଛନ୍ତି, ବଞ୍ଚିଥିବା ପର୍ଯ୍ୟନ୍ତ ସାଥୀ ହୋଇ ରହିବୁ
୩୧ ବର୍ଷ ତଳେ ସାଙ୍ଗର ଯାଇଥିଲା ଜୀବନ । ଏମିତି ଦୁଃଖକୁ କେବେ ଭୁଲିପାରୁନାହାନ୍ତି ଆଉ ଜଣେ ସାଙ୍ଗ । ଦିନରାତି ୨୪ ଘଂଟା ଶ୍ମଶାନରେ ଏବେ କଟୁଛି ଦିନ । ଇଚ୍ଛା ଅଛି...ସାଙ୍ଗର ପ୍ରେତାତ୍ମାକୁ ଦେଖିବେ, ଦୁଇ ପଦ କଥା ହେବେ
ସଂଘର୍ଷ କଲେ ସଫଳତା ନିଶ୍ଚୟ ମିଳିବ । କାହା ବାପା ପାଲାଗାୟକ ତ ଆଉ କାହାର ତେଜରାତୀ ଦୋକାନୀ...କଠିନ ପରିଶ୍ରମର ଫଳ ପାଇଛି ପୁଅ । ଏବେ ହାକିମ ହେବ।
ଇଏ ବି ଜଣେ ମାଆ । ହଠାତ୍ ବନ୍ୟା ପାଣି ମାଡିଆସିଲା ଆଉ ଫଶିଗଲେ କୁନିକୁନି ଛୁଆ । ବହୁତ ଚେଷ୍ଟା କରିବା ପରେ ବି ପିଲାଙ୍କୁ ଉଦ୍ଧାର ନକରିପାରିବାରୁ ପୋଲିସଙ୍କ ପାଖରେ ପହଞ୍ଚିଥିଲା ମାଆ । ଭୁକିଲା, ଉଦ୍ଧାର ପାଇଁ କାକୁତି ମୀନତି ହେଲା । ଶେଷରେ ଛୁଆମାନେ ଉଦ୍ଧାର ହେବା ପରେ...
ବାପା, ମା’ଙ୍କୁ ହତାଦର କରିଥିବା ସନ୍ତାନଙ୍କୁ ସବକ୍ ଶିଖାଇଲେ ବାପା । ମା’ର ଦେହାନ୍ତ ପରେ ମୁଖାଗ୍ନି ଦେବାରୁ ବଞ୍ଚିତ କଲେ ନିଜ ୩ ପିଲାଙ୍କୁ ।
ରାଜ୍ୟରେ ମାସକରେ ସାମ୍ନାକୁ ଆସୁଛି ୫ରୁ ୬ ଅଙ୍ଗ ପ୍ରତିରୋପଣ ମାମଲା । ହେଲେ ଆବଶ୍ୟକତା ଅନୁଯାୟୀ କମ୍ ପଡୁଛି ଅଙ୍ଗଦାତାଙ୍କ ସଂଖ୍ୟା । ଯାହାକୁ ନେଇ ଜାତୀୟ ଅଙ୍ଗଦାନ ଦିବସ ଅବସରରେ ଚିନ୍ତା ପ୍ରକାଶ ପାଇଛି । କିନ୍ତୁ ଆଜି ବି ଅଙ୍ଗଦାନ କରି ନିଜର ଅମର କାହାଣୀ ଲେଖି ଦେଇ ଯାଇଛନ୍ତି ଅନେକ ଅଙ୍ଗଦାତା ।
ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ। ଅଭାବ ଅନଟନ ମଧ୍ୟରେ ସଫଳତାର ସିଡି ଚଢିଛନ୍ତି ଅନେକ।