Advertisment

ଭିନ୍ନକ୍ଷମଙ୍କୁ ମିଳିଲା ଡ୍ରାଇଭିଂ ଲାଇସେନ୍ସ; ହାତ ନାହିଁ, ପାଦରେ କରୁଛନ୍ତି ଡ୍ରାଇଭିଂ

ଡାକ୍ତରଖାନାର ନିର୍ଦ୍ଦେଶକ ଡା ପି ଥିରୁନାଭୁକ୍କାରାସୁ, ବରିଷ୍ଠ ଡାକ୍ତର ଡା ଏ ରାଜକୁମାର ଏବଂ ଡା ଚିତ୍ରାସୁ କୃଷ୍ଣଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ତାଙ୍କ ଦକ୍ଷତାର ମୂଲ୍ୟାଙ୍କନ କରିଥିଲେ। ଏହାପରେ ଡାକ୍ତରମାନେ ତାଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
DL

DL

ଗୋଡ଼ରେ ପକାଉଛନ୍ତି ଗିଅର୍, ଚଳାଉଛନ୍ତି ଷ୍ଟିଅରିଂ । ଦୁଇହାତ ହରାଇଥିବା ତାମିଲନାଡୁର ତାନସେନ୍ କେ ଙ୍କୁ ମିଳିଲା ଡ୍ରାଇଭିଂ ଲାଇସେନ୍‌ସ । ତାନସେନ୍ ତାମିଲନାଡୁରେ ପ୍ରଥମ ଭିନ୍ନକ୍ଷମ ବ୍ୟକ୍ତି ଯାହାଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି।

Advertisment

ସୂଚନା ଅନୁସାରେ, ୩୦ବର୍ଷୀୟ ତାନସେନ୍ ଏକ ଦୁର୍ଘଟଣାରେ ଦୁଇ ହାତ ହରାଇଛନ୍ତି। ୧୦ବର୍ଷ ବୟସରେ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ତାଙ୍କର ହାତ ଦୁଇଟି କାଟିଦିଆଯାଇଥିଲା। ଏହାପରେ ତାଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଥିଲେ। ମାତ୍ର ତାନସେନ୍‌ ସାହସ ଜୁଟାଇ ନିଜର ଦୈନନ୍ଦିନ କାର୍ଯ୍ୟ ନିଜେ ନିଜେ କରିବା ଆରମ୍ଭ କଲେ।

ଏଥିସହ ପାଠପଢା ମଧ୍ୟ ଜାରି ରଖିଥିଲେ। ଆଇନରେ ସ୍ନାତକୋତ୍ତର କରୁଥିବା ଥାନସେନ୍ କହିଛନ୍ତି, "ମୁଁ ମୋର ଷ୍ଟମ୍ପ ବ୍ୟବହାର କରି ଲେଖିବା ଶିଖିଲି। ଏହାପରେ ପହଁରିବା ଏବଂ ଡ୍ରମ ବଜାଇବା ଶିଖିଲି।" ସେ କହିଛନ୍ତି, "ମୁଁ ଅଭିନେତା-ନିର୍ଦ୍ଦେଶକ ରାଘଭା ଲରେନ୍ସଙ୍କ କନସର୍ଟ ସମେତ କନ୍ସର୍ଟରେ ଡ଼୍ରମ୍ ବଜାଏ। ମୁଁ କଦାପି ନିଜକୁ ଅକ୍ଷମ ବୋଲି ଭାବି ନାହିଁ।"

Advertisment

୨୦୧୬ରେ ଭିନ୍ନକ୍ଷମ ହୋଇ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ହାସଲ କରିଥିବା ଇନ୍ଦୋରର ବିକ୍ରମ ଅଗ୍ନିହୋତ୍ରୀଙ୍କ କାହାଣୀ ଦ୍ୱାରା ସେ ଅନୁପ୍ରାଣିତ ହୋଇଥିଲେ। ଏହାପରେ ପାଞ୍ଚ ବର୍ଷ ପୂର୍ବେ ଗାଡି ଚଳାଇବା ଶିଖିଥିଲେ। କିନ୍ତୁ ଡ୍ରାଇଭିଂ ଲାଇସେନ୍ସ କିପରି ପାଇବେ ସେ ଜାଣି ନଥିଲେ। ଡିସେମ୍ବର ୨୦୨୩ରେ କେରଳର ଜଣେ ଭିନ୍ନକ୍ଷମ ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିବା ଖବର ପଢିବା ପରେ ସେ ଆଶାବାଦୀ ହୋଇଥିଲେ।

ଦୁଇମାସ ପରେ ସେ ଇନଷ୍ଟିଚ୍ୟୁଟ୍ ଅଫ୍ ରିହାବଲେସନ୍ ମେଡିସିନ୍‌ର ଡାକ୍ତରଙ୍କ ସହ ସାକ୍ଷାତ କରିଥିଲେ। ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଭିନ୍ନକ୍ଷମମାନେ ଏହି ଡାକ୍ତରଖାନା ଦ୍ୱାରା ଫିଟ୍ ସାର୍ଟିଫିକେଟ୍ ହେବା ଜରୁରୀ । ସ୍ନାତକୋତ୍ତର ଡାକ୍ତରୀ ଛାତ୍ର ଡା ଏସ୍ ଭାଲାଭାନ୍ କହିଛନ୍ତି, "ତାଙ୍କ ପାଖରେ କାର୍ ଚଳାଉଥିବାର ଫଟୋ ଏବଂ ଭିଡିଓ ଥିଲା। ସେ ଚାହୁଁଥିଲେ ଯେ ଆମେ ତାଙ୍କୁ ଫିଟ୍ ସାର୍ଟିଫିକେଟ୍ ଦେବୁ। କିନ୍ତୁ ମୁଁ ଭାବି ନଥିଲି ସେ କାର୍ ଚଳାଇପାରିବେ। ମାତ୍ର ତାନସେନ କାରଟିକୁ ଡାକ୍ତରଖାନା ପରିସରକୁ ନେଇ ଯାଇଥିଲେ।"

ଡାକ୍ତରଖାନାର ନିର୍ଦ୍ଦେଶକ ଡା ପି ଥିରୁନାଭୁକ୍କାରାସୁ, ବରିଷ୍ଠ ଡାକ୍ତର ଡା ଏ ରାଜକୁମାର ଏବଂ ଡା ଚିତ୍ରାସୁ କୃଷ୍ଣଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ତାଙ୍କ ଦକ୍ଷତାର ମୂଲ୍ୟାଙ୍କନ କରିଥିଲେ। ଏହାପରେ ଡାକ୍ତରମାନେ ତାଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ଏହାପରେ ଏପ୍ରିଲ ୨୨ରେ ଚେନ୍ନାଇ ଉତ୍ତର ଆରଟିଓ ତାଙ୍କୁ ଆଡାପ୍‌ଟେଡ୍‌ ଭେଇକିଲ୍‌ କାଟାଗୋରୀ ଲାଇସେନ୍ସ ପ୍ରଦାନ କରିଥିଲେ।

Driving Licence Persons With Disability
Advertisment
Advertisment