Advertisment

ଏମିତି ପାଳିଲେ ଜନ୍ମଦିନ; ବୁଢ଼ୀ ମାଉସୀ ମୁହଁରେ ଫୁଟାଇଲେ ହସ..ଦେଖନ୍ତୁ ଭିଡିଓ..

ପୁଅର ଜନ୍ମଦିନକୁ ନିଆରା କରିବା ପାଇଁ ବାପାଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ପିଲାଟି ବେଳୁ ପୁଅକୁ ଦେଇଥିବା ସଂସ୍କାରକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Birthday Celebration

Birthday Celebration

ବୁଢ଼ି ମାଉସୀ ମୁହଁରେ ହସ ଫୁଟାଇଲେ ବାପା-ପୁଅ। ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ବେଶ୍‌ ହୃଦୟସ୍ପର୍ଶୀ। ଭିଡିଓକୁ ଯିଏ ବି ଦେଖିବ, ଆଖିରୁ ଲୁହ ଝରି ପଡ଼ିବ। ଭିଡିଓ ଦେଖିଲେ ଆପଣ ବି କହିବେ ଏବେ ବି ବଞ୍ଚିରହିଛି ମାନବିକତା। ଖରାତରାରେ ରାସ୍ତାକଡ଼ରେ ବସି ଫୁଲ ବିକୁଥିବା ମାଉସୀ ପ୍ରତି ଛୋଟ ପିଲାର ଭଲ ପାଇବା ସମସ୍ତଙ୍କ ହୃଦୟକୁ ଛୁଇଁଛି।

Advertisment

ପୁଅର ଜନ୍ମଦିନକୁ ନିଆରା କରିବା ପାଇଁ ବାପାଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ପିଲାଟି ବେଳୁ ପୁଅକୁ ଦେଇଥିବା ସଂସ୍କାରକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ପୁଅର ଜନ୍ମଦିନ ଅବସରରେ ବାପା ତାଙ୍କୁ ରାସ୍ତାକଡ଼ରେ ବସିଥିବା ଜଣେ ଫୁଲ ବିକାଳୀ ମାଉସୀଙ୍କ ପାଖକୁ ନେଇଛନ୍ତି। ବୁଢ଼ି ମାଉସୀ ଜଣକ ଡହ ଡହ ଖରାରେ ସିଝୁଥିବା ବେଳେ ଛୋଟ ପିଲାଟି ପ୍ରଥମେ ତାଙ୍କୁ ଛାଇରେ ବସିବା ପାଇଁ ଏକ ଛତାଟିଏ ଦେଉଛନ୍ତି। ତା ସାଙ୍ଗରେ ଆଣିଥିବା ଉପହାର ମଧ୍ୟ ଦେଇଛନ୍ତି।

କେବଳ ସେତିକି ନୁହେଁ, ବରଂ ପିଲାଟି ଜନ୍ମଦିନ ଥିବାରୁ ବୁଢ଼ି ମାଉସୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏତେ ସମ୍ମାନ ଓ ଭଲ ପାଇବା ଦେଖି ବୁଢ଼ି ମାଉସୀ ଆଖି ବି ଛଳ ଛଳ ହୋଇଗଲା। ସେ ପିଲାଟିକୁ ଆଉଁସୀ ଦେଇ ତାଙ୍କ ମୁଣିରେ ଥିବା କଦଳୀ ଓ କିଛି ଟଙ୍କା ଦେଇଛନ୍ତି। କେବଳ ଜଣେ ବୃଦ୍ଧା ନୁହେଁ, ବରଂ ରାସ୍ତାରେ ବସିଥିବା ସମସ୍ତ ବୟସ୍କ ମହିଳାଙ୍କ ପାଖକୁ ଯାଇ ପିଲାଟି ଛତା ଉପହାର ଦେଇ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି। ପିଲାଟିର ବୁଢ଼ାବୁଢ଼ୀଙ୍କ ପାଇଁ ଥିବା ଭଲପାଇବା ସମସ୍ତଙ୍କ ହୃଦୟକୁ ଛୁଇଁଛି। ତେବେ ଉଭୟଙ୍କ ଭଲ ପାଇବାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଭିଡିଓକୁ X ରେ କାଶିପାଥିରଭି ନାମକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି। ତେବେ ଏହି ଭିଡିଓଟି କେଉଁ ସ୍ଥାନର, ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ହେଲେ ବି ଏହା ବେଙ୍ଗାଲୁରୁର ଘଟଣା ବୋଲି କୁହାଯାଉଛି। ବାପା-ପୁଅଙ୍କ ଯୋଡ଼ିକୁ ୟୁଜର୍ସ ବେଶ୍‌ ପସନ୍ଦ କରିବା ସହ ପ୍ରଶଂସା ବି କରିଛନ୍ତି। ଏବେ ଯାଏଁ ଏହି ଭିଡିଓକୁ ୩୧ ହଜାରରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଲେଣି।

Viral Video Birthday Celebration
Advertisment
Advertisment