• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Human Interest Updates

missing migrant
ଦାଦନ ଖଟିବାକୁ ପୁଅ ଯାଇଛି...ଦୁଆର ମୁହଁରେ ଫଟୋ ଧରି ମାଆ କାନ୍ଦୁଛି

ମାଆ ପାଇଁ ଦାନା ଯୋଗାଡ କରିବାକୁ ଦାଦନ ଯାଇଛି ପୁଅ । ବର୍ଷେ ହେଲାଣି ମିଳୁନି ଖୋଜଖବର...ଭେଣ୍ଡିଆ ପୁଅ କୁଆଡ଼େ ନିଖୋଜ ହୋଇଯାଇଛି ଯେ ମିଳୁନି କୌଣସି ଅତାପତ୍ତା । ଏବେ ବନ୍ଧ ଉପରେ ବସି ପୁଅର ଫେରିବା ବାଟକୁ ଚାହିଁବସିଛି ମାଆ

Train Mishap
ନା ଆଖିରୁ ଲୁହ ଶୁଖୁଛି, ନା ପାଟିକୁ ଦାନା ଯାଉଛି

ଟ୍ରେନ ଟ୍ରାଜେଡିର ୭ ଦିନ ପରେ ବି ମୃତଦେହ ଚିହ୍ନଟକୁ ନେଇ ଦହଗଞ୍ଜ ନିଖୋଜ ବ୍ୟକ୍ତିଙ୍କ ପରିବାର । ଦଶାହ କର୍ମ ପାଇଁ ହାତରେ ଆଉ ମାତ୍ର ୩ ଦିନ। ହେଲେ ମିଳୁନି ଆତ୍ମୀୟଙ୍କ ମୃତଦେହ । ଡେଡ୍ ବଡି ତ ଦୂରର କଥା, ବଞ୍ଚିଛନ୍ତି କି ନାହିଁ ଖୋଜ ଖବର ବି ନାଇଁ ।

Train Mishap
ଚୁନା ହୋଇଗଲା ସୁନାର ସ୍ୱପ୍ନ; ଦାଦନ ଖଟିବାକୁ ଯାଇଥିଲେ, ଶବ ହେଇ ଫେରିଲେ

ଶବ ହୋଇ ତିନି ସାଙ୍ଗ ଫେରିଲେ । ହେଲେ ଏଯାଏଁ ମିଳିନି ବ୍ରହ୍ମାନନ୍ଦଙ୍କ ଖୋଜଖବର । ଚାରି ସାଙ୍ଗ ଗୋଟିଏ ବଗିରେ ଥିବାରୁ ଏକପ୍ରକାର ବ୍ରହ୍ମାନନ୍ଦଙ୍କ ଆଶା ଛାଡ଼ି ଦେଇଛନ୍ତି ପତ୍ନୀ ।

Train Mishap
ଆଖିରେ ନିଦ ନାହିଁ, ପେଟରେ ଭୋକ ନାହିଁ; ପରିଜନଙ୍କ ଶବ ଖୋଜୁଛନ୍ତି ପରିବାର

ମିଳୁନି ଆତ୍ମୀୟଙ୍କ ମୃତଦେହ । ଡେଡ୍ ବଡି ତ ଦୂରର କଥା, ବଞ୍ଚିଛନ୍ତି କି ନାହିଁ ଖୋଜ ଖବର ବି ନାଇଁ । ଏମିତି କି କିଛି କିଛି ସ୍ଥାନରେ ଚିହ୍ନଟ ହେଉଥିଲେ ମଧ୍ୟ ବିନା ଡିଏନଏ ଟେଷ୍ଟରେ ବଡି ଦେବାକୁ ମନା କରୁଛି ମେଡିକାଲ ।

Balasore Train Accident
ଓଡ଼ିଶା ଟ୍ରେନ୍ ଟ୍ରାଜେଡ଼ି: ଝିଅ ହାତରୁ ମେହେନ୍ଦୀ ଲିଭିନି...ମାଆ ମଥାରୁ ସିନ୍ଦୂର ଲିଭିଗଲା

କରମଣ୍ଡଳର କଳା କାହାଣୀ ଖାଲି ଜୀବନ ନେଇନି। କାହା ସିନ୍ଥିରୁ ସିନ୍ଦୂର ପୋଛିଛି ତ କାହା କୋଳରୁ ଛୁଆକୁ ଛଡ଼ାଇ ନେଇଛି। କିଏ ବାପ ଛେଉଣ୍ଡ ହୋଇଛି ତ ଆଉ କିଏ ସର୍ବସ୍ୱ ହରାଇଛି। ବାହାନଗାର ବିଧ୍ୱସ୍ତ କାହାଣୀ ସର୍ବସ୍ୱାନ୍ତ କରିଦେଇଛି। ସମସ୍ତେ ଦାଣ୍ଡ ପିଣ୍ଡାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କାହାରି ପାଟିରୁ କଥା ପଦିଏ ବି ବାହାରୁନି। ସତେ ଯେମିତି ସମସ୍ତେ ନିର୍ବାକ ପାଲିଟିଯାଇଛନ୍ତି।

cycle man
ଘରେ ଥୁଆ ହୋଇଛି କାର୍‌, ହେଲେ ପିଲାବେଳୁ ସାଇକେଲକୁ ସାଥୀ କରିଛନ୍ତି ଏହି ବ୍ୟକ୍ତି

ଜୀବନରେ କେବେ ମୋଟର ସାଇକେଲ ଚଢି ନାହାନ୍ତି ପ୍ରଶାନ୍ତ

divyang female athlete
ଦିନେ ରାଜ୍ୟ ପାଇଁ ମାଳମାଳ ମେଡାଲ ଆଣୁଥିଲେ...ଆଜି ଭୋକ ଉପାସରେ

ରାଜ୍ୟଠୁ ଦେଶ...ସବୁଠି ଖେଳି ମାଳମାଳ ମେଡାଲ ଆଣିଥିଲେ । ହେଲେ ଆଜି ଭୋକ ଉପାସରେ ପଡିଛନ୍ତି ଦିବ୍ୟାଙ୍ଗ ଆଥଲେଟ୍‌ । ବାପା ଯିବା ପରେ ଜୀବନ ଏବେ ଦୁର୍ବିସହ

Woman in Salepur lights diya with hopes of missing son’s return
ନିଖୋଜ ପୁଅ ଫେରିବାକୁ...ତୁଳସୀ ମୂଳେ ବସି ପ୍ରାର୍ଥନା କରୁଛି ମାଆ

ତୁଳସୀ ଗଛ ମୂଳରେ ଘିଅ ଦୀପ ଜାଳୁଛି...ବରଗଛରେ ଚନ୍ଦନ ସହ ସିନ୍ଦୂର ଲଗାଇ ପୂଜା କରୁଛି । ଭୋଗ ଦେଇ ମାଆ ବୃନ୍ଦାବତୀ ପାଖରେ ନେହୁରା ହେଉଛି । କାନ୍ଦି କାନ୍ଦି କହୁଛି ମାଆଲୋ ମୋ ପୁଅକୁ ଫେରାଇ ଆଣ । ତତେ ମୁଁ ଆଉ କିଛି ମାଗୁନି । ୧୧ ବର୍ଷର ପୁଅ ନିଖୋଜ ହେବା ପରେ ପୁଅକୁ ପାଇବା ଲାଗି ପୂଜାର୍ଚ୍ଚନା କରୁଛନ୍ତି ଜଣେ ମାଆ 

  • Sunday, 04 June 2023
lights diya with hopes of missing son’s return
ନିଖୋଜ ପୁଅ ଫେରିବାକୁ...ତୁଳସୀ ମୂଳେ ବସି ପ୍ରାର୍ଥନା କରୁଛି ମାଆ

ଖେଳିବାକୁ ଯାଇଥିଲା...ଆଉ ଫେରିଲାନି । ଖୋଜିଖୋଜି ନୟାନ୍ତ ହେଲେଣି ପରିବାର ଲୋକେ...ପୁଅ କେମିତି ଫେରିବ ସେଇଥି ପାଇଁ ତୁଳସୀ ମୂଳେ ଦୀପ ଜାଳୁଛି, ବରଗଛ ପୂଜା କରୁଛି ମାଆ

cremation ground
ହୃଦୟ ବିଦାରକ : ପୁଅ ଲାଗି ଶ୍ମଶାନ ତିଆରି କଲେ ବାପା

ସେନାରେ ଚାକିରି କରିଥିଲେ ବାପ-ପୁଅ । ଘରକୁ ଆସିଲା ବେଳକୁ ପୁଅ ଚାଲିଗଲା...ଶବ ଦାହ କରିବାକୁ ବଡ଼ ଅସୁବିଧା ହେଲା । ମଲା ପୁଅ ପାଖରେ ବାପା ଶପଥ କରିଥିଲେ...ପେନସନ୍‌ ଟଙ୍କାରେ ଶ୍ମଶାନ କରିବି, ସବୁ ସୁବିଧା କରିବି । ଏବେ ସକାଳ, ସଂଜରେ ପୁଅ ଦାହ ଜାଗାରେ ବସି ଗୁମୁରି କାନ୍ଦୁଛି ବାପା

Daspalla woman
ସ୍ୱାମୀଙ୍କ ସହ ୩ ପୁଅ ମାନସିକ ରୋଗୀ : ସହାୟତା ଅପେକ୍ଷାରେ ଶାନ୍ତି

ସ୍ୱାମୀ...୩ ପୁଅ...ସମସ୍ତେ ମାନସିକ ରୋଗୀ । ତିନି ତିନିଟି ପୁଅ ଜନ୍ମ କରିଛନ୍ତି ହେଲେ ସେମାନେ କାମଧନ୍ଦା କରିପାରୁନାହାନ୍ତି । ବୁଢୀ ବୟସରେ ପୂରା ଘରର ବୋଝ ଶାନ୍ତିଙ୍କ କାନ୍ଧରେ । ସରକାରୀ ସହାୟତା କହିଲେ ଗଣ୍ଡେ ଚାଉଳ । ଏତିକିରେ ପରିବାର ଚଳିବ କେମିତି?

Honesty personified
୨ ଥରର ସରପଞ୍ଚ...ନିଜ ପାଇଁ କରିଛନ୍ତି ଖଣ୍ଡେ ସାଇକେଲ୍‌ ଓ ଗୋଟେ ଝାଟିମାଟ ଘର

ନିଆରା ସରପଞ୍ଚ । ଦୁଇଦୁଇ ଥର ନିର୍ବାଚିତ ହୋଇଛନ୍ତି । ହେଲେ ନିଜ ଲାଗି କିଛି କରିନାହାନ୍ତି...ଏବେ ସମ୍ପତ୍ତି କହିଲେ ଝାଟିମାଟି ଚାଳଘର । ଖଣ୍ଡେ ସାଇକେଲ୍‌ ସହ ଦୁଇହଳ ପୋଷାକ ।

  • Thursday, 01 June 2023
good story
ସାବାସ ଶିବାନୀ...ପେଟ ପାଇଁ ଲୁହା ଓ ନିଆଁରେ ନିଇତି ସଙ୍ଘର୍ଷ

କୋରାପୁଟ କୋଲାବ ଜଳଭଣ୍ଡାର ଯିବା ରାସ୍ତାରେ କେନ୍ଦୁଗୁଡା ଠାରେ ରହିଛି ଶିବାନୀଙ୍କ ପରିବାରକୁ ଭାତଗଣ୍ଡେ ଯୋଗାଉଥିବା ଝାଟିମାଟି କମାରଶାଳ

Social activist
ଜଣେ ଯୁବତୀଙ୍କ ଲାଗି ବଦଳାଇ ଦେଲେ ୪୨ ବର୍ଷର ନିଷ୍ପତ୍ତି

ଦିନେ ଶପଥ ନେଇଥିଲେ କେବେ ବାହା ହେବେନି କି ଜୋତା ପିନ୍ଧିବେନି । ହେଲେ କେବଳ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ଲାଗି ବଦଳାଇ ଦେଲେ ନିଷ୍ପତ୍ତି... ଜୟନ୍ତୀଙ୍କ ହାତ ଧରିଲେ ଜୟନ୍ତୀ, ୭ ଜନ୍ମର ସାଥୀ ହେବାକୁ ଶପଥ କଲେ।

Migrant labourer, Migrant Death
ଭେଣ୍ଡା ପୁଅ ଯାଇଥିଲା ଦାଦନ ଖଟି...ଚାଲିଗଲା ପ୍ରାଣ : ପାଗେଳି ହେଲାଣି ମାଆ, ଚେତାଶୂନ୍ୟ ସ୍ତ୍ରୀ

ଦୁଃଖ ଏମିତି ବି ଆସେ ! ଦାଦନ ଖଟିବାକୁ ଯାଇଥିଲା ପୁଅ, ଚାଲିଗଲା ଜୀବନ । ମାଆ ପାଖରେ ଖବର ପହଞ୍ଚିବା ପରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛି । ଚେତାଶୂନ୍ୟ ସ୍ତ୍ରୀ...

Elderly man seeks financial assistance
କଲେକ୍ଟର ବାବୁ ମତେ ସାହାଯ୍ୟ କର, ମୋ ୨ ନାତୁଣୀଙ୍କୁ ମଣିଷ କର

ଦୁଃଖ ଶୁଣ କଲେକ୍ଟର ବାବୁ... ମୁଁ କେତେ ନେହୁରା ହେଲିଣି, ଦୌଡି ଦୌଡି ହତାଶ ହେଲିଣି । ପୁଅ-ବୋହୂ ଯିବା ପରେ ୨ ନାତୁଣୀଙ୍କୁ ମଣିଷ କରିବା ଲାଗି କିଛି ଏମିତି ଢଙ୍ଗରେ ସହାୟତା ମାଗୁଛନ୍ତି ଜଣେ ବୃଦ୍ଧ

  • Monday, 29 May 2023
love story
ସତ ହେଲା ସ୍ୱପ୍ନ, ଠାରରୁ ଆରମ୍ଭ ହୋଇଥିବା ପ୍ରେମ ନେଲା ବିବାହର ରୂପ

ମନର ମାନସୀଙ୍କୁ ଜୀବନସାଥୀ କଲେ ବିଜୟ, ଦୁଇ ଦିବ୍ୟାଙ୍ଗ ବିଜୟ ଓ ସଲାମୀଙ୍କ ପ୍ରେମ କାହାଣୀ

Bharat Bai Help People
ପ୍ରଶାସନ ପାରୁନି..ହେଲେ ନିଜ ଟଙ୍କାରେ ଲୋକଙ୍କୁ ମାଗଣା ଘର ବାଣ୍ଟୁଛନ୍ତି ଭରତ

ସରକାର ଦେଉନାହାନ୍ତି ଭରତ ଦେଉଛନ୍ତି । ନିଜସ୍ୱ ଉଦ୍ୟମରେ ଗରିବ ହିତାଧିକାରୀଙ୍କୁ ଘର ବାଣ୍ଟୁଛନ୍ତି ଭରତ । ଯେଉଁଠି ପ୍ରଶାସନ ଶୁଣୁନି, ସେଇଠି ଭରତ ଶୁଣୁଛନ୍ତି । ଏମିତି ସାହାଯ୍ୟକୁ ସଲାମ୍‌ କରୁଛନ୍ତି ଗାଁ ଲୋକେ।

  • Saturday, 27 May 2023
Anandpur Women Need Help
ବିଛଣାରେ ରୋଜଗାରିଆ ପୁଅ, ପର ଘରେ କାମ କରୁଛି ବୁଢ଼ୀମାଆ...

ଦୁର୍ଘଟଣା ପରେ ବିଛଣାରେ ସ୍ୱାମୀ । ମାଆ, ସ୍ତ୍ରୀ, ପିଲାଙ୍କୁ ଯିଏ ଦିନେ ସାହାରା ଦେଉଥିଲେ ଆଜି ସିଏ ଅନ୍ୟର ସାହାରାରେ ବଞ୍ଚୁଛନ୍ତି । ହାତଯୋଡ଼ି ସମସ୍ତଙ୍କୁ ସାହାଯ୍ୟ ମାଗୁଛନ୍ତି, ସ୍ୱାମୀଙ୍କୁ ବଞ୍ଚାଇବା ଲାଗି ଗୁହାରି କରୁଛନ୍ତି।

Women Need Help
ନବୀନ ବାବୁ ଆମକୁ ବଞ୍ଚିବାକୁ ଦିଅ, ଗଣ୍ଡେ ଚାଉଳ ଦିଅ...ନହେଲେ ଭାସିଯିବୁ

ସ୍ୱାମୀ ଚାଲିଗଲା, ୪ଟି ପିଲା । କାର୍ଡ ନାହିଁ କି କିଛି ନାହିଁ...ଆମେ ଚଳିବୁ କେମିତି? ନବୀନ ବାବୁ ଆମକୁ ସାହାଯ୍ୟ କର...ଗଣ୍ଡେ ଚାଉଳ ଦିଅ । ବଞ୍ଚିବାକୁ ସାହାଯ୍ୟ କର । କିଛି ଏମିତି ଢଙ୍ଗରେ ନିଜ ଗୁହାରି ଜଣାଉଛନ୍ତି ଜଣେ ବିଧବା ମହିଳା।

Sohan Roy
ଯୌତୁକ ନେଉଥିବା ଲୋକଙ୍କୁ ଦିଅନ୍ତିନି ଚାକିରି, ଏବେ କର୍ମଚାରୀଙ୍କୁ ୩୦କୋଟିର ଉପହାର ଦେଲେ ଏହି ବ୍ୟବସାୟୀ

ସୋହନ ରୟ ବ୍ୟବସାୟରେ ଯେତେ ସଫଳ, ହୃଦୟ ତାଙ୍କର ସେତିକି ବଡ଼ । କୌଣସି ପ୍ରକାର ଅନ୍ୟାୟକୁ ସେ ପ୍ରଶ୍ରୟ ଦିଅନ୍ତି ନାହିଁ ।

UPSC topper Ishita Kishor shares Tips of success
UPSC ଟପ୍ପର ଈଶିତା ଦେଲେ ସଫଳତାର ଟିପ୍ସ: କହିଲେ କିପରି କରୁଥିଲେ ପ୍ରସ୍ତୁତି

ସିଭିଲ ସର୍ଭିସ୍‌ ପରୀକ୍ଷା ୨୦୨୨ରେ ଈଶିତା କିଶୋର ଶୀର୍ଷରେ ରହିବା ପରେ ତାଙ୍କର ଚର୍ଚ୍ଚା ଏବେ ଚାରିଆଡେ। ସେ ଦୁଇ ଥର ବିଫଳ ହେବା ପରେ କିପରି ନିଜକୁ ପ୍ରସ୍ତୁତ କରିଥିଲେ ସେ କଥା କହିଛନ୍ତି। ଏହା ସହିତ ଆଗାମି ପିଢିମାନଙ୍କୁ କିଛି ଟିପ୍ସ ମଧ୍ୟ ଦେଇଛନ୍ତି।

Who is upsc topper ishita kishore
UPSC ଟପ୍ପର ଈଶିତା କିଶୋର କିଏ; ଜାଣନ୍ତୁ ତାଙ୍କର ପାଠପଢା ଓ IAS ହେବାର ସ୍ୱପ୍ନ

ଦେଶର ସବୁଠାରୁ କଠିନ ପରୀକ୍ଷା UPSCରେ ବାଜି ମାରିନେଇଛନ୍ତି ଝିଅ। ଟପ୍ପର ହୋଇଛନ୍ତି ଈଶିତା କିଶୋର। କିଏ ଏହି ଈଶିତା, କୋଉଠି ସେ ପାଠ ପଢୁଥିଲେ, କିପରି ଥିଲା ତାଙ୍କ ସ୍କୁଲ ଶିକ୍ଷା ଆସନ୍ତୁ ଜାଣିବା।

Matric Exam
କ୍ୟାନସରରେ ମାଆ ଚାଲିଗଲା: ଡାକ୍ତର ହେବାକୁ ଶପଥ ନେଲା ପୁଅ

ପିଲାଟି ଦିନରୁ ମାଆ ଚାଲିଗଲା....ଜେଜେ ମାଆ ପାଖରେ ସେ ମଣିଷ ହେଲା । ପରିବାରର ଆର୍ଥିକ ସ୍ଥିତି ଏତେଟା ଭଲ ନଥିବାରୁ ଶିକ୍ଷକଙ୍କ ସାହାଯ୍ୟରେ ସେ ପାଠ ପଢୁଥିଲା । ହେଲେ ପିଲାଟି ଦିନରୁ ମାଆକୁ ହରାଇଥିବାରୁ ବଡ ହୋଇ ଡାକ୍ତର ହେବାକୁ ସେ ଦେଖୁଛି ସ୍ୱପ୍ନ ।

Widow runs Dahibara aloodum
ଏ ବି ଜଣେ ମା’... ପିଲାଙ୍କ ସ୍ୱପ୍ନ ପାଇଁ ବିକୁଛନ୍ତି ଦହିବରା

ଅଧା ରାସ୍ତାରେ ହାତ ଛାଡିଦେଲେ ବାପା । ଅନାଥ ହୋଇଗଲେ ଦୁଇ ପିଲା...ପରିବାରର ଚଳନି ଓ ପିଲାଙ୍କ ଲାଗି ଅଣ୍ଟାରେ ଲୁଗା ଭିଡିଲେ ଝାନ୍ସି । ସ୍ୱାମୀଙ୍କ ଦହିବରା ଦୋକାନକୁ ଗଲେ, ଦହିବାର ସହ ଚାଟ୍‌ ବିକିଲେ । ସ୍ୱାମୀ ସିନା ଚାଲିଗଲେ ହେଲେ ଝାନ୍ସି ଏବେ ପରିବାର ବୋଝ ଉଠାଉଛନ୍ତି ନିଜ କାନ୍ଧରେ ।