Advertisment

ସଂଘର୍ଷର ଜିତାପଟ; UPSC ଟପ୍ପର ଅନିମେଶ ବଖାଣିଲେ ସଫଳତାର କାହାଣୀ

ଦ୍ବିତୀୟ ରାଙ୍କ ପାଇ ଅତ୍ୟନ୍ତ ଖୁସି। ଲାଗୁଛି ଜୀବନର ଲକ୍ଷ୍ୟ ପୂରଣ ହୋଇଛି, ଏକ ମାଇଲଷ୍ଟୋନ ଅତିକ୍ରମ କରିଛି। ମା’-ବାପା ସବୁବେଳେ ଏହି ସ୍ଥାନରେ ମୋତେ ଦେଖିବାକୁ ଚାହୁଁଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
UPSC Topper 2023 animesh pradhan

UPSC Topper

ଓଟିଭି ନ୍ୟୁଜ ରୁମରେ IAS ଅନିମେଶ ପ୍ରଧାନ। ଏଥର UPSC ସିଭିଲ ସର୍ଭିସରେ ଦ୍ବିତୀୟ ରାଙ୍କ ପାଇଥିବା ଅନିମେଶ ତାଙ୍କ ଅନୁଭୂତି କହିଛନ୍ତି ଓଟିଭି ନ୍ୟୁଜ ରୁମରେ। ମା’ଙ୍କ ଅସୁସ୍ଥତା, ଚାକିରି ସତ୍ତ୍ବେ କେମିତି ଦେଶର ସବୁଠୁ କଠିନ ପରୀକ୍ଷାର ପ୍ରସ୍ତୁତି ସେ କରିଥିଲେ, ଓଡ଼ିଶାକୁ ନେଇ କଣ ତାଙ୍କର ସ୍ବପ୍ନ ଅଛି, ଇଣ୍ଟରଭ୍ୟୁରେ କେଉଁ କେଉଁ ପ୍ରଶ୍ନ ପଚରାଯାଇଥିଲା, ସେ ସବୁ ସଂପର୍କରେ ସବୁ ଖୋଲି କରି କହିଛନ୍ତି ଅନିମେଶ।

Advertisment

ଅନିମେଶ କହିଛନ୍ତି, ଦ୍ବିତୀୟ ରାଙ୍କ ପାଇ ଅତ୍ୟନ୍ତ ଖୁସି। ଲାଗୁଛି ଜୀବନର ଲକ୍ଷ୍ୟ ପୂରଣ ହୋଇଛି, ଏକ ମାଇଲଷ୍ଟୋନ ଅତିକ୍ରମ କରିଛି। ମା’-ବାପା ସବୁବେଳେ ଏହି ସ୍ଥାନରେ ମୋତେ ଦେଖିବାକୁ ଚାହୁଁଥିଲେ। ପିଲାଦିନରୁ ଇଚ୍ଛା ଥିଲା, ଯାହା ପୂରଣ ହୋଇଛି। ଓଡ଼ିଶା ପାଇଁ ଭରପୁର ସୁଯୋଗ ରହିଛି। ଲୋକଙ୍କ ଜୀବନଶୈଳୀ ପରିବର୍ତ୍ତନ କରିବା ସହ ସରକାର ଓ ବ୍ୟୁରୋକ୍ରାସି ଯେପରି ଲୋକଙ୍କ ପାଖରେ ପହଞ୍ଚିବ ତାହା କରିବାକୁ ଚେଷ୍ଚା କରିବି।ଜୀବନର ଦୁଃଖ ସମୟକୁ ପାଠପଢି ଅତିବାହିତ କରିଛି। ଯାହାକି ସଫଳତା ଆଣି ଦେଇଛି।

ଅଧିକ ପଢ଼ନ୍ତୁ: ସଂଘର୍ଷର ଜିତାପଟ; କନଷ୍ଟେବଳରୁ UPSC ରାଙ୍କ ନଂ ୭୮୦...

ସର୍ବଭାରତୀୟ ରାଙ୍କ ୨ରେ ଅଛନ୍ତି ଓଡିଆ ପୁଅ ଅନିମେଶ ପ୍ରଧାନ। ପିଲା ଦିନର ପାଠ ପଢ଼ା ରାଉରକେଲା ଡିଏଭି ସ୍କୁଲ୍‌ରେ ସରିବା ପରେ ୨୦୨୧ରେ NITରୁ କମ୍ପ୍ୟୁଟର ସାଇନ୍‌ସରେ ବିଟେକ୍‌ ପାସ୍‌ କରିଛନ୍ତି । ପରେ IOCLରେ ଚାକିରି କରିଥିଲେ। UPSCର ପ୍ରଥମ ପ୍ରୟାସରେ ସେ ଏହି ସଫଳତା ପାଇଛନ୍ତି। ସେ ତାଙ୍କ ବାପା ଓ ମାଙ୍କୁ ହରାଇଛନ୍ତି। ୨୦୧୭ ରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମା’ କ୍ୟାନସରରେ ପୀଡିତଥିବା ବେଳେ ଚଳିତ ବର୍ଷ ଜାନୁଆରୀରେ ତାଙ୍କର ଦେହାନ୍ତ ହୋଇଯାଇଛି।

Advertisment

୨୦୨୩ ବର୍ଷ ପାଇଁ ହୋଇଥିବା ୟୁପିଏସି ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶାରୁ ୨୪ ରାଙ୍କରେ ପ୍ରଜ୍ଞାନନ୍ଦନ ଗିରି ରହିଥିବା ବେଳେ ୩୬ ରାଙ୍କରେ ଆୟୁଷୀ ପ୍ରଧାନ ରହିଛନ୍ତି । ସେହିପରି ୫୨ ରାଙ୍କରେ ଜୟଶ୍ରୀ ପ୍ରଧାନ, ୬୦ ରାଙ୍କରେ ଅଭିମନ୍ୟୁ ମଲ୍ଲିକ, ୧୧୦ ରାଙ୍କରେ ଅମ୍ରିତାଂଶୁ ନାୟକ ରହିଛନ୍ତି । ସେହିପରି ଅନ୍ୟ ଓଡ଼ିଆଙ୍କ ମଧ୍ୟରେ ୧୧୫ ରାଙ୍କରେ ଯଶୋବନ୍ତ ମଲ୍ଲିକ, ୧୭୬ ରାଙ୍କରେ ପଦ୍ମନାଭ ମିଶ୍ର, ୨୦୪ ରାଙ୍କରେ ଶୁଭ୍ରା ପଣ୍ଡା ରହିଛନ୍ତି ।

ଅଧିକ ପଢ଼ନ୍ତୁ: ୟୁପିଏସସିରେ ବାଜି ମାରିଲେ ଏହି ପରୀକ୍ଷାର୍ଥୀ...ଜାଣିବା ଟପ୍ ୫ ଆଇଏଏସଙ୍କ ଜୀବନ କାହାଣୀ

ସେହିପରି ୨୮୦ ରାଙ୍କରେ ଅନନ୍ୟା ରଣା, ୩୦୩ ରାଙ୍କରେ ତନିଶା ମିଶ୍ର ଓ ୩୧୯ ରାଙ୍କରେ ରଶ୍ମି ପ୍ରଧାନ ରହିଛନ୍ତି । ୩୪୩ ରାଙ୍କରେ ଅଛନ୍ତି ବିଶ୍ୱଜିତ ପଣ୍ଡା। ଅନ୍ୟମାନଙ୍କ ମଧ୍ୟରେ ୩୮୭ ରାଙ୍କରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ୪୦୯ ରାଙ୍କରେ ସନ୍ତୋଷ କୁମାର ପାତ୍ର, ୪୬୬ ରାଙ୍କରେ ସୌରଭ ଦାସଙ୍କ ସହ ୫୭୫ ରାଙ୍କରେ ରାକେଶ କୁମାର ସାହୁ ଓ ୫୮୧ ରାଙ୍କରେ ନୟନ ରଂଜନ ଦାସ ରହିଛନ୍ତି ।

UPSC UPSC Topper
Advertisment
Advertisment