Advertisment

ୟୁପିଏସସିରେ ବାଜି ମାରିଲେ ଏହି ପରୀକ୍ଷାର୍ଥୀ...ଜାଣିବା ଟପ୍ ୫ ଆଇଏଏସଙ୍କ ଜୀବନ କାହାଣୀ

ସମସ୍ତେ ୟୁପିଏସସି ପରୀକ୍ଷାର୍ଥୀଙ୍କ ବ୍ୟକ୍ତିଗତ ଓ ଶିକ୍ଷାଗତ ଯୋଗ୍ୟତା ଆଦି ଜାଣିବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରନ୍ତି। ତେବେ ଆସନ୍ତୁ ଜାଣିବା ଟପ୍ ୫ରେ ଥିବା ଟପ୍ପରଙ୍କ ବିଷୟରେ।

author-image
Sonali Ojha
ଅଦ୍ୟତନ ହୋଇଛି
UPSC CSE Toppers 2023

Top 5Rank Holders

ପ୍ରକାଶ ପାଇଛି UPSC ୨୦୨୩ ପରୀକ୍ଷା ଫଳ । ଆଦିତ୍ୟ ଶ୍ରୀବାସ୍ତବ ପୂରା ଦେଶରେ ଟପ୍ପର ହୋଇଛନ୍ତି । ଓଡ଼ିଆ ପୁଅ ଅନିମେଶ ପ୍ରଧାନ ସର୍ବ ଭାରତୀୟସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ଡି.ଅନନ୍ୟା ରେଡ୍ଡୀ । ଚତୁର୍ଥରେ ସିଦ୍ଧାର୍ଥ ରାମକୁମାର ଥିବା ବେଳେ ପଞ୍ଚମରେ ରୁହାନୀ ରହିଛନ୍ତି । ତେବେ ସମସ୍ତେ ଏହି ପରୀକ୍ଷାର୍ଥୀଙ୍କ ବ୍ୟକ୍ତିଗତ ଓ ଶିକ୍ଷାଗତ ଯୋଗ୍ୟତା ଆଜି ଜାଣିବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରନ୍ତି। ତେବେ ଆସନ୍ତୁ ଜାଣିବା ଟପ୍ ୫ରେ ଥିବା ଟପ୍ପରଙ୍କ ବିଷୟରେ।

Advertisment

ଆଦିତ୍ୟ ଶ୍ରୀବାସ୍ତବ

ଆଦିତ୍ୟ ଶ୍ରୀବାସ୍ତବ ଆଇଏଏସ ଟପ୍ପର ହୋଇଛନ୍ତି। ସେ CMS ଲକ୍ଷ୍ନୌର ଆଲିଗଞ୍ଜ ଶାଖାରେ ପ୍ରାଥମିକ ଶିକ୍ଷା ଶେଷ କରିଛନ୍ତି। ଏହାପରେ ସେ ଆଇଆଇଟି କାନପୁରରୁ ବିଟେକ୍ ଓ ଏମ୍ ଟେକ୍ ଡିଗ୍ରୀ ହାସଲ କରିଛନ୍ତି।ଗୋଲ୍ଡମ୍ୟାନ୍ ସାକ୍ସରେ ଚାକିରି କ୍ୟାରିଅର୍ ଆରମ୍ଭ କରିଥିଲେ ଯେଉଁଠାରେ ସେ UPSC ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ୧୫ ମାସ କାର୍ଯ୍ୟ କରିଥିଲେ ।

ଅଧିକ ପଢ଼ନ୍ତୁ: IAS ଟପ୍ପରେ ହେବା ପରେ କେମିତି ଥିଲା ଆଦିତ୍ୟ ଶ୍ରୀବାସ୍ତବଙ୍କ ପ୍ରଥମ ପ୍ରତିକ୍ରିୟା, ଦେଖନ୍ତୁ ଭିଡିଓ

Advertisment

ଅନିମେଶ ପ୍ରଧାନ

ସର୍ବଭାରତୀୟ ରାଙ୍କ ୨ରେ ଅଛନ୍ତି ଓଡିଆ ପୁଅ ଅନିମେଶ ପ୍ରଧାନ। ପିଲା ଦିନର ପାଠ ପଢ଼ା ରାଉରକେଲା ଡିଏଭି ସ୍କୁଲ୍‌ରେ ସରିବା ପରେ ୨୦୨୧ରେ NITରୁ କମ୍ପ୍ୟୁଟର ସାଇନ୍‌ସରେ ବିଟେକ୍‌ ପାସ୍‌ କରିଛନ୍ତି । ପରେ IOCLରେ ଚାକିରି କରିଥିଲେ। UPSCର ପ୍ରଥମ ପ୍ରୟାସରେ ସେ ଏହି ସଫଳତା ପାଇଛନ୍ତି। ସେ ତାଙ୍କ ବାପା ଓ ମାଙ୍କୁ ହରାଇଛନ୍ତି। ୨୦୧୭ ରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମା’ କ୍ୟାନସରରେ ପୀଡିତଥିବା ବେଳେ ଚଳିତ ବର୍ଷ ଜାନୁଆରୀରେ ତାଙ୍କର ଦେହାନ୍ତ ହୋଇଯାଇଛି।

ଡି.ଅନନ୍ୟା ରେଡ୍ଡୀ

ତେଲେଙ୍ଗାନାର ଅନନ୍ୟା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ପଛୁଆ ଜିଲ୍ଲା ମେହବୁବନଗରର ବାସିନ୍ଦା। ଏହି ସଫଳତାରେ ସେ ବେଶ୍ ଖୁସି ଅଛନ୍ତି। ପରୀକ୍ଷା ପାଇଁ ସେ କଠିନ ପରିଶ୍ରମ କରିଥିଲେ। ଦୈନିକ ୬ରୁ ୮ଘଣ୍ଟା ପଢିବା ସହ ପରୀକ୍ଷା ସମୟରେ ୧୨ରୁ ୧୪ଘଣ୍ଟା ପରିଶ୍ରମ କରୁଥିଲେ।

ପି କେ ସିଦ୍ଧାର୍ଥ ରାମକୁମାର

ୟୁପିଏସିର ଚତୁର୍ଥ ସ୍ଥାନ ହାସଲ କରିଛନ୍ତି କେରଳର ସିଦ୍ଧାର୍ଥ ରାମକୁମାର। ସେ ୟୁପିଏସସି ପରୀକ୍ଷା ଦେଇଥିବା ଘରେ ଜଣାଇନଥିଲେ। ତାଙ୍କ ବାପା ଓ ମା’ ଏବିଷୟରେ ଟିଭିରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାମକୁମାରଙ୍କ ବଡ ଭାଇ ହାଇକୋର୍ଟରେ ଅଭ୍ୟାସ କରନ୍ତି। ରାମକୁମାରଙ୍କ ସଫଳତା ପରେ ପରିବାରରେ ଆନନ୍ଦର ଲହରି ଖେଳିଯାଇଛି। ତେବେ ରାମକୁମାର ଜଣେ ଅଲରାଉଣ୍ଡର ବୋଲି ତାଙ୍କ ଭାଇ କହିଛନ୍ତି।

ରୁହାନୀ

ଗୁରୁଗ୍ରାମର ରୁହାନି ସିଭିଲ ସର୍ଭିସ ପରୀକ୍ଷାରେ ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ସେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅର୍ଥନୀତିରେ ସ୍ନାତକ ହାସଲ କରିବା ପରେ IGNOUରୁ ଅର୍ଥନୀତିରେ ପିଜି କରିଛନ୍ତି। ସେ ଅଗଷ୍ଟ ୨୦୨୦ ରେ NITI ଆୟୋଗରେ IES ଅଧିକାରୀ ଭାବରେ ଯୋଗ ଦେଇଥିଲେ ଏବଂ ଅକ୍ଟୋବର ୨୦୧୩ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ। ରୁହାନୀ ବର୍ତ୍ତମାନ ଭାରତୀୟ ପୋଲିସ ସେବା ପାଇଁ ତାଲିମ ନେଉଛନ୍ତି।

୨୦୨୩ ବର୍ଷ ପାଇଁ ହୋଇଥିବା ୟୁପିଏସି ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶାରୁ ୨୪ ରାଙ୍କରେ ପ୍ରଜ୍ଞାନନ୍ଦନ ଗିରି ରହିଥିବା ବେଳେ ୩୬ ରାଙ୍କରେ ଆୟୁଷୀ ପ୍ରଧାନ ରହିଛନ୍ତି । ସେହିପରି ୫୨ ରାଙ୍କରେ ଜୟଶ୍ରୀ ପ୍ରଧାନ, ୬୦ ରାଙ୍କରେ ଅଭିମନ୍ୟୁ ମଲ୍ଲିକ, ୧୧୦ ରାଙ୍କରେ ଅମ୍ରିତାଂଶୁ ନାୟକ ରହିଛନ୍ତି । ସେହିପରି ଅନ୍ୟ ଓଡ଼ିଆଙ୍କ ମଧ୍ୟରେ ୧୧୫ ରାଙ୍କରେ ଯଶୋବନ୍ତ ମଲ୍ଲିକ, ୧୭୬ ରାଙ୍କରେ ପଦ୍ମନାଭ ମିଶ୍ର, ୨୦୪ ରାଙ୍କରେ ଶୁଭ୍ରା ପଣ୍ଡା ରହିଛନ୍ତି ।

ସେହିପରି ୨୮୦ ରାଙ୍କରେ ଅନନ୍ୟା ରଣା, ୩୦୩ ରାଙ୍କରେ ତନିଶା ମିଶ୍ର ଓ ୩୧୯ ରାଙ୍କରେ ରଶ୍ମି ପ୍ରଧାନ ରହିଛନ୍ତି । ୩୪୩ ରାଙ୍କରେ ଅଛନ୍ତି ବିଶ୍ୱଜିତ ପଣ୍ଡା। ଅନ୍ୟମାନଙ୍କ ମଧ୍ୟରେ ୩୮୭ ରାଙ୍କରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ୪୦୯ ରାଙ୍କରେ ସନ୍ତୋଷ କୁମାର ପାତ୍ର, ୪୬୬ ରାଙ୍କରେ ସୌରଭ ଦାସଙ୍କ ସହ ୫୭୫ ରାଙ୍କରେ ରାକେଶ କୁମାର ସାହୁ ଓ ୫୮୧ ରାଙ୍କରେ ନୟନ ରଂଜନ ଦାସ ରହିଛନ୍ତି ।

UPSC IAS Officer
Advertisment
Advertisment