ଏନେଇ ସବୁ ପ୍ରକାର ଦଲିଲ ଦସ୍ତାବିଜ ସହିତ, ଦେଢ ବର୍ଷ ତଳୁ ଆବେଦନ କରିଛନ୍ତି ଅରୁଣ । କିନ୍ତୁ ମାସକ ଆଗରୁ ଥିବା ଜିଲ୍ଳା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କ ଅହଙ୍କାର ଯୋଗୁଁ ପଡିରହିଛି ଫାଇଲ । ଅରୁଣଙ୍କ ବଦଳି ନେଇ ଭିନ୍ନକ୍ଷମ କମିଶନରଙ୍କ ପାଖରୁ ରାଜ୍ୟ ଶିକ୍ଷା ବିଭାଗକୁ ନୋଟିସ ବି ହୋଇଛି । ରାଜ୍ୟ ଶିକ୍ଷା ବିଭାଗ ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ଅରୁଣଙ୍କ ବଦଳିର ଷ୍ଟାଟସ ରିପୋର୍ଟ ବି ମାଗିଛନ୍ତି । କିନ୍ତୁ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆଜିଯାଏ ପଡିରହିଛି ଫାଇଲ ।
ଡାକ୍ତରଖାନାର ନିର୍ଦ୍ଦେଶକ ଡା ପି ଥିରୁନାଭୁକ୍କାରାସୁ, ବରିଷ୍ଠ ଡାକ୍ତର ଡା ଏ ରାଜକୁମାର ଏବଂ ଡା ଚିତ୍ରାସୁ କୃଷ୍ଣଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ତାଙ୍କ ଦକ୍ଷତାର ମୂଲ୍ୟାଙ୍କନ କରିଥିଲେ। ଏହାପରେ ଡାକ୍ତରମାନେ ତାଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ।