Advertisment

ପରିବେଶ ସୁରକ୍ଷା ପାଇଁ ନିଆରା ରେକର୍ଡ,ସମାଜକୁ ଦେଉଛନ୍ତି ସଚେତନତାର ବାର୍ତ୍ତା

ଆଜିକାଲି ତ ମଣିଷ ଗଛ ସବୁକୁ କାଟିବାରେ ବ୍ୟସ୍ତ। ନିଜର ସ୍ୱାର୍ଥ ପାଇଁ ଆମେ ମାନେ ଜଙ୍ଗଲ ନଷ୍ଟ କରି ଚାଲିଛେ। ହେଲେ ଜଣେ ଯୁବକଙ୍କର ଗଛ ପ୍ରତି ଥିବା ଭଲ ପାଇବା ସଂପୂର୍ଣ୍ଣ ନିଆରା ଅଟେ । ଜାଣନ୍ତୁ ପୂରା ଘଟଣା

author-image
Pallipuspa Samal
ଅଦ୍ୟତନ ହୋଇଛି
Man from Ghana hugs over 1000 trees

Man from Ghana hugs over 1000 trees

ଆଜିକାଲି ତ ମଣିଷ ଗଛ ସବୁକୁ କାଟିବାରେ ବ୍ୟସ୍ତ। ନିଜର ନସ୍ତ୍ୟ ସ୍ୱାର୍ଥ ପାଇଁ ଆମେ ମାନେ ଜଙ୍ଗଲ ନଷ୍ଟ କରି ଚାଲିଛେ। ଯେଉଁ ଗଛିଟିଏ ବଢିବା ପାଇଁ ବର୍ଷ ବର୍ଷ ସମୟ ଲାଗେ ସେଇ ଗଛକୁ ଆମେ ନିମିଷକରେ କାଟି ମାଟିରେ ଗଡାଇ ଦେଉଛେ। ହେଲେ ପଶ୍ଚିମ ଆଫ୍ରିକାର ଘାନା ଦେଶର ଜଣେ ଛାତ୍ର ଗୋଟିଏ ପରେ ଗୋଟିଏ ଗଛକୁ ପ୍ରେମରେ ଆଲିଙ୍ଗନ କରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । 

Advertisment

ଯୁବକ ଜଣକ ହେଉଛନ୍ତି ପଶ୍ଚିମ ଆଫ୍ରିକାର ଘାନା ଦେଶର ଜଣେ ଛାତ୍ର ଯିଏକି ଜଙ୍ଗଲ ସୁରକ୍ଷା ସମ୍ପର୍କିତ ଅଧ୍ୟୟନ କରୁଛନ୍ତି। ୟାଙ୍କ ନାଁ ହେଉଛି ଅବୁବେକର ଥାଇରୁ। ଲୋକଙ୍କ ମଧ୍ୟରେ ଏକ ସଚେତନ ବାର୍ତ୍ତା ପ୍ରେରଣ କରିବା ପାଇଁ ସେ ଏହି ନିଆରା ଢଙ୍ଗ ଆପଣାଇଛନ୍ତି। ମାତ୍ର ୧ ଘଣ୍ଟା ମଧ୍ୟରେ ସେ ୧୧୨୩ଟି ବଡବଡ ଗଛକୁ ବାହୁ ପ୍ରସାରି ଆଲିଙ୍ଗନ କରିଛନ୍ତି।

ଗଛକୁ ଏମିତି କୁଣ୍ଢାଇବା ପାଇଁ ଅନେକ ସର୍ତ୍ତ ମଧ୍ୟ ସେ ପାଳନ କରିଛନ୍ତି, କୌଣସି ଗଛକୁ ସେ କ୍ଷତି ପହଞ୍ଚାଇ ନାହାନ୍ତି, ଗୋଟିଏ ଗଛକୁ ଏକାଧିକବାର କୁଣ୍ଢାଇ ନାହାନ୍ତି, ସେଠାରେ ଜଙ୍ଗଲରେ କୌଣସି କ୍ଷୟକ୍ଷତି କରିନାହାନ୍ତି. ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ତାଙ୍କର ଏକ ପର୍ବ ଚାଲିଥିବା ବେଳେ ସେ ଉପବାସ କରିଥିବା ସତ୍ୱେ ଏହି ଚ୍ୟାଲେଞ୍ଜକୁ ସେ ଗ୍ରହଣ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡ କରିଛନ୍ତି। ତାଙ୍କର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

Viral Video
Advertisment
Advertisment