Advertisment

କିନ୍ନର ଚିନ୍ମୟୀଙ୍କ ମହତ ପ୍ରୟାସ; ପଶୁପକ୍ଷୀଙ୍କ ପାଇଁ ଜଙ୍ଗଲରେ ଖୋଲିଛନ୍ତି ଜଳଛତ୍ର

ଦିନକୁ ଦିନ ବଢ଼ିଚାଲିଛି ଖରା। ଆଉ ତା ସାଙ୍ଗକୁ ଭୟଙ୍କର ଗୁଳୁଗୁଳି। ପାଣି ଟୋପେ ପାଇଁ ମଣିଷଙ୍କଠୁ ପଶୁ ପକ୍ଷୀ ସମସ୍ତେ ଡହଳ ବିକଳ। ସେପଟେ ବିଭିନ୍ନ ଜଳାଶୟ ଶୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି ଜୀବଜନ୍ତୁ। ଏଭଳି ସ୍ଥିତିରେ ସମାଜସେବୀ ଚିନ୍ମୟୀଙ୍କ ସେବା ସତରେ ପ୍ରଶଂସନୀୟ।

author-image
Manoranjan Behera
ଅଦ୍ୟତନ ହୋଇଛି
shield birds and animals from sweltering

shield birds and animals from sweltering

ହାତରେ ଠେକି ଓ ଶିଡି। ଜଙ୍ଗଲ ଭିତରେ ଗଛକୁ ଗଛକୁ ଚଢି ମାଟି ପାତ୍ରରେ ପକ୍ଷୀଙ୍କ ପାଇଁ ପାଣି ରଖୁଛନ୍ତି। ଅନୁଗୁଳୁ ଜରପଡାର କିନ୍ନର ସମାଜସେବୀ ଚିନ୍ମୟୀଙ୍କ ଏଭଳି କାର୍ଯ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା। ଦିନକୁ ଦିନ ଖରା ବଢ଼ିଚାଲିଥିବା ବେଳେ ତା ସାଙ୍ଗକୁ ହେଉଛି ଭୟଙ୍କର ଗୁଳୁଗୁଳି। ପାଣି ଟୋପେ ପାଇଁ ମଣିଷଙ୍କଠୁ ପଶୁ ପକ୍ଷୀ ସମସ୍ତେ ଡହଳ ବିକଳ।

Advertisment

ସେପଟେ ବିଭିନ୍ନ ଜଳାଶୟ ଶୁଖିଲା ପଡିଥିବାରୁ ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି ଜୀବଜନ୍ତୁ। ଏଭଳି ସ୍ଥିତିରେ ସମାଜସେବୀ ଚିନ୍ମୟୀଙ୍କ ସେବା ସତରେ ପ୍ରଶଂସନୀୟ। କେଉଁଠି ପାହାଡ଼ ଚଢୁଛନ୍ତି ତ କେଉଁଠି ଘଞ୍ଚ ଜଙ୍ଗଲରେ ପଶି ଜୀବଜନ୍ତୁଙ୍କ ପାଇଁ ପାଣିର ଵ୍ୟଵସ୍ଥା କରୁଛନ୍ତି। ସେହିପରି ଜଙ୍ଗଲୀ ପ୍ରାଣୀଙ୍କ ପାଇଁ କୁଣ୍ଡରେ ପାଣି ଯୋଗାଇବା ବ୍ୟବସ୍ଥା ବି କରିଛନ୍ତି। କିନ୍ନର ଚିନ୍ମୟୀ ଦାସଙ୍କ ଉଦ୍ୟମରେ ଏଭଳି ଏକ ନିଆରା ଉଦ୍ୟମ ଆରମ୍ଭ ହୋଇଥିଲାବେଳେ ଜରପଡ଼ା ରେଞ୍ଜର ରେଞ୍ଜ ଅଧିକାରୀ, ବନ କର୍ମଚାରୀ ଏବଂ ଓ କିଛି ସଂଗଠନ ଚିନ୍ମୟୀଙ୍କ ସହ ହାତ ମିଳାଇଛନ୍ତି।

ଅଧିକ ପଢ଼ନ୍ତୁ: ତାତିକୁ ଦେଖି SRC ଙ୍କ କଡ଼ା ନିର୍ଦ୍ଦେଶ, ପର୍ଯ୍ୟାପ୍ତ ଜଳଛତ୍ର ଖୋଲ..

Advertisment

କିନ୍ନର ତଥା ସମାଜସେବୀ ଚିନ୍ମୟୀ ଦାସଙ୍କ ଏହି ପ୍ରୟାସ ନୂଆ ନୁହେଁ। ଆଗରୁ ବିଭିନ୍ନ ପାହାଡ଼ ଓ ଜଙ୍ଗଲରେ ମଧ୍ୟ ସେ ବନ୍ୟପ୍ରାଣୀ ଓ ପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରିଛନ୍ତି। ମାତ୍ର ଚଳିତବର୍ଷ ଏହାକୁ ବ୍ୟାପକ କରିବା ସହ ଜିଲ୍ଳାର ବିଭିନ୍ନ ସ୍ଥାନରେ ପାଣିର ଵ୍ୟଵସ୍ଥା କରିବାକୁ ନିଷ୍ପତ୍ତି ନେଇ କାର୍ଯ୍ୟ କରୁଛନ୍ତି।

ବର୍ତ୍ତମାନ ଏକାଧିକ ସ୍ଥାନରେ ଜୀବଜନ୍ତୁ ଓ ପକ୍ଷୀଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିସାରିଥିବା ବେଳେ ଆଗକୁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଛନ୍ତି। ସମାଜସେବା କ୍ଷେତ୍ରରେ ଚିନ୍ମୟୀଙ୍କ ଏକ ସ୍ୱତନ୍ତ୍ର ପରିଚୟ ଥିବାବେଳେ ଗ୍ରୀଷ୍ମଦିନରେ ତାଙ୍କରଏଭଳି ପ୍ରୟାସକୁ ସମସ୍ତେ ଭୂରି ଭୂରି ପ୍ରଶଂସା କରିଛନ୍ତି।

Heat Wave Transgender Wild Animals
Advertisment
Advertisment