• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Human Interest Updates

Man takes loan of rs 2-7 lakh to fill potholes in the road
ଆଖି ବୁଝିଦେଲେ ସରକାର: ରାସ୍ତା ମରାମତି କରିବାକୁ ୨.୭ ଲକ୍ଷ ଟଙ୍କା ଋଣ କଲେ ଯୁବକ

ସରକାରଙ୍କୁ ବାରମ୍ବାର ଅନୁରୋଧ ପରେ ବି ହେଲାନି ରାସ୍ତା କାମ। ରାସ୍ତାରେ ହୋଇଥିବା ଖାଲ ଅନେକ ଜୀବନକୁ ବିପଦରେ ପକେଇଲା। ଅତିଷ୍ଠ ହୋଇ ଯୁବକ ରାସ୍ତା ମରାମତି କରିବାକୁ ୨.୭ ଲକ୍ଷ ଟଙ୍କା ଋଣ କଲେ।

Physically Handicaped Child
‘ହାତ ଗୋଡ଼ କିଛି ନାହିଁ, ହେଲେ ବି ମୁଁ ହାର୍‌ ମାନିନି’

ହାତ ନଥାଉ ପଛେ, ଉଡ଼ିବାର ସ୍ୱପ୍ନ ଦେଖିଛନ୍ତି । ଗୋଡ଼ ନଥାଉ ପଛେ ଦୌଡ଼ିବାର ଦମ୍ଭ ରଖିଛନ୍ତି । ଦିନେ IAS ଅଫିସର୍‌ ହେବେ ଆଉ ବାପାମାଆଙ୍କ ସ୍ୱପ୍ନ ସାକାର କରିବେ । ସମାଜ ପାଇଁ ପ୍ରେରଣା ସାଜିବେ ।

Sarapancha
ଇଏ ବି ଜଣେ ସରପଂଚ ! ନିଜସ୍ୱ ଖର୍ଚ୍ଚରୁ ଲୋକଙ୍କୁ ଦେଉଛନ୍ତି ଘର

ଲୋକଙ୍କ ଅସୁବିଧାର ସାଥୀ । ସରପଂଚ ହେବା ପରେ ସାହାଯ୍ୟ କରିବାକୁ କରିଛନ୍ତି ଶପଥ...ଗାଁ ଗାଁ ବୁଲୁଛନ୍ତି ଲୋକଙ୍କୁ ଦେଉଛନ୍ତି ନୂଆ ନୂଆ ଘର

CISF Jawan
୨୭ ବର୍ଷ ହେଲାଣି ସ୍ୱାମୀ ଚାଲିଗଲେଣି...ଚାକିରିଟିଏ ମିଳିଲା ନାହିଁ

ବର୍ଷେ କି ୨ ବର୍ଷ ନୁହେଁ ୨୭ ବର୍ଷ ହେଲାଣି...ଦେଶ ପାଇଁ ସହିଦ ହୋଇଗଲେ ସ୍ୱାମୀ । ହେଲେ ଆଜି ଯାଏଁ ପରିବାରକୁ ମିଳିପାରିନି ଗୋଟେ ଚାକିରି

ଫଟୋର ଶିଳ୍ପୀ ସର୍ବେଶ୍ୱର ଦାସ
କଥାକୁହା ବିରଳ ଫଟୋର ଶିଳ୍ପୀ ଇଞ୍ଚୁଡିର ସର୍ବେଶ୍ୱର ଦାସ

ଗାଥା ବଖାଣୁଛି ଇତିହାସର କଳା ଧଳା ଫଟୋ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ଛାଡ ଆନ୍ଦୋଳନ ହେଉ ଅବା ଅସହଯୋଗ ଆନ୍ଦୋଳନ ଏବଂ ଲବଣ ସତ୍ୟାଗ୍ରହ।

  • Saturday, 19 August 2023
Elderly woman
ଏ କେମିତିକା ବ୍ୟବସ୍ଥା? ୫୦୦ ଟଙ୍କା ଭତ୍ତା ଲାଗି ଟ୍ରଲିରେ ବୁହା ହେଲେ ବୃଦ୍ଧା

ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ । ୧୨ ନମ୍ବର ୱାର୍ଡର ଲବଙ୍ଗ ଗୟା । ବୟସ ୯୫ ହେଲାଣି । ସରକାରୀ ନିୟମ ଅନୁସାରେ ତାଙ୍କୁ ୭୦୦ ଟଙ୍କା ଭତ୍ତା ମିଳିବାର କଥା । ହେଲେ ୭ ଶହ ତ ଦୂରର କଥା ୫୦୦ ଟଙ୍କା ଭତ୍ତା ବି ତାଙ୍କ ଲାଗି ସ୍ୱପ୍ନ ହୋଇଛି । ପ୍ରଥମତଃ ଘର ପାଖରେ ଭତ୍ତା ଟଙ୍କା ମିଳୁଥିଲା । ହେଲେ ପରବର୍ତ୍ତୀ ସମୟରେ ବ୍ୟାଙ୍କ ଆକାଉଣ୍ଟଙ୍କୁ ଯାଇଥିଲା ଭତ୍ତା ଟଙ୍କା

daughter of ice-cream seller cracked IIT-JEE
Success Story: ସଫଳତା: ଆଇସ୍‌କ୍ରିମ୍‌ ବିକାଳିଙ୍କ ଝିଅ ହେବେ ‍ଇଂଜିନିୟର୍

ଆହ୍ୱାନକୁ ଦୂର କରି କୋଥାଗୁଡେମ ଜିଲ୍ଲାର ଏକ ସୁଦୂର ଗାଁର ଜଣେ ଆଦିବାସୀ ଛାତ୍ରୀ ଉଲ୍ଲେଖନୀୟ ଏକାଡେମିକ୍ ଦକ୍ଷତା ପ୍ରଦର୍ଶନ କରିଛନ୍ତି ଏବଂ ବିହାରର ଆଇଆଇଟି ପାଟନାରେ ଆଡମିଶନ ପାଇଛନ୍ତି।

Sikkim started govt shravan kumar award for children taking care of elderly parents
ଏହି ସରକାରଙ୍କ ଘୋଷଣା; ବାପାମାଆଙ୍କ ସେବା କରୁଥିବା ପୁଅ ଝିଅ ପାଇବେ ୧୫ ଲକ୍ଷ

ଏହି ସରକାର ଏକ ଅଭିନବ ଯୋଜନା ଆରମ୍ଭ କରିଛନ୍ତି। ବୃଦ୍ଧ ପିତାମାତାଙ୍କ ସେବା କରୁଥିବା ପୁଅ ଓ ଝିଅମାନଙ୍କ ପାଇଁ 'ଶ୍ରବଣ କୁମାର ପୁରସ୍କାର' ଆରମ୍ଭ ହୋଇଛି। ସ୍ୱାଧୀନତା ଦିବସ ଅବସରରେ ଏହି ପୁରସ୍କାରକୁ ଘୋଷଣା କରାଯାଇଛି।

  • Friday, 18 August 2023
Elderly man
କେହି ପଚାରୁନାହାନ୍ତି...ଠାକୁରଙ୍କ ଭରସାରେ ଡ଼ାଙ୍ଗଧର

କାଦୁଅରେ ଶୋଉଛନ୍ତି ଡାଙ୍ଗଧର । ଖାଇବାକୁ ନାହିଁ କି ଘର ନାହିଁ...ସମସ୍ତେ ଭତ୍ତା ଲାଗି ଯୋଗ୍ୟ ପରେ ବି କାହାକୁ ମିଳୁନି । ସରକାର ନୁହେଁ ବରଂ ଠାକୁର ହିଁ ସାହାଭରସା ବୋଲି କହୁଛନ୍ତି।

Meritorious student Need Help
ଓଃ କି ଦୁଃଖ ! ୬ ଥର ଅପରେସନ୍‌ ପରେ ବି ବିଛଣାରୁ ଉଠୁନି ଆଶିଷ

ଭଗବାନଙ୍କୁ ଡାକି ପୁଅ ପାଇଥିଲେ ବୋଲି ନା ଦେଇଥିଲେ ଆଶିଷ । ସ୍କୁଲରେ ବେହୋସ ହେବା ପରେ ମେଡିକାଲ ନେଇଥିଲେ ବାପା-ମାଆ । ବୁର୍ଲାଠୁ କଟକ...୬ ଥର ଅପରେସନ୍‌ ହେଲାଣି କିନ୍ତୁ ବିଛଣାରୁ ଉଠୁନି ବଢିଲା ପୁଅ ।

Defying all odds
ଲକ୍ଷ୍ୟ ଆଗରେ ବାଧକ ସାଜିନି ଆର୍ଥିକ ଅନଟନ

ଲକ୍ଷ୍ୟ ଆଗରେ ବାଧକ ସାଜିନି ଆର୍ଥିକ ଅନଟନ । ନିଟ୍ କ୍ବାଲିଫାଏ କରି ଡାକ୍ତରୀ ପଢ଼ିବାର ସ୍ବପ୍ନ ସାକାର କଲେ କେନ୍ଦ୍ରାପଡ଼ାର ଶୁଭଲକ୍ଷ୍ମୀ ଓ ମୟୂରଭଞ୍ଜର ଜାମ୍ବିମଣୀ । ବିଷମ ପରିସ୍ଥିତିରେ କେମିତି ଥିଲା ସେମାନଙ୍କ ସଂଘର୍ଷ, ଦେଖିବା ରିପୋର୍ଟ

Mid-Brain Activation
ଇଏ ଯାଦୁ ନା ଆଉ କିଛି ? ଆଖି ବୁଜି କାମ କରିବା ଏମାନଙ୍କ ବାଁ ହାତର ଖେଳ..

କିଏ ଦ୍ୱିତୀୟ ଶ୍ରେଣୀରେ ପଢୁଛି ତ ଆଉ କିଏ ଯୁକ୍ତ ୨ ରେ । କିନ୍ତୁ ଏମାନେ କେହି କାହାଠୁ କମ୍ ନୁହଁନ୍ତି ।

Farmers Success Story
ଦାଦନରୁ ଡାକ୍ତର ହେଲେ, ଦିବ୍ୟାଙ୍ଗ ବି ନିଟ୍ ପରୀକ୍ଷାରେ କମାଲ କଲେ

ଦାଦନରୁ ଡାକ୍ତରୀ ଛାତ୍ର ହୋଇଥିବା ରାୟଗଡାର କୃଷ୍ଣ ଅଟକା ଏବଂ ପିଲାଟି ଦିନରୁ ଦିବ୍ୟାଙ୍ଗ ଯନ୍ତ୍ରଣା ଭୋଗୁଥିବା ଢେଙ୍କାନାଳର ଅଶ୍ରୁମୋଚନ ନାୟକ । ଆସନ୍ତୁ ଜାଣିବା ସଫଳତାର ଦୁଇଟି ଭିନ୍ନ କାହାଣୀ ।

Will finds way
ଦିବ୍ୟାଙ୍ଗ ପୁଅ ବୋଲି ଚିନ୍ତାରେ ଥିଲେ ବାପା-ମାଆ, ଏବେ ସିଏ ଡାକ୍ତରୀ ପଢିଲେ

ପିଲାଟି ଦିନରୁ ସେ ଦିବ୍ୟାଙ୍ଗ । କିନ୍ତୁ ସେ ହାର ମାନିନଥିଲେ । ପାଠ ପଢା ନିଶା ଏମିତି ଥିଲା ଯେ ଘରେ ଅନଲାଇନ୍‌ରେ ପାଠ ପଢି ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଏବେ ବ୍ରହ୍ମପୁରରେ ପଢୁଛନ୍ତି ଡାକ୍ତରୀ...ଭବିଷ୍ୟତରେ ଦୃଦରୋଗ ବିଭାଗର ଡାକ୍ତର ହେବାକୁ ଦେଖୁଛନ୍ତି ସ୍ୱପ୍ନ।

Unique friendship
ଇଏ ହିଁ ପ୍ରକୃତ ସାଙ୍ଗ ! ଜଣଙ୍କୁ କାନ୍ଧରେ ବସାଇ ସ୍କୁଲ ନେଉଛି ଅନ୍ୟ ଜଣେ ସାଙ୍ଗ

ସାଙ୍ଗ ହେବ ତ ଏମିତି ! ଜଣେ ଦିବ୍ୟାଙ୍ଗ ହେବାରୁ ଅନ୍ୟ ଜଣେ କାନ୍ଧରେ ବସାଇ ନିଇତି ନେଉଛି ସ୍କୁଲ। ଖାଇବାଠୁ ପିଇବା...ବସିବାଠୁ ବୁଲିବା ସବୁ ଏକାଠି କରୁଛନ୍ତି ଏମାନେ। ଲୋକେ କହୁଛନ୍ତି, ଏମିତି ଦୋସ୍ତି କେବେ ଦେଖିନାହାଁନ୍ତି ..

friendship
ମଣିଷ ସହ ମିତ ବସିଛି ବାଛୁରୀ କପିଳା

ମଣିଷ ସହ ମିତ ବସିଛି ବାଛୁରୀ। କପିଳା ଡାକିଲେ ବନ୍ଧୁଙ୍କ ପାଖକୁ ଦୌଡ଼ି ଆସୁଛି। ସାଙ୍ଗରେ ଯିବାକୁ ଜିଦ୍ ଧରୁଛି...

Viral Video
ଆଖି ଲାଖିଗଲାପରି ଭିଡିଓ; ସମାଜକୁ ସମ୍ପର୍କର ବାର୍ତ୍ତା ଦେଉଛନ୍ତି ଗାଈ ଓ ସାପ

ଭିଡିଓଟିରେ ଯେଉଁ ଭଲପାଇବା ଦେଖିବାକୁ ମିଳୁଛି ତାହା ସତରେ ବିରଳ । ଯାହାକୁ ବର୍ଣ୍ଣନା କରିବାକୁ ହୁଏତ ଶବ୍ଦର ଅଭାବ ପଡ଼ିପାରେ । କାରଣ ଭିଡିଓଟିରେ ବନ୍ଧୁତା ଓ ଭଲପାଇବା ହଜାଇ ଦେଇଛି ନିଜର ଅସ୍ତିତ୍ୱ ।

friendship day
ଏମିତି ଏକ ସଂପର୍କ, ଯାହା ଜନ୍ମଗତ ନୁହେଁ... ହେଲେ ତା ଠୁ ବି ବଳି

ବନ୍ଧୁତା... ଏମିତି ଏକ ସଂପର୍କ, ଯାହା ଜନ୍ମଗତ ନୁହେଁ । ହେଲେ ତା ଠୁ ବି ବଳି। ସାଥିରେ ମନଲାଖି ମିତଟିଏ ଥିଲେ, ବେଶ୍ ସହଜ ଓ ସୁଗମ ହୋଇଯାଏ ଜୀବନର ରାସ୍ତା। ଆଜି ବନ୍ଧୁତା ଦିବସରେ ଆସନ୍ତୁ ଜାଣିବା ଏମିତି କିଛି ବିରଳ ବନ୍ଧୁତାର କାହାଣୀ, ଯାହା ମିଠା ଯେତିକି, ମନଛୁଆଁ ବି ସେତିକି।

friendship day
ଏମିତି ଏକ ସଂପର୍କ, ଯାହା ଜନ୍ମଗତ ନୁହେଁ... ହେଲେ ତା ଠୁ ବି ବଳି

ତିନି ହାତିଆ ଟିଣଘରେ ଗୋଟିଏ ଛାତ ତଳେ ରହିଆସୁଛନ୍ତି ଦୃଷ୍ଟିଶକ୍ତି ବାଧିତ ଦୁଇବନ୍ଧୁ ସୁଲୋଚନା ଜେନା ଓ ସାଧବାଣୀ ସାହୁ। ସଂପର୍କ ରକ୍ତର ନୁହେଁ, ହେଲେ ଦୁଇ ଭଉଣୀଠୁ କିଛି କମ୍ ବି ନୁହେଁ।

Cow Death
କ୍ଷୀର ଦୁହିଁଲେ ପରିବାର ଚଳୁଥିଲା...ଆଜି ସିଏ ମରିଗଲା...ସ୍ୱାମୀକୁ ଔଷଧ ଦେବ କିଏ?

ଗାଈ ଦୁଇଟି ପାଳିଥିଲେ, କ୍ଷୀର ଦୁହିଁ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ କାଳ ହେଲା ବିଜୁଳି...କରେଣ୍ଟ ନେଇଗଲା ୨ ଗୋରୁଙ୍କ ଜୀବନ । ମାଆକୁ ନପାଇ ହମା ରଡି ଛାଡୁଛି ବାଛୁରୀ, ବାହୁନି କାନ୍ଦୁଛି ମାଲିକ

Koraput Collector
ଢୁ ଢୁ ବର୍ଷାରେ ଘୋଷାରି ହୋଇ ଆସିଲେ...ଭଣଜାକୁ ଭଲ କରିବା ଲାଗି ଗୁହାରି କଲେ

କଳାହାଣ୍ଡିଆ ମେଘ...ଢୁ ଢୁ ବର୍ଷାରେ ଘୋଷାରି ହୋଇ କଲେକ୍ଟରଙ୍କୁ ହାତ ଯୋଡି ଦରଖାସ୍ତ ଦେଲେ ମାମୁଁ । ଗୁହାରି କଲେ ଭଣଜାକୁ ଭଲ କରିଦିଅ ବାବୁ...କଲେକ୍ଚର ବି ଗାଡି ଅଟକାଇଲେ, ତୁରନ୍ତ ସହାୟତା ଲାଗି ନିର୍ଦ୍ଦେଶ ଦେଲେ

Women Seek Financial Help
ମିଳୁନି ସହାୟତା : ବୁଢୀ ଶାଶୂ ପାଇଁ ମଜୁରୀ ଖଟୁଛି ଶାଶୂ

କି କଷ୍ଟ ! ସ୍ୱାମୀ ନାହାନ୍ତି...ବୟସ ବି ଢେର ଅଧିକ ହେଲାଣି । ସହାୟତା ପାଇଁ ଗୁହାରୀ କରିଥିଲେ ହେଲେ ଘର ମିଳିଲା କିନ୍ତୁ ଭତ୍ତା ମିଳିଲାନି । ଘର ତିଆରି ଚାଲିଛି ଯେ ସରିବାର ନା ଧରୁନି । ବୁଢୀ ଶାଶୂ ଓ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ପର ବିଲରେ ମଜୁରୀ ଖଟୁଛି ବୋହୂ

Mother Death
ମାଆର ପ୍ରାଣ ଗଲା...ସ୍ୱର୍ଗଦ୍ୱାରରେ ମୁଖାଗ୍ନି ଦେବାକୁ ପୁଅଙ୍କୁ ବାରଣ କଲେ ବାପା

ବଞ୍ଚିଥିବା ବେଳେ ପଚାରିଲେନି କି ଆସିଲେନି । ମାଆ ମରିଗଲା ପରେ ମୁଖାଗ୍ନି ଦେବାକୁ ପୁରୀରେ ପହଞ୍ଚିଥିଲେ ପୁଅ । ଦୁଆରୁ ଦୁଆରୁ ଫେରାଇ ଦେଲେ ବାପା । କହିଲେ, ଭଲ ଥିବା ବେଳେ ଅନେଇଲନି ଏବେ କାହିଁକି ଆସିଛ?

Friendship Day Special
ଇଏ ପ୍ରକୃତ ବନ୍ଧୁ ! କୁକୁରଠୁ ମାଙ୍କଡ଼ କ୍ଷୀର ପିଉଛି, ପିଠିରେ ବସି ବଜାର ବୁଲୁଛି

ଏମିତି ବନ୍ଧୁ କେବେ ଦେଖିନଥିବେ ! ଏକା ସାଙ୍ଗରେ ମଣିଷ-ମାଙ୍କଡ଼-କୁକୁର-ଚଢେଇ ବାହାରୁଛନ୍ତି ବୁଲି । ପୁଣି କୁକୁରଠାରୁ କ୍ଷୀର ପିଉଛି ମାଙ୍କଡ଼ । କେହି କାହାକୁ କାମୁଡୁନାହାନ୍ତି କି ଆକ୍ରମଣ କରୁନାହାନ୍ତି । ନିଜେ ନଖାଇ ଏମାନଙ୍କ ମୁହଁରେ ଦାନା ଦେଉଛନ୍ତି ପୀତବାସ

Wife proves to husband’s best friend
ବିଛଣାରୁ ଉଠିପାରୁନି ସ୍ୱାମୀ : ୧୦ ବର୍ଷ ହେଲାଣି ଘର ଚଳାଉଛି ସ୍ତ୍ରୀ

ସମ୍ପର୍କରେ ଏମାନେ ସ୍ୱାମୀ-ସ୍ତ୍ରୀ...୧୦ ବର୍ଷ ହେଲାଣି ରୋଗରେ ପଡିଛି ସ୍ୱାମୀ । ଖରାପ ପରିସ୍ଥିତିରେ ବି ହାର ମାନିନି ସ୍ତ୍ରୀ । ୭ ଜନ୍ମର ସାଥୀ ହେବାକୁ ଯେଉଁ ଶପଥ କରିଥିଲା ଆଜି ବି ତା’କୁ ପାଳନ କରୁଛି । ମଜୁରୀ ଖଟି ଆସିବା ପରେ ସ୍ତ୍ରୀର ମୁହଁକୁ ପୋଛି ଦେଉଛି ସ୍ୱାମୀ । ଆଉ କହୁଛନ୍ତି, ବଞ୍ଚିଥିବା ପର୍ଯ୍ୟନ୍ତ ସାଥୀ ହୋଇ ରହିବୁ

  • Sunday, 06 August 2023