/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716802388.jpg)
Matric Results
ଜୀବନରେ ଧର୍ଯ୍ୟ ଏବଂ ଲକ୍ଷ୍ୟ ସ୍ଥିର ଥିଲେ ସଫଳତା ଆପେ ଆପେ ଆସେ । ଏହାକୁ ପ୍ରମାଣିତ କରିଛନ୍ତି କାକଟପୁର ଉପକଣ୍ଠ କୁଣ୍ଡେଶ୍ୱର ଗ୍ରାମର ଗାୟତ୍ରୀ ପାତ୍ର । ଗତକାଲି ପ୍ରକାଶ ପାଇଥିବା ଦଶମ ରେଜଲ୍ଟରେ ସେ ୯୨ ପ୍ରତିଶତ ନମ୍ୱର ରଖିବା ସହିତ A-୧ ଗ୍ରେଡରେ କୃତକାର୍ଯ୍ୟ ହୋଇ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଅନେକ ବାଧାବିଘ୍ନ ପରେବି ତାଙ୍କର ଏହି ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି ।
ଗାୟତ୍ରୀ ଦଶମ ପରୀକ୍ଷାରେ ମୋଟ ୫୫୫ ନମ୍ୱର ରଖିଛନ୍ତି । କୁଣ୍ଡେଶ୍ୱର ଗ୍ରାମର ରତ୍ନାକର ପାତ୍ର ଏବଂ ଶୁଭଦ୍ରା ପାତ୍ରଙ୍କ ଝିଅ ଗାୟତ୍ରୀ ପିଲାଟି ଦିନରୁ ଆର୍ଥିକ ଅନଟନ ମଧ୍ୟରେ ବଢିଥିଲେ ମଧ୍ୟ କେବେ ହତୋତ୍ସାହିତ ହୋଇନାହାନ୍ତି । ରତ୍ନାକର ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ହୋଇଥିବା ବେଳେ କାକଟପୁରରେ ଏକ ଚୁଡ଼ି ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାନ୍ତି । ତେବେ ଦୈନିକ ୧୦ ଘଣ୍ଟାରୁ ଅଧିକ ପରିଶ୍ରମ କରି ଗାୟତ୍ରୀ ଏହି ସଫଳତା ହାସଲ କରିଛନ୍ତି । ଭବିଷ୍ୟତରେ ଡାକ୍ତର ହୋଇ ଲୋକମାନଙ୍କ ସେବା କରିବେ ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ପଙ୍କରେ ଫୁଟିଲା ପଦ୍ମ; ବାପା ଫଳ ବିକାଳୀ, ଝିଅ ହେଲା ଟପ୍ପର..
ସେହିପରି କାକଟପୁର ଉପକଣ୍ଠ ଓଥକା ଗ୍ରାମର ଶୁଭ୍ରା ପ୍ରିୟଦର୍ଶିନୀ ଦାସ । ସଦ୍ୟ ପ୍ରକାଶିତ ହୋଇଥିବା ଦଶମ ବୋର୍ଡ ପରୀକ୍ଷା ରେଜଲ୍ଟରେ ସେ A-1 ଗ୍ରେଡରେ କୃତକାର୍ଯ୍ୟ ହୋଇ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଅନେକ ବାଧାବିଘ୍ନ ପରେ ବି ତାଙ୍କର ଏହି ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି ।
ଶୁଭ୍ରା ସର୍ବମୋଟ ୫୪୨ ନମ୍ୱର ରଖିଛନ୍ତି । ତାଙ୍କ ବାପା ଜୟରାମ ଦାସ ଚାଷକାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ସେହିପରି ତାଙ୍କ ମା ଜଣେ ଗୃହିଣୀ । ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ଲୋକମାନଙ୍କ ସେବା କରିବା ଲକ୍ଷ୍ୟ ରଖିଛନ୍ତି ଶୁଭ୍ରା ପ୍ରିୟଦର୍ଶିନୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)