Advertisment

ମାଟ୍ରିକ୍‌ରେ ଯାଆଁଳା ଭଉଣୀଙ୍କ ବାଜିମାତ୍‌; ଉଭୟ ପାଇଲେ A1 ଗ୍ରେଡ୍‌

ଭବିଷ୍ୟତରେ ସୁଚରିତା କୃଷି ଓ କୃଷକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଥିବାବେଳେ ସୁଚିଶ୍ମିତା ଡାକ୍ତର ହୋଇ ରୋଗୀସେବା ପାଇଁ ଲକ୍ଷ୍ୟ ରଖିଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Twins

Twins

ପ୍ରକାଶ ପାଇଛି ମାଟ୍ରିକ୍‌ ରେଜଲ୍ଟ। ଝିଅ ମାନେ ବି କୌଣସି ଗୁଣରେ କମ ନୁହଁନ୍ତି, ଏହାକୁ ପ୍ରମାଣିତ କରିଛନ୍ତି ଅନୁଗୋଳ ଜିଲ୍ଲା ସାନକନ୍ତକୂଳ ଗାଁର ଦୁଇ ଯାଆଁଳା ଭଉଣୀ ସୁଚରିତା ଓ ସୁଚିଶ୍ମିତା ପ୍ରଧାନ । ମାଟ୍ରିକ ପରୀକ୍ଷାରେ ବାଜିମାରିଛନ୍ତି ଦୁଇ ଯମଜ ଭଉଣୀ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାରେ ଉଭୟ ପାଇଛନ୍ତି A1 ଗ୍ରେଡ।

Advertisment

ଅନୁଗୋଳ ଜିଲ୍ଲା ସାନକନ୍ତକୂଳ ଗାଁର ଅଭିମନ୍ୟୁ ପ୍ରଧାନ ଓ ଗୀତାଞ୍ଜଳି ପ୍ରଧାନଙ୍କ ଯମଜ ଝିଅ ସୁଚରିତା ଓ ସୁଚିଶ୍ମିତା । ଉଭୟ ଗାନ୍ଧୀମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ। ଚଳିତବର୍ଷ ଉଭୟ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଗତକାଲି ରେଜଲ୍ଟ ବାହାରି ଥିବା ବେଳେ ଉଭୟ A1 ଗ୍ରେଡ୍‌ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯାହାକୁ ନେଇ ସେମାନଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ।

ଝିଅଙ୍କ ପାଠପଢ଼ା ପାଇଁ ଅନୁଗୋଳ ସହରରରେ ଭଡ଼ା ଘର ନେଇ ରୁହନ୍ତି ବାପା-ମା । ତିନି ଝିଅ ଓ ଗୋଟିଏ ପୁଅକୁ ନେଇ ଅଭିମନ୍ୟୁ ଓ ଗୀତାଞ୍ଜଳିଙ୍କ ପରିବାର । ଦୁଇ ଯାଆଁଳା ଝିଅଙ୍କ ସଫଳତାକୁ ନେଇ ବାପା-ମା’ ବେଶ ଗର୍ବିତ । ଆଜି ବି ପୁଅ ଝିଅ ମଧ୍ୟରେ ବାଛ ବିଚାର କାରାଯାଉଥିବା ବେଳେ ସେମାନେ କିନ୍ତୁ ସେସବୁରୁ ଊର୍ଦ୍ଧ୍ଵରେ । ଝିଅଙ୍କୁ ଆଗକୁ ବଢିବା ପାଇଁ ସବୁ ସମୟରେ ପ୍ରୋତ୍ସାହିତ କରନ୍ତି ବାପା ଓ ମା’ ।

Advertisment

କେବଳ ପରିବାର ନୁହେଁ ଉଭୟ ପଢ଼ୁଥିବା ବିଦ୍ୟାଳୟରେ ମଧ୍ୟ ଖୁସିର ମାହୋଲ। ଉଭୟଙ୍କ କୃତିତ୍ୱକୁ ନେଇ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନିଜର ଖୁସି ଜାହିର କରିଥିବା ବେଳେ ଉଭୟଙ୍କ ସଫଳତା ପାଇଁ ବିଦ୍ୟାଳୟ ଗର୍ବିତ ବୋଲି କହିବା ସହ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

ସମସ୍ତଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ ଏଭଳି ସଫଳତା ମିଳିଥିବା କହିଛନ୍ତି ଯାଆଁଳା ଭଉଣୀ । ବିଦ୍ୟାଳୟର ସମସ୍ତ ଗୁରୁଜୀ-ଗୁରୁମାମାନଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି । ଭବିଷ୍ୟତରେ ସୁଚରିତା କୃଷି ଓ କୃଷକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଥିବାବେଳେ ସୁଚିଶ୍ମିତା ଡାକ୍ତର ହୋଇ ରୋଗୀସେବା ପାଇଁ ଲକ୍ଷ୍ୟ ରଖିଛନ୍ତି।

Matric Exam Twins
Advertisment
Advertisment