• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ତାତିର ତାଉରେ ଆଉଟୁପାଉଟୁ ହେଉଛନ୍ତି ସମସ୍ତେ । ଚଳିତ ବର୍ଷର ତାତି ରେକର୍ଡ ଭାଙ୍ଗିଛି । ଏପରି ପରିସ୍ଥିତିରେ ନିରୀହ ପକ୍ଷୀଙ୍କର ଶୋଷ ମେଣ୍ଟାଇ ପ୍ରଶଂସା ସାଉଁଟିଛନ୍ତି ସୁକାନ୍ତ । ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ୱ ଗଛର ଡାଳରେ ଅଦରକାରୀ ପ୍ଲାଷ୍ଟିକ ବୋତଲ କାଟି ସେଥିରେ ପାଣି ରଖି ନିରୀହ ପକ୍ଷୀଙ୍କ ଶୋଷ ମେଣ୍ଟାଉଛନ୍ତି ସୁକାନ୍ତ ।

ସତେ ଯେପରି ପକ୍ଷୀମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ରୁମାଗଡ଼ ଗ୍ରାମର ସୁକାନ୍ତ କୁମାର ଦାଶ । ଅଦରକାରୀ ପ୍ଲାଷ୍ଟିକ ବୋତଲକୁ କାଟି ସେଥିରେ ପାଣି ରଖି ଅଞ୍ଚଳର ପାଖାପାଖି ଦୁଇଶହରୁ ଉର୍ଦ୍ଧ୍ୱ ଗଛର ଡାଳରେ ଟଙ୍ଗାଇଛନ୍ତି ସୁକାନ୍ତ । ପକ୍ଷୀମାନଙ୍କ ଶୋଷ ମେଣ୍ଟାଉଥିବା ବେଳେ ସୁଶାନ୍ତଙ୍କ ନିଆରା କାର୍ଯ୍ୟକୁ ନେଇ ଏବେ ଅଞ୍ଚଳ ସାରା ଚର୍ଚ୍ଚା।

ଅଧିକ ପଢ଼ନ୍ତୁ: ସାବାସ୍ ତୁଷାର...ମୁଣ୍ଡଫଟା ଖରାରେ ବୁଲି ବୁଲି ବୁଲା ପଶୁପକ୍ଷୀଙ୍କୁ ଜଳଦାନ କରିବା ଯାହାଙ୍କ ନିଶା...

ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ରାଜ୍ୟର ସବୁଠି ୪୨ ଡିଗ୍ରୀ ଉପରେ ରହିଛି ପାରଦ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନଦୀ, ଗାଡ଼ିଆ ସବୁ ଶୁଖିଲା ପଡ଼ିଥିବା ବେଳେ ଜଳ ଟୋପାଏ ପାଇଁ ମଣିଷଠାରୁ ନେଇ ନିରୀହ ପଶୁପକ୍ଷୀ ସମସ୍ତେ ଆଉଟୁପାଉଟୁ ହେଉଛନ୍ତି । ଯେଉଁଠି ମଣିଷଙ୍କ ପାଇଁ ଜଳ ଟୋପାଏ ପାଇବା କଷ୍ଟସାଧ୍ୟ ସେଠୀ ନିରୀହ ପକ୍ଷୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ରୁମାଗଡ଼ ଗ୍ରାମର ସୁକାନ୍ତ କୁମାର ଦାଶ ।

ନିଜ ପ୍ରୟାସରେ ଗାଁ ନିକଟ ପାହାଡ଼ ଜଙ୍ଗଲରେ ରହିଥିବା ପାଖାପାଖି ଦୁଇଶହରୁ ଉର୍ଦ୍ଧ୍ୱ ଗଛ ଡାଳରେ ଅଦରକାରୀ ପ୍ଲାଷ୍ଟିକ ବୋତଲରେ ପାଣି ରଖିଛନ୍ତି । ଗତ ତିନି ବର୍ଷ ହେଲା ଖରାଦିନରେ ପକ୍ଷୀମାନଙ୍କ ଲାଗି ସେ ଗଛ ଡାଳରେ ଏପରି ପାଣିର ବ୍ୟବସ୍ଥା କରୁଥିବା କହିଛନ୍ତି ସୁକାନ୍ତ ।

ତେବେ ସୁକାନ୍ତ ପେସାରେ ବିଦ୍ୟୁତ ବିଭାଗର ମିଟର ରିଡିଙ୍ଗ କଲେକ୍ଟ କର୍ମଚାରୀ ହୋଇଥିବା ବେଳେ ନିଶା ରହିଛି ପରିବେଶ ସୁରକ୍ଷା । ପ୍ରତ୍ୟେକ ଦିନ ଡିୟୁଟି ସାରବା ପରେ ସେ ବିଭିନ୍ନ ସ୍ଥାନରେ ଗଛ ଲଗାଇବା ସହ ପଶୁ ପକ୍ଷୀଙ୍କ ଲାଗି ଏଭଳି କାର୍ଯ୍ୟ କରନ୍ତି । ପୁଅର ଏପରି ନିଆରା କାର୍ଯ୍ୟକୁ ନେଇ ଗର୍ବ ଅନୁଭବ କରନ୍ତି ସୁକାନ୍ତଙ୍କ ମା’।

ଅଧିକ ପଢ଼ନ୍ତୁ: କିନ୍ନର ଚିନ୍ମୟୀଙ୍କ ମହତ ପ୍ରୟାସ; ପଶୁପକ୍ଷୀଙ୍କ ପାଇଁ ଜଙ୍ଗଲରେ ଖୋଲିଛନ୍ତି ଜଳଛତ୍ର

OTV is now on Whatsapp

Join and get latest news update delivered to you via whatsapp

Join Now